ଓଡ଼ିଶା

ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ନିଜର ହେଲିକପ୍ଟର ଯୋଗାଇଦେବାକୁ ବୈଜୟନ୍ତ ପଣ୍ଡାଙ୍କ ନିବେଦନ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା ଖବରରେ ଅତ୍ୟନ୍ତ ମର୍ମାହତ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହି ଦୁଃଖଦ ସମୟରେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଜର ହେଲିକପ୍ଟର ଯୋଗାଇ ଦେବା ସହ ସମସ୍ତ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଶ୍ରୀ ପଣ୍ଡା ଏକ ବାର୍ତ୍ତା ଯୋଗେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କୁ ଜଣାଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଯୋଗଦେବାପାଇଁ ଯଦି କୌଣସି ସରକାରୀ ଅଧିକାରୀ, ଡାକ୍ତରୀ ଦଳ କିମ୍ବା ବିପର୍ଯ୍ୟୟ ପ୍ରସମନ ଦଳ ଭୁବନେଶ୍ୱରରୁ ଦୁର୍ଘଟଣା ସ୍ଥଳକୁ ଯିବାକୁ ଚାହୁଁ ଥିବେ, ଏଥିପାଇଁ ତାଙ୍କର ହେଲିକପ୍ଟର ପ୍ରସ୍ତୁତ ହୋଇ ରହିଥିବା ଶ୍ରୀ ପଣ୍ଡା ଜଣାଇଛନ୍ତି। ଦୁର୍ଘଟଣାର ଶୀକାର ହୋଇଥିବା ଯାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀ ପଣ୍ଡା ସହଯୋଗର ହାତ ବଢ଼ାଇବା ସହ ମୁଖ୍ୟ ଶାସନ ସଚିବ ଓ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କୁ ତାଙ୍କର ହେଲିକପ୍ଟର ବ୍ୟବହାର କରିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published.

Back to top button