school shut down

  • ୧୦ ଦିନ ଧରି ସ୍କୁଲରେ ଝୁଲୁଛି ତାଲା

    ନବରଙ୍ଗପୁର: ଶିକ୍ଷକ ବଦଳି ଦାବିରେ ଗ୍ରାମବାସୀଙ୍କ ପ୍ରତିବାଦ । ଫଳରେ ୧୦ ଦିନ ଧରି ସ୍କୁଲରେ ଝୁଲୁଛି ତାଲା । ହେଲେ ଶିକ୍ଷା ବିଭାଗର ଏଥିପ୍ରତି ନିଘା ନାହିଁ । ଗୋଟିଏ ପଟେ ଶିକ୍ଷକ ବଦଳି ନେଇ ଆଦେଶନାମା ଜାରି ହୋଇଥିବା ବିଭାଗ କହୁଥିବାବେଳେ ଗ୍ରାମବାସୀ କିନ୍ତୁ ମାନିବାକୁ ନାରାଜ । ବଦଳି ଆଦେଶକୁ ମାନି ଶିକ୍ଷକ ରିଲିଭ ହେଉନଥିବାରୁ ବଢୁଛି ଅସନ୍ତୋଷ । 

    ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଗୋଟିବେଢା ଉନ୍ନୀତ ବିଦ୍ୟାଳୟରେ  ଶିକ୍ଷକ ବଦଳିକୁ ନେଇ ଶିକ୍ଷା ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକା ପଞ୍ଝା ।  ୧୦ ଦିନ ଧରି ସ୍କୁଲରେ ପଡିଛି ତାଲା । ସ୍କୁଲର  ଶିକ୍ଷକ  କୃଷ୍ଣ ଚନ୍ଦ୍ର ଭୂୟାଁ ଓ ଶିକ୍ଷୟିତ୍ରୀ ସ୍ୱରୂପା ନାୟକଙ୍କୁ ବଦଳି ନେଇ ଜିଦରେ ଅଟଳ ଗ୍ରାମବାସୀ । ଶିକ୍ଷକ ବଦଳି ଆଦେଶ କାର୍ଯ୍ୟକାରୀ ହୋଇ ଅନ୍ୟ ସ୍କୁଲରେ ଯୋଗ ନ ଦେବା ପର୍ଯ୍ୟନ୍ତ ସ୍କୁଲରୁ ତାଲା ଖୋଲିବେନି ବୋଲି ରୋକଠୋକ ଶୁଣାଇଛନ୍ତି ଗ୍ରାମବାସୀ । ସେପଟେ ଶିକ୍ଷାଦାନରେ ବାଧା ପ୍ରାପ୍ତ ହୋଇଥିବା ସହ ପରୀକ୍ଷା ମଧ୍ୟ ଦେଇପାରୁନାହଁନ୍ତି ଛାତ୍ରଛାତ୍ରୀ। ଛାତ୍ର ଛାତ୍ରୀଙ୍କ ଭିବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ତରଫରୁ ଥାନାରେ ଏତଲା ଦିଆଯାଇଛି ।

    ଅପରପକ୍ଷରେ ଶିକ୍ଷକ ଓ ଶିକ୍ଷୟgତ୍ରୀଙ୍କ ଅନ୍ୟତ୍ର ବଦଳି ଆଦେଶନାମା ଜାରି ହୋଇଥିବା ଶିକ୍ଷା ବିଭାଗ ତରଫରୁ କୁହାଯାଇଛି । କିନ୍ତୁ ବଦଳି ଆଦେଶ ହୋଇଥିଲେ ମଧ୍ୟ ରିଲିଭ ହେଉନାହାନ୍ତି ସମ୍ପୃକ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ଭୂୟାଁ । ଯାହାକୁ ନେଇ ଶିକ୍ଷା ବିଭାଗର କାର୍ଯ୍ୟକରିତା  ଉପରେ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଅପରପକ୍ଷରେ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରହିଥିବାବେଳେ ଅତିଶୀଘ୍ର ସ୍କୁଲ ଖୋଲିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

    ଶିକ୍ଷକମାନଙ୍କ ବିରୋଧରେ ଗ୍ରାମବସୀଙ୍କ ଏଭଳି ପ୍ରତିବାଦ ଯୋଗୁଁ ସ୍କୁଲ ବନ୍ଦ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ। ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।

    ରବି ପଟ୍ଟନାୟକଙ୍କ ରିପୋର୍ଟ

Back to top button