STUDENT SUICIDE

  • ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

    ଯାଜପୁର: ଇଞ୍ଜିନିୟର ଛାତ୍ରୀଙ୍କ ମୃତ ଘଟଣା । ହତ୍ୟାର ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ସରକାରୀ ପଲଟେକନିକ ବିରଜା ହଷ୍ଟେଲରେ । ମଙ୍ଗଳବାର ଦିନ ହଷ୍ଟେଲରେ ଜଣେ ଛାତ୍ରୀଙ୍କୁ ଝଲନ୍ତା ମୃତଦେହ ଠାବ ହୋଇଥିବା ବେଳେ । ମୃତକକ ନାମ ହେଉଛି ରୋଜାଲିନ ପାତ୍ର । ସେ ଇଲେକଟ୍ରିକାଲ ଇଞ୍ଜିନିୟରିଂ ତୃତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ଅଭିଯୋଗକୁ ଆଧାର କରି ପୋଲିସ ଆରମ୍ଭ କରିଛି ଛାନଭିନ ।

    ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଶେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ହେଉଛି ରୋଜାଲିନ ପାତ୍ର । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଏବଂ 4ଟି କ୍ୟାମ୍ପସ ପାଇସାରିଥିଲେ । ଏଥିପାଇଁ ପରିବାର ଲୋକେ ମଧ୍ୟ ଖୁବ ଖୁସି ଥିଲେ । କିନ୍ତୁ ଏଭଳି ସ୍ଥିତିରେ ଏପରି ଅଘଟଣ ଘଟିବାରୁ ହତ୍ୟାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  

    ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ରୋଜାଲିନି 4ଟି ସ୍ଥାନରେ କ୍ୟାମ୍ପସ ପାଇଥିବାରୁ ତାଙ୍କ ସହପାଠୀଗଣ ତାଙ୍କୁ ନାପସନ୍ଦ କରୁଥିଲେ ଏବଂ କୌଣସି କ୍ୟାମ୍ପସ ସିଲେକ୍ସନରେ ନବିସିବାକୁ  ତାକୁ ଧମକ ଦେଉଥିଲେ । ରୋଜାଲିନିଙ୍କ ମା ଅଭିଯୋଗ କରିଥିଲେ ଯେ ସୋମବାର ଦିନ ଝିଅ ରୋଜାଲିନିକୁ ଜଣେ ଛାତ୍ର ମାଡ ମାରିଥିଲେ ଏବଂ ବିଭିନ୍ନ ଅଶୀଳ ମସେଜ ବି କରୁଥିଲେ । ଏବିଷୟରେ ରୋଜାଲିନି ତାଙ୍କ ମା କୁ ସମସ୍ତ କଥା ଜଣାଇଥିଲେ । ଏବଂ ଭଲ ପଢୁଥିବା ପିଲାକୁ ଏଭଳି ହଇରାଣ କରାଯାଏ ବୋଲି ତାଙ୍କ ମାକୁ କହିଥିଲେ ।

    ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷକୁ ଦାୟୀ କରିଥିବାବେଳେ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରୟା ମଳିନାହିଁ । ତେବେ ଖବର ପାଇ ଯାଜପୁର ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଘଟଣା ସ୍ଥଳରେ ଛାନଭିନ କରୁଛନ୍ତି । ପୋଲିସ ତଦନ୍ତ ପାଇଁ ହଷ୍ଟେଲରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତକୁ ଆଗକୁ ବଢାଇଛି ।

  • ରାଜଧାନୀରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

    ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଛାତ୍ର ଜଣଙ୍କ ହେଲେ ପାରିକୁଦ ଅଞ୍ଚଳର ଜ୍ୟୋତି ପ୍ରକାଶ ପଲେଇ। ଇନଫୋଭ୍ୟାଲି ଥାନା ଅଧୀନ ଏକ ଘରୋଇ କଲେଜରେ ପଢ଼ୁଥିବା ଜ୍ୟୋତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।

    ପାରିକୁଦ ଅଞ୍ଚଳର ଜ୍ୟୋତିପ୍ରକାଶ ପଲେଇ ଇନଫୋଭ୍ୟାଲି ଥାନା ଅଧୀନରେ ଏକ ଘରୋଇ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଥିଲେ ପଢୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଖାଇବା ଲାଗି ଜ୍ୟୋତିଙ୍କ ରୁମରେ ରହୁଥିବା ସାଙ୍ଗ ବାହାରକୁ ଯାଇଥିଲେ। ଏହି ସମୟରେ ଜ୍ୟୋତି ଫ୍ୟାନରେ ରଶି ଲଗେଇ ଝୁଲିଯାଇଥିଲେ।

    ତାଙ୍କ ସାଙ୍ଗ ରୁମକୁ ଫେରି ଦେଖିବାକୁ ପାଇଥିଲେ  ଜ୍ୟୋତିଙ୍କୁ ଝୁଲନ୍ତା ଅବସ୍ଥାରେ।

    ଏହା ଦେଖି ସାଙ୍ଗ ଭୟଭୀତ ହୋଇଯାଇଥିଲେ ଓ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା।

    ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ସାଇଣ୍ଟିଫିକ ଟିମ ଜରିଆରେ ଘଟଣାର ଖୋଳତାଡ ଆରମ୍ଭ କରିଛି ।

  • ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା

    ଭୁବନେଶ୍ବର: ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା। ମୃତକ ଜଣେ ନର୍ସିଂ ଛାତ୍ରୀ ଥିଲେ। ସେ ଏୟାର ଫିଲ୍ଡ ଥାନା ଅଧୀନରେ ରୁଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।

    ରାଜଧାନୀର ଏୟାର ଫିଲ୍ଡ ଥାନା ଅଧୀନ ଜାମୁକୋଳି ଅଞ୍ଚଳରେ ଛାତ୍ରୀ ଜଣଙ୍କ ରହୁଥିଲେ। ରବିବାର ଦିନ ସେ ଆତ୍ମହତ୍ୟା କରିଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ପଚରାଉଚରା କରୁଛି। ତେବେ କିପରି ଓ କାହିଁକି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ।

Back to top button