sidhu

  • ମୁସେୱାଲା ଜଣେ ସହୀଦ ନୁହଁନ୍ତି…ଆମର ଦୁଇ ଭାଇଙ୍କୁ ହତ୍ୟା କରିବାରେ ତାଙ୍କ ହାତ ଥିଲା

    ଗୋଲଡି ବ୍ରାର ଯିଏକି ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ବର୍ତ୍ତମାନ ଏକ ଭିଡିଓ ସେୟାର କହିଛି । ଏଥିରେ ସେ ଦାବି କହିଛି ଯେ ଭିକି ମିଡ୍‌ଦୁଖେଡା ମାମଲା ପରେ ସିଦ୍ଧୁ ମୁସେୱାଲା ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ୨ କୋଟି ଟଙ୍କା ଅଫର କରିଥିଲେ। l ନିର୍ବାଚନ ସମୟରେ ମୁସେୱାଲାଙ୍କ ଲୋକ ତାଙ୍କୁ କହିଥିଲେ ଯେ ତୁମେ ତାଙ୍କ ଜୀବନ ରକ୍ଷା କର, ଆମେ ତୁମକୁ ଦୁଇ କୋଟି ଟଙ୍କା ଦେବୁ। ଏହା ପରେ ଆପଣଙ୍କୁ ଗୁରୁଦ୍ୱାର ସାହିବକୁ ଯାଇ ଶପଥ କରିବାକୁ ପଡିବ । ବରାର୍‌ କୌଣସି ପରିସ୍ଥିତିରେ ଆପୋଷ ବୁଝାମଣା କରିବାକୁ ଚାହୁଁ ନ ଥିବାରୁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

    ଭାଇରାଲ୍‌ ହୋଇଥିବା ଭିଡିଓଟି କମ୍ ଆଲୋକରେ ସୁଟ୍ ହୋଇଛି। ଗୋଲଡି ମୁହଁ ଘୋଡାଇ କଥା କହିଛି ଯେ ମୁସେୱାଲାଙ୍କୁ ଶିଖ ‘ସହୀଦ’ ରୂପେ ଦେଖାଇବା ଚେଷ୍ଟା କରାଯାଉଛି। ତେଣୁ ସେ ଭିଡିଓ ସୁଟିଂ କରିବାକୁ ବାଧ୍ୟ ହୋଇଥିଲେ। ବ୍ରାର କହିଛି, “ସେ (ମୁସୱାଲା) ଜଣେ ସହୀଦ ନୁହଁନ୍ତି। ଆମର ଦୁଇ ଭାଇଙ୍କୁ ହତ୍ୟା କରିବାରେ ମୁସେୱାଲାଙ୍କର ହାତ ଥିଲା। ତେଣୁ ତାଙ୍କୁ ହତ୍ୟା କରିଥିବାରୁ ଆମର କୌଣସି ଅନୁତାପ ନାହିଁ।

    ଏହା ବ୍ୟତୀତ ଆହୁରି କହିଛନ୍ତି ଯେ ‘ଲୋକମାନେ ଆମକୁ ଖରାପ ବୋଲି କହୁଛନ୍ତି, ହେଲେ ଭଲ ଆମେ ଖରାପ କିନ୍ତୁ କେତେକ ଲୋକମାନେ ଭଲ ଲୋକଙ୍କ ଘର ନଷ୍ଟ କରନ୍ତି। ଆଜି ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କୁ ସହୀଦ ତଥା ଯୋଦ୍ଧା କୁହାଯାଉଛି, କିନ୍ତୁ ସେ ଜୀବିତ ଥିବାବେଳେ ୯୫ ପ୍ରତିଶତ ଲୋକ ତାଙ୍କୁ ସମାଲୋଚନା କରୁଥିଲେ। ଏହି ଭିଡିଓ ଦେଖି ପୋଲିସ୍‌ ନିଶ୍ଚିତ କରିଛି କି ଗୋଲଡି ବରାର କାନାଡାର କୌଣସି ଏକ ସ୍ଥାନରେ ଲୁଚି ରହିଥିବା ଜଣାପଡିଛି।

  • ସିଧୁ ମୁସେୱାଲା ହତ୍ୟା ମାମଲା: ଆଉ ୨ ଗିରଫ

    ସିଧୁ ମୁସେୱାଲା ହତ୍ୟା ମାମଲାରେ ଆଉ ଦୁଇ ଅଭିଯୁକ୍ତ ଅଙ୍କିତ ଓ ସଚିନକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ଗ୍ୟାଙ୍ଗ ସହ ଜଡିତ ଅଛନ୍ତି। ସାର୍ପ ସୁଟର ଅଙ୍କିତ ହରିଆଣାର ସୋନିପତର ବାସିନ୍ଦା ହୋଇଥିବା ବେଳେ ଅଙ୍କିତ ରାଜସ୍ଥାନର। ଅଙ୍କିତ ନାମରେ ରାଜସ୍ତାନରେ ଦୁଇଟି ମାମଲା ରହିଛି। ସଚିନ ମୁସେବାଲା ହତ୍ୟାକାରୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗ ରହିଛି। ସଚିନ ରାଜସ୍ଥାନରେ ଗୋଲ୍ଡି ବରାର ଓ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପରିଚାଳନା କରୁଥିଲା। ତା ନାମରେ ମଧ୍ୟ ବହୁ ମାମଲା ରହିଛି ରାଜସ୍ଥାନରେ। ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ ୩ ଜୁଲାଇରେ କଶ୍ମୀରୀ ଗେଟ ବସଷ୍ଟାଣ୍ଡରୁ ଧରିଥିଲା। ଉଭୟଙ୍କ ନିକଟରୁ ଦୁଇଟି ପିସ୍ତଲ, ୧୯ କାରତୁସ ଓ ପଞ୍ଜାବ ପୁଲିସର ପୋଷାକ ଜବତ ହୋଇଛି।

    • ଶିଳାସ୍ମିତା ରାୟଙ୍କ ରିପୋର୍ଟ
Back to top button