school crises

  • ଦୁଇ ବଖରାରେ ଚାଲିଛି ୧୦ ଶ୍ରେଣୀ

    କୋରାପୁଟ: ସରକାର ଆଦିବାସୀ ଅଧ୍ୟୁଷିତ ଜିଲାରେ ଶିକ୍ଷାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କୋରାପୁଟ ଜିଲାରେ ସରକାରଙ୍କ ଏଭଳି ଯୋଜନା ଫେଲ ମାରିଥିବା ବେଳେ ଉନ୍ନତମାନର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଆଜିବି ଏମିତି ଅନେକ ସ୍କୁଲ ରହିଛି ଯେଉଁଠି ପୁରୁଣା ଆଜବେଷ୍ଟ  ଓ ଭଙ୍ଗା ଛାତ ଘରେ ବସି ପିଲାମା. ପାଠ ପଢୁଥିବା ଦେଖିବାକୁ ମିଳିଛି। ଚାରିଟି  ଶ୍ରେଣୀ ଗୃହରେ ଚାଲିଛି ୧୦ଟି କ୍ଲାସ। ବର୍ଷ ବର୍ଷ ଧରି ଏଭଳି ଶିକ୍ଷାଦାନ ଚାଲୁଥିବା ବେଳେ ଏଥିପ୍ରତି କାହାର ନଜର ପଡୁନି।

    କୋରାପୁଟ  ବୋରିଗୁମ୍ମା ବ୍ଲକ  ବି.ଜାନୀଗୁଡା ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ରହିଛି। କିନ୍ତୁ ୧୦ଟି ଶ୍ରେଣୀର  ଶିକ୍ଷାଦାନ ୩୦ରୁ ୪୦ ବର୍ଷର ପୁରୁଣା  ଆଜବେଷ୍ଟ ସହ ଦୁଇ ବଖରାରେ ଚାଲିଛି। ସମସ୍ତ ଶ୍ରେଣୀ ଗୃହ କାନ୍ଥ ଫାଟି ଆଁ କରିଥିବା ବେଳେ ଆଜବେଷ୍ଟ  ବି ଫାଟି ଗଳି ପଡୁଛି। ବର୍ଷା ହେଲେ ସ୍କୁଲ କଥା ନ କହିବା ଭଲ। ପିଲାଙ୍କୁ  ସ୍କୁଲ ବାରଣ୍ଡାରେ ପାଠ ପଢ଼ାଇବାକୁ ବାଧ୍ୟ ହୁଅନ୍ତି ଶିକ୍ଷକ,ଶିକ୍ଷୟିତ୍ରୀ । ଶ୍ରେଣୀ ଗୃହ ନ ଥିବା ବେଳେ ମଧ୍ୟାହ୍ନ ଭୋଜନ ଘର ଆସିବ କେଉଁଠୁ। ତେଣୁ ବାହାରେ ଖାଇଥାନ୍ତି ଛାତ୍ରଛାତ୍ରୀ । ସେପଟେ ଗୋଟିଏ ଶୌଚାଳୟ ଥିବାରୁ ବିଭିନ୍ନ ଅସୁବିଧା ହେଉଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

    ୧୯୫୪ ମସିହାରୁ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିଲା। ୨୦୧୧ ମସିହାରେ ଏହା ଉନ୍ନିତ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଲା। ପ୍ରାଥମିକ ଶ୍ରେଣୀରେ ୧୬୨ ଜଣ ଛାତ୍ରଛାତ୍ରୀ  ରହିଛନ୍ତି। ହାଇସ୍କୁଲ ରେ ୪୭ ଜଣ ଛାତ୍ରଛାତ୍ରୀ। ମୋର ୨୦୯  ଛାତ୍ର ଛାତ୍ରୀ ରହିଛନ୍ତି। ପ୍ରାଥମିକ ଶିକ୍ଷା ପାଇଁ ୬ ଜଣ  ଶିକ୍ଷକ  ଏବଂ ହାଇସ୍କୁଲ ପାଇଁ  ଦୁଇ ଜଣ ଶିକ୍ଷକ ଥିବା ବେଳେ  ୪ଦିନ ତଳେ  ହାଇସ୍କୁଲ ପାଇଁ ଆଉ ଦୁଇଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। 

    ପ୍ରଥମରୁ ତୃତୀୟ ଶ୍ରେଣୀ  ଛାତ୍ରଛାତ୍ରୀଙ୍କୁ ଗୋଟିଏ ରୁମରେ ପାଠପଢା ହେଉଥିବା ବେଳେ ଚତୁର୍ଥ ,ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପିଲାଙ୍କୁ ଗୋଦାମ ଗୃହରେ ଏବଂ ସପ୍ତମ ଓ ଅଷ୍ଟମ ଶ୍ରେଣୀ  ଗୋଟେ ରୁମରେ ଏବଂ ନବମ ଦଶମ ଶ୍ରେଣୀଙ୍କୁ ଗୋଟେ ରୁମରେ ପାଠପଢା ହେଉଛି। ଛାତ୍ରଛାତ୍ରୀ ଙ୍କୁ  ସ୍ମାର୍ଟ ଶିକ୍ଷା ଯୋଗାଇବା ପାଇଁ  ଅନେକ ହାଇସ୍କୁଲଗୁଡିକୁ  ୫ଟି ମାଧ୍ୟମରେ  ରୂପାନ୍ତରିତ କରାଯାଉଥିବା ନେଇ ସଫେଇ ଦେଉଛନ୍ତି ସରକାର।

    ହାଇସ୍କୁଲର ମାନ୍ୟତା ପାଇବାକୁ ୧୧ ବର୍ଷ ବିତି ଯାଇଥିଲେ ମଧ୍ୟ ହାଇସ୍କୁଲର ଭିତ୍ତିଭୂମି ନାହିଁ। ଫଳରେ ବିପଦ ସଂକୁଳ ଅବସ୍ଥାରେ ଚାଲୁଛି  ଶିକ୍ଷାଦାନ। ଗୃହ ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି।

    ହେଲେ ବିଦ୍ୟାଳୟଟି  ବେସରକାରୀ ଜମିରେ ରହିଥିବାରୁ ନୂତନ ଗୃହ ନିର୍ମାଣ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସେପଟେ ବିଦ୍ୟାଳୟର ଭିତ୍ତିଭୂମି ସଜଡ଼ା ଯାଉ ନଚେତ ଅନ୍ୟ ସ୍ଥାନରେ ବିଦ୍ୟାଳୟ ନିର୍ମାଣ କରାଯାଉ ବୋଲି  ଦାବି କରିଛନ୍ତି  ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି।

    ଜୟପୁରରୁ ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ

Back to top button