spacejet

  • ସ୍ପାଇସଜେଟ ଉପରେ ଲାଗିଲା କଟକଣା

    ସ୍ପାଇସଜେଟ ଉପରେ DGCA ର ବଡ କାର୍ଯ୍ୟାନୁଷ୍ଠାନ। ଏହାର ୫୦ ପ୍ରତିଶତ ଉଡାନ ଉପରେ ୮ ସପ୍ତାହ ପର୍ଯ୍ୟନ୍ତ ରୋକ ଲାଗିଛି। ସ୍ପାଇସଜେଟ ବିମାନରେ ହେଉଥିବା ବାରମ୍ୱାର ତ୍ରୁଟିକୁ ଦୃଷ୍ଟିରେ ରଖି ଡିଜିସିଏ ଏହି ପଦକ୍ଷେପ ନେଇଛନ୍ତି। DGCA ଦ୍ୱାରା ଜାରି ହୋଇଥିବା ନୋଟିସରେ ଏପ୍ରିଲ ୧ରୁ ଜୁଲାଇ ୫ ମଧ୍ୟରେ ଘଟିଥିବା ଘଟଣା ଗୁଡିକ ଉଲ୍ଲେଖ ରହିଛି। ଏ ନେଇ ବିମାନ ଉଡାଣ ଉପରେ ରୋକ ଲଗାଯାଇଛି। ଡିଜିସିଏ କହିଛି ଯେ, ଏକ ସୁରକ୍ଷିତ, ଦକ୍ଷ ଏବଂ ନିର୍ଭରଯୋଗ୍ୟ  ବିମାନ ପରିବହନ ସେବା ପ୍ରତିଷ୍ଠା କରିବାରେ ସ୍ପାଇସଜେଟ୍ ବିଫଳ ହୋଇଛି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହାକୁ ରୋକିବା ପାଇଁ ବିମାନ ସେବା ପଦକ୍ଷେପ ନେଉଛି, କିନ୍ତୁ ଏକ ନିରାପଦ ତଥା ନିର୍ଭରଯୋଗ୍ୟ ବିମାନ ସେବା ପାଇଁ ଏହାର ପ୍ରୟାସ ଜାରି ରଖିବା ଆବଶ୍ୟକ।

    ଡିଜିସିଏର କାର୍ଯ୍ୟାନୁଷ୍ଠାନ ପରେ ସ୍ପାଇସଜେଟ ଏକ ବିବୃତ୍ତି ଜାରି କରିଛି। କମ୍ପାନୀ କହିଛି ଯେ, ଆମେ ଡିଜିସିଏର ନୋଟିସ ପାଇଛୁ। ଏବଂ ନିୟାମକଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବୁ। କମ୍ପାନୀ ଯାତ୍ରୀଙ୍କୁ ଆଶ୍ୱସ୍ଥି ଦେଇଛି ଯେ ଆଗାମୀ ଦିନ ଏବଂ ସପ୍ତାହରେ ବିମାନ କାର୍ଯ୍ୟସୂଚି ଅନୁଯାୟୀ କାର୍ଯ୍ୟ କରିବ। ଏହି ଆଦେଶ ଅନୁଯାୟୀ କୌଣସି ବିମାନ ବାତିଲ ହେବ ନାହିଁ ।  ବିମାନ ଚଳାଚଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button