କୋର୍ଟ

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦୁଷ୍କର୍ମ ଅଭିଯୁକ୍ତ ହେବ ଖଲାସ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଏକ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତର ଆଜୀବନ କାରାଦଣ୍ଡକୁ ରଦ୍ଦ କରି ମୁକ୍ତ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅଭିଯୁକ୍ତକୁ ୧୦ ବର୍ଷ ପରେ ମୁକ୍ତ କରିବାକୁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।

୨୦୧୨ରେ ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଧାରର ଏକ ଫାଷ୍ଟ ଟ୍ରାକ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଆଜୀବନ ଦଣ୍ଡ ଭୋଗୁଥିବା ଅଭିଯୁକ୍ତର ଯାଚିକା ଉପରେ ଶୁଣାଣି କରି ଇନ୍ଦୋର ଖଣ୍ଡପୀଠର ଜଷ୍ଟିସ ସୁବୋଧ ଅଭୟଙ୍କର ଓ ସତ୍ୟେନ୍ଦ୍ର ସିଂହ ମୁକ୍ତିର ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି କାଳରେ ଖଣ୍ଡପୀଠ କହିଛନ୍ତି କି, ବଳାତ୍କାର ପରେ ହତ୍ୟା କରାଯାଇଥିବା ମହିଳାଙ୍କ ହାତରୁ ଜଣେ ବ୍ୟକ୍ତିର ଚୁଟି ମିଳିଥିଲା। ଚୁଟି ସହ ବନ୍ଦୀ ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହା ଉପରେ ଅଧିକାରୀ ପଦକ୍ଷେପ ନେଇ ନ ଥିଲେ। ଫଳରେ ଅଭିଯୁକ୍ତ ସହ ଅନ୍ୟାୟ କରାଗଲା ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି କି, ଯାଚିକାକର୍ତ୍ତାର ଗିରଫଦାରୀ ଓ ପ୍ରମାଣର ପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷା କ୍ଷେତ୍ରରେ ଅଧିକାରୀ ଉଦାଶୀନତା ଅବଲମ୍ବନ କରିଥିଲେ। ୨୦୧୧ ମସିହାରେ ଧାର ଜିଲ୍ଲାର ଏକ ଚାଷ ଜମିରେ ମହିଳାଙ୍କୁ ବଳାତ୍କାର କରାଯିବା ସହ ତାଙ୍କ ମୁଣ୍ଡକୁ ପଥରରେ ଛେଚି ନଷ୍ଟ କରାଯାଇଥିଲା ପ୍ରମାଣ ନଷ୍ଟ କରିବାକୁ।

ଏହି ମାମଲାରେ ଅପରାଧୀଙ୍କ ପକ୍ଷରୁ କୁହାଯାଇଥିଲା କି, ଏହି ମାମଲାରେ ତାଙ୍କ ମହକିଲକୁ ମିଛରେ ଫସା ଯାଇଛି। ଅପରାଧକୁ ନେଇ ପରିସ୍ଥିତିଗତ ସାକ୍ଷୀ ଆଧାରରେ ପ୍ରମାଣ ଏକାଠି କରିବାରେ ଅଧିକାରୀ ବିଫଳ ରହିଥିଲେ। ଫଳରେ ପ୍ରକୃତ ଅପରାଧୀ ଖସି ଯାଇଥିବା ବେଳେ ତାଙ୍କ ମହକିଲ ଫସି ଯାଇଛି।  ମାମଲାର ବୈଜ୍ଞାନିକ ପ୍ରଣାଳୀରେ ପରୀକ୍ଷା ନିରୀକ୍ଷା ମଧ୍ୟ ହୋଇ ନ ଥିବା ସେ କୋର୍ଟଙ୍କୁ ଜଣାଇଥିଲେ।

Related Articles

Leave a Reply

Your email address will not be published.

Back to top button