ବାଲେଶ୍ୱର: ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦିଘା ନିକଟରେ ସମୁଦ୍ର ଅଶାନ୍ତ ହୋଇ ୧୫ ଫୁଟର ଉଚ୍ଚର ଜୁଆର ଉଠୁଛି। ଏହି ଜୁଆରରେ ପର୍ଯ୍ୟଟକମାନେ ସମୁଦ୍ରରେ ଖେଳୁଥିବାର ଦେଖିବାକୁ ମିଳିଛି। ଗତକାଲି ପୁର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ହେବା ଫଳରେ ମେରାଇନ ଡ୍ରାଇଭ ରାସ୍ତା ଉପରକୁ ପାଣି ଉଠିଛି। ଯାହାକୁ ଦେଖିବା ପାଇଁ ବହୁ ପଶ୍ଚିମବଙ୍ଗ ଓ ଓଡିଶାର ପର୍ଯ୍ୟଟକମାନେ ଭିଡ ଜମାଇଛନ୍ତି। ସମୁଦ୍ର କୂଳରେ ମଜା ନେଉଥିବା ପର୍ଯ୍ୟଟକମାନଙ୍କୁ ପଶ୍ଚିମବଙ୍ଗ ପୋଲିସ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସମୁଦ୍ର କୁଳରୁ ହଟିବା ପାଇଁ ପ୍ରଚାର କରୁଛି।
sea
-
ଅଶାନ୍ତ ହୋଇଛି ସମୁଦ୍ର
-
ପ୍ରଶାନ୍ତ ମହାସାଗରରେ ବିଚିତ୍ର ଜୀବ
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ବୈଜ୍ଞାନିକମାନେ ପାଇଛନ୍ତି ଏକ ବିଚିତ୍ର ପ୍ରାଣୀ, ଯାହାକୁ ବିଶ୍ବରେ ଅନ୍ୟତ୍ର କେଉଁଠାରେ ଦେଖିବାକୁ ମିଳିପାରି ନାହିଁ। ଏହି ଦୁର୍ଲଭ ଜୀବର ଶରୀର ପ୍ରାୟ ୯ ଫୁଟର। ଜୀବର ଗୋଟିଏ ମୁଣ୍ଡରେ ଏକାଧିକ ସୁଣ୍ଢର ଗୁଚ୍ଛ ଆକୃତି ସହ ଏକ ଲମ୍ବା ଲାଞ୍ଚ ରହିଛି। ବୈଜ୍ଞାନିକମାନେ ଏହି ବିରଳ ପ୍ରଜାତିର ଜୀବକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ଓ ଏହାକୁ ନେଇ ଆରମ୍ଭ ହୋଇଛି ଅଧିକରୁ ଅଧିକ ଅନୁସନ୍ଧାନ। ଏହି ଆଶ୍ଚର୍ଯ୍ୟଚକିତ କରୁଥିବା ଜୀବନଟିକୁ ଇ/ଭି ନ୍ୟୁଟିଲସ ନାମକ ରିମୋଟ ଚାଳିତ ସାମୁଦ୍ରିକ ଯାନ ଖୋଜି ବାହାର କରିଛି। ଏହାର ଏ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି ଯାନ। ବେସରକାରୀ ସଂସ୍ଥା ଓଶନ ଏକ୍ସପ୍ଲୋରେସନ ଟ୍ରଷ୍ଟ ଏହି ସାମୁଦ୍ରିକ ଯାନ ଦ୍ବାରା ଗଭୀର ସମୁଦ୍ରରେ ଗବେଷଣା କରିଆସୁଛି।
ଜୀବଟି ୯ ଫୁଟ ଲମ୍ବର ହୋଇଥିବା ବେଳେ ଏହାର ସୁଣ୍ଢ ପ୍ରାୟ ୧୬ ଇଞ୍ଚର।ସୁଣ୍ଢକୁ ଦେଖିଲେ ଲାଗିବ ଯେମିତି କୌଣସି ନରମ ଗୋଲାକାର ଉପରେ କଣ୍ଟାର ଗୁଚ୍ଛ ରହିଛି। ଏହି ଗୁଚ୍ଛ ଦ୍ବାରା ହିଁ ଜୀବଟି ପାଣିରେ ପହଁରିଥାଏ, ଖାଇଥାଏ। ଚଳିତ ମାସ ସାତ ତାରିଖରେ ଜୀବଟିକୁ ଗଭୀର ସମୁଦ୍ରରେ ଖୋଜା ଯାଇଥିଲା। ଏହା ପ୍ରଶାନ୍ତ ମହାସାଗରର ପ୍ରାୟ ୯୮୨୩ ଫୁଟ ଗଭୀରରେ ଥିଲା। ବୈଜ୍ଞାନିକମାନେ ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ସୋଲମବେଲୁଲା ମୋନୋସିଫେଲସ ପ୍ରଜାତିର ଭାବିଥିଲେ। ତେବେ ଏହି ଜୀବଟି ଜେଲିଫିସ, ହାଇଡ୍ରା ଓ କୋରଲ ଶ୍ରେଣୀରେ ଆସୁଥିବା ଜଣାପଡିଛି।
- ଶିଳା ରାୟଙ୍କ ରିପୋର୍ଟ