SUSHMITA SEN

  • ସ୍ପଷ୍ଟିକରଣ ଦେଲେ ସୁସ୍ମିତା

    ବିବାହ ଓ ନିର୍ବନ୍ଧ ଚର୍ଚ୍ଚାକୁ ନେଇ ସ୍ପଷ୍ଟିକରଣ ଦେଲେ ପୁର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ । ଲଳୀତ ମୋଦୀ ପ୍ରଥମେ ଟୁଇଟ କରି ସୁସ୍ମିତାଙ୍କ ସହ ନୁଆ ଜୀବନ ଆରମ୍ଭ କରିବା କଥା କହିଥିଲେ । ପରେ ଆଉ ଏକ ଟୁଇଟ ରେ ସୁସ୍ମିତାଙ୍କ ସହ କେବଳ ଡେଟ୍ କରୁଥିବା କଥା କହି ସଫେଇ ଦେଇଥିଲେ । ଏହା ପରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା । ସୋସିଆଲ ମିଡିଆରେ ଉଭୟଙ୍କୁ ନେଇ ଟ୍ରୋଲ କରାଯାଇଥିଲା । ଠିକ ଏହାର ୨୪ ଘଣ୍ଟା ପରେ ସୁସ୍ମିତା ଇନଷ୍ଟାଗ୍ରାମ ପୋଷ୍ଟ କରି ସବୁ କଳ୍ପନାଜଳ୍ପନା ଉପରେ ପୁର୍ଣଛେଦ ପକାଇଛନ୍ତି ।

    ନିଜ ଦୁଇ ଝିଅଙ୍କ ସହ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୁସ୍ମିତା ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ମୁଁ ଏବେ ହାପି ପ୍ଲେସ ରେ ଅଛି । ନା ବିବାହ କରିଛି ନା ନିର୍ବନ୍ଧ । ବିନା କୌଣସି ସର୍ତ୍ତରେ ଭଲ ପାଇବାରେ ଘେରି ରହିଛି । ବହୁତ ସଫେଇ ଦିଆଗଲା ଏବେ କାମ ଓ ଜୀବନକୁ ଫେରିଯିବା । ମୋ ଖୁସିରେ ଭାଗ ହୋଇଥିବାରୁ ଧନ୍ୟବାଦ ଆଉ ଯେଉଁମାନେ ସାମିଲ ହୋଇନାହାଁନ୍ତି ସେମାନଙ୍କୁ ମଧ୍ୟ୍ୟ ଧନ୍ୟବାଦ । ଏହାସହିତ ଆପଣ ମାନଙ୍କର କୌଣସି ଲେନଦେନ ନାହିଁ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ଏବେ ଚାଲିଛି ଡେଟିଂ, ଆଗକୁ ବାହାଘର…ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ କରୁଛନ୍ତି ଲଳିତ ମୋଦୀ

    ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ଆସିଛି ବିସ୍ଫୋରକ ଖବର । ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଭାବେ ପରିଚିତ ଲଳିତ ମୋଦୀଙ୍କ ସହ ସୁସ୍ମିତା ସଂପର୍କରେ ଥିବା କୁହାଯାଉଛି। ଏହାର ସୂଚନା ଲଳିତ ମୋଦୀ ନିଜେ ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି। ସୁସ୍ମିତା ସେନଙ୍କୁ ସେ ଡେଟ୍ କରୁଥିବା ସ୍ପଷ୍ଟ ଭାବେ ଲେଖିଛନ୍ତି। କାରଣ କିଛି ସମୟ ପୂର୍ବରୁ ଉଭୟ ବିବାହ କରିଥିବା ଚର୍ଚ୍ଚା ଜୋର ଧରିଥିଲା। ଲଳିତ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ। ଏ ଯାଏଁ ବିବାହ କରିନୁ। ମାତ୍ର ଜଲଦି ବିବାହ କରିପାରୁ। ଏହା ସହିତ ଲଲିତ ମୋଦୀ ସ୍ମୁସ୍ମିତା ସେନଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

    ଏଥିରେ ଉଭୟ ରୋମାଣ୍ଟିକ ମୋଡରେ ନଜର ଆସୁଛନ୍ତି। ସର୍ବପ୍ରଥମେ ଲଳିତ ମୋଦୀ କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସୁସ୍ମିତା ସେନଙ୍କ ସହ ରହିଛନ୍ତି। କ୍ୟାପସନରେ ଲେଖିଛନ୍ତି ପରିବାର ସହିତ ମାଳଦ୍ଵୀପ ଏବଂ ସାରଡିନିଆର ଟୁରରୁ ଏବେ ଫେରିଛି। ମୋ ସହିତ ଅଛନ୍ତି ମୋ ପ୍ରିୟର ସୁସ୍ମିତା ସେନ। ଶେଷରେ ଜୀବନର ଏକ ନୂତନ ଆରମ୍ଭ କରିବାକୁ ଯାଉଛି। ଓଭର ଦ ମୁନ। ଲଳିତ ମୋଦୀଙ୍କ ପ୍ରଥମ ପୋଷ୍ଟ ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଥିଲା। ଲୋକେ ଉଭୟ ପରସ୍ପରକୁ ବିବାହ କରି ନେଇଥିବା ବୁଝି ନେଇଥିଲେ। ତେବେ ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ “ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବିବାହ କରିନୁ।

    କିନ୍ତୁ ହଁ ଗୋଟିଏ ଦିନ ଏହା ହେବ।” ଲଲିତ ମୋଦି ଶେୟାର କରିଥିବା ଫଟୋରେ ସେ ଓ ସୁସ୍ମିତା ସେନ ବେଶ ରୋମାଣ୍ଟିକ ପୋଜରେ ରହିଛନ୍ତି। ପ୍ରଥମ ଟ୍ୱିଟରେ ଲଳିତ ମୋଦି ଲେଖିଥିଲେ ଯେ “ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଏବେ ଲଣ୍ଡନ ଫେରିଛୁ। ପରିବାର ସହିତ ମାଲଦ୍ୱୀପ ଓ ସରଡିନିଆ ଯାଇଥିଲି। ମୋ ବେଟର ହାଫ ସୁସ୍ମିତା ସେନଙ୍କ ସହ ନୂଆ ଆରମ୍ଭ ପାଇଁ ବେଶ ଉତ୍ସାହିତ।”

Back to top button