service tax

  • ମନଇଛା ସେବା ଶୁଳ୍କ ନେଇପାରିବେନି ହୋଟେଲ ଓ ରେଷ୍ଟୁରାଣ୍ଟ

    ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର । ଏଣିକ ମନଇଛା ସେବା ଶୁଳ୍କ ନେଇପାରିବେନି ହୋଟେଲ ଓ ରେଷ୍ଟୁରାଣ୍ଟ । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଏ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶରେ କୁହାଯାଇଛି କୌଣସି ବି ହୋଟଲେ ବା ରେସ୍ତୋରାଣ୍ଟ ସେବା ଶୁଳ୍କ ନେଇପାରିବେ ନାହିଁ । ସିସିପିଏ ନିର୍ଦ୍ଦେଶ ଜାରି କରି କହିଛି କି ଖାଇବା ବିଲରେ ମଧ୍ୟ ସର୍ଭିସ ଟ୍ୟାକ୍ସ ଯୋଡା ଯାଇପାରିବ ନାହିଁ । ଯଦି କୌଣସି ହୋଟେଲ ଖାଇବା ବିଲରେ ସେବା ଶୁଳ୍କ ଯୋଡିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ।

    ଦୀର୍ଘ ଦିନ ହେବ ଅତିରିକ୍ତ ସେବା ଶୁଳ୍କକୁ ବିରୋଧ କରିଆସୁଥିଲେ ଲୋକମାନେ । ଏହାକୁ ବନ୍ଦ କରିବା ପାଇଁ ଦାବି କରୁଥିଲେ । ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଙ୍ଘନ ଓ ବେଆଇନ ବ୍ୟବସାୟକୁ ରୋକିବା ପାଇଁ ସିସିପିଏ ଏହି ନିର୍ଦ୍ଦେଶ ଜାରି କିରଛି । ନିର୍ଦ୍ଦେଶରେ ପ୍ରାଧିକରଣ କହିଛି କୌଣସି ବି ହୋଟେଲ ରେସ୍ତୋରାଁ ଗ୍ରାହକଙ୍କୁ ସେବା ଶୁଳ୍କ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ ।

    ଗ୍ରାହକ ଚାହିଁଲେ ଖୁସିରେ ଟିପ୍ସ ଆକାରରେ ଦେଇପାରିବେ । ସେବା ଶୁଳ୍କ ଦେବେ କି ନାହିଁ ଏହା ସମ୍ପୂର୍ଣ୍ଣ ରୂପେ ଗ୍ରାହକଙ୍କ ଉପରେ ନିର୍ଭର କରେ । ରେସ୍ତୋରାଁ ହୋଟେଲ ବିଲରେ ଲାଗୁଥିବା ସ୍ବତଃ ସେବା ଶୁଳ୍କକୁ ନେଇ କଟକଣ ଲଗାଇଛି ସିସିପିଏ । କୌଣସି ପ୍ରଡକ୍ଟ କିଣିଲେ କିମ୍ବା କୌଣସି ସେବା ନେଇ ଆପଣଙ୍କୁ କିଛି ଚାର୍ଜ ଦେବାକୁ ପଡିଥାଏ । ଏହାକୁ ସେବା ଶୁଳ୍କ ବୋଲି କୁହାଯାଏ । ହୋଟେଲ ରେସ୍ତୋରାଁ ଗ୍ରାହକଙ୍କ ଠାରୁ ଖାଦ୍ୟ ପରସିବା ପାଇଁ ବା ଅନ୍ୟ କିଛି ସେବା ପାଇଁ ଏହି ଶୁଳ୍କ ନିଆଯାଇଥାଏ ।

     ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Back to top button