space mystery

  • ଅନ୍ତରୀକ୍ଷର ଅଲୌକିକ ଦୃଶ୍ୟ ଉତ୍ତୋଳନରେ ସକ୍ଷମ ବୈଜ୍ଞାନିକ

    ୱାସିଂଟନ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଶକ୍ତି ଉତ୍ସ ପ୍ରାକୃତିକ ଝଡ ତୋଫାନ ସମୟରେ ଦେଖାଦେଇଥାଏ । ଯେମିତି ଏହି ଶକ୍ତି ଉତ୍ସର ଉତ୍ପତି ହୋଇଥାଏ ସେମିତି ତତ୍‌କ୍ଷଣାତ୍ ଶେଷ ମଧ୍ୟ ହୋଇଯାଏ । ଏଇଥିରୁ ବିଜୁଳିର ସୃଷ୍ଟି ହୋଇଥାଏ । ସାଧାରଣତଃ ବିଜୁଳି ମାରିଲେ ଏହା ପୃଥିବୀ ଉପରେ ବାଦଳ ତଳେ ଦେଖା ଦେଇଥାଏ । କିନ୍ତୁ ବାଦଲ ଉପରକୁ ଯାଉଥିବା ବିଜୁଳି କମ ମାତ୍ରାରେ ଦେଖିବାକୁ ମିଳିଥାଏ ।
    ଏହା ବାଦଲରୁ ସୃଷ୍ଟି ହୋଇ ଅନ୍ତରୀକ୍ଷ ଆଡକୁ ଗତିକରିଥାଏ । ତେବେ ଏହା ପୂର୍ବରୁ ବାୟୁ ମଣ୍ଡଳରେ ଏକ ଗୋଲାକାର ଖାଲି ସ୍ଥାନ ସୃଷ୍ଟି ହୋଇଥାଏ । ନିକଟରେ ସୃଷ୍ଟି ହୋଇଥିବା ଏମିତି ଏକ ଅନ୍ତରୀକ୍ଷ ତୋଫାନ ସମୟରେ ଅନ୍ତରୀକ୍ଷରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ପାଇଛନ୍ତି ବୈଜ୍ଞାନିକମାନେ । ତେବେ ଏହା ସମ୍ପର୍କରେ ବୈଜ୍ଞାନିକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ତଥ୍ୟ ମିଳିନାହିଁ । କିନ୍ତୁ ଏହିପରି ରହସ୍ୟମୟୀ ଜେଟ ଗତ ୨୦୧୮ରେ ଓକଲାହୋମା ଉପରେ ଦେଖାଯାଇଥିଲା ।


    ବୈଜ୍ଞାନିକମାନେ ବହୁ କଷ୍ଟରେ ଏମିତି ଏକ ରହସ୍ୟମୟୀ ରଶ୍ମୀର ଥ୍ରିଡି ନକ୍ସା ପ୍ରସ୍ତୁତ କରିଥିଲେ । ଜର୍ଜିଆ ଟେକ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ଫିଜିସିଷ୍ଟ ଓ ଇଞ୍ଜିନିୟର ଲେବି ୱାଙ୍ଗ କହିଛନ୍ତି କି, ଆମେ ବଡ କଷ୍ଟରେ ବାଦଲ ଉପରେ ଯାଉଥିବା ରହସ୍ୟମୟୀ ଆଲୋକର ଥ୍ରୀ ଡି ନକ୍ସା ତିଆରି କରି ଫଟୋ ନେଇଛୁ । ଏଥିପାଇଁ ସାଟେଲାଇ୍‌ସ ଓ ରାଡାରର ଡାଡାର ବ୍ୟବହାର କରାଯାଇଛି । ତାର ଅନୁଧ୍ୟାନ କରାଯାଇଛି । ୧୪ ମେ ୨୦୧୮ରେ ସେହି ଫଟୋ ୱାଟେକ କ୍ୟାମେରାରେ ନିଆଯାଇଥିଲା । ଏହି କ୍ୟାମେରି ଅନ୍ଧାରରେ ମଧ୍ୟ ଫଟୋ ନେବାର ସକ୍ଷମ ହୋଇଥାଏ ।
    ଏହି ଆଲୋକ ରଶ୍ମୀ ଜମିଠାରୁ ପ୍ରାୟ ୮ କିଲୋମିଟର ଉପରେ ସୃଷ୍ଟ ତୋଫାନୀ ବାଦଲରୁ ବାହାରିଥିଲା । ଆଲୋକ ରଶ୍ମୀର ଉଚ୍ଚତା ପ୍ରାୟ ୮୦ କିମି ଥିଲା । ଅର୍ଥାତ୍ ଅନ୍ତରୀକ୍ଷର ଦ୍ୱାର ବା କାରମାନ ଲାଇନ ପର୍ଯ୍ୟନ୍ତ ପହଞ୍ଚିଥିଲା, ଯେଉଁଠି ପୃଥିବୀ ପୃଷ୍ଠର ବାୟୁମଣ୍ଡଳ ଶେଷ ହୋଇଥାଏ ଓ ଅନ୍ତରୀକ୍ଷର ଆରମ୍ଭ ହୋଇଥାଏ ।


    ଏହି ଆଲୋକ ୩୦୦ କୋଲମ୍ବ୍ସ ଇଲେକ୍ଟ୍ରିକ ଚାର୍ଜ ସୃଷ୍ଟି କରିଥାଏ, ଯେତେବେଳେ କି, ସାଧାରଣ ବିଜୁଳୀ ୫ କୋଲମ୍ବ୍ସ ପର୍ଯ୍ୟନ୍ତ ଶକ୍ତି ସୃଷ୍ଟି କରେ । ଏହାର ତାପମାତ୍ର ୪୭୦୦ ଡିଗ୍ରୀ ସେଲ୍‌ସିୟସ ଥିଲା । ଏହି ସମ୍ପର୍କରେ ଷ୍ଟଡି ରିପୋର୍ଟ ସାଇନ୍ସ ଆଡଭାନ୍ସ ଜର୍ନାଲରେ ପ୍ରକାଶିତ ହୋଇଥିଲା ।
    ଏହା ପୂର୍ବରୁ ବୈଜ୍ଞାନିକମାନେ ଆକାଶରେ ନାଲି ରଙ୍ଗର ବିଜୁଳୀ ମାରୁଥିବାର ଦେଖିଥିଲେ । ଏହି ବିଜୁଳୀ ବାୟୁମଣ୍ଡଳ ଉପରେ ମାରିଥିଲା । ଏହାକୁ ସ୍ପ୍ରାଇଟ କୁହାଯାଇଥାଏ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ତୀବ୍ର ଘଡଘଡିର କାରଣ ହୋଇଥାଏ । ଏଥିରୁ ସାମାନ୍ୟା ବିଜୁଳୀ ବାଦଲରୁ ପୃଥିବୀ ଆଡକୁ ଗତି କରିଥାଏ । ଏହାର ତୀବ୍ରତା ଅଧିକ ହୋଇଥାଏ ଓ ଅତ୍ୟନ୍ତ ଦୁଲର୍ଭ ମଧ୍ୟ ।

Back to top button