Bhadrak

ମାଟ୍ରିକ ରେଜଲ୍ଟ – ୯୬.୧୭ ପ୍ରତିଶତ ମାର୍କ ରଖି ଭଦ୍ରକ ଜିଲା ଟପ୍ପର ହେଲେ ସୁବ୍ରତ ନାୟକ

ଭଦ୍ରକ : ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ପାସ୍ ହାର ୯୬.୦୪ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ୯୫.୭୫ ପ୍ରତିଶତ ରହିଛି । ଚଳିତବର୍ଷ ଏ-୧ ରେ ୪୧୫୮ ଜଣ ଛାତ୍ରଛାତ୍ରୀ, ଏ-୨ ରେ ୨୯୩୮, ବି-୧ ରେ ୭୭୫୬୭ ଏବଂ ବି-୨ ରେ ୧୧୮୭୫୦ ଜଣ ପାସ୍ ହୋଇଛନ୍ତି । ମୋଟ ୫୧୬୪୩୫ ପିଲା ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୫୦୮୪୦୫ ଜଣ ପାସ୍ ହୋଇଛନ୍ତି । ଭଦ୍ରକର ସୁବ୍ରତ ନାୟକ ୬୦୦ ମାର୍କରୁ ୫୭୭ ମାର୍କ (୯୬.୧୭%) ରଖି ଭଦ୍ରକ ଜିଲା ଟପ୍ପର ହୋଇଛନ୍ତି । ଭଦ୍ରକ ଜିଲାରେ ସମୁଦାୟ ୧୭୦ ଜଣ ଏ-୧ ସ୍ଥାନରେ ଅଛନ୍ତି । ସୁବ୍ରତ ଭଦ୍ରକ ସହରର ମଂଜୁଳା ମଂଜରୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର । ସେ ଦିନକୁ ୧୨ ଘ । ପରିଶ୍ରମ କରିବା ସହ ରାତିରେ ଅଧିକ ସମୟ ପାଠ ପଢୁଥିଲେ । ଆଗାମୀ ଦିନରେ ସେ ଡାକ୍ତର ହେବା ପାଇଁ ଆଶା ରଖିଛନ୍ତି । ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଆଶୀର୍ବାଦ ତାଙ୍କୁ ଶୀର୍ଷରେ ପହ ।ଇଥିବା ସୁବ୍ରତ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button