କ୍ରିକେଟ

ଭାରତ ୱେଷ୍ଟଇଣ୍ଡିଜ୍ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଆଜି

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି – ୨୦ ତ୍ରିନିଦାଦ ଏଣ୍ଡ ଟୋବାଗୋର ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀରେ ଷ୍ଟାଡିୟମ୍ ରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ୮ ଟା ଠାରୁ ଆରମ୍ଭ ହେବ ।

ଦ୍ୱିତୀୟ ମ୍ୟାଚ୍ ରବିବାର ଗୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସିରିଜର ତୃତୀୟ ମ୍ୟାଚ୍ ସମାନ ସ୍ଥାନରେ ଆସନ୍ତା ୮ ତାରିଖରେ ଖେଳାଯିବ ।

ଶେଷ ଦୁଇଟି ମ୍ୟାଚ୍ ଯୁକ୍ତରାଷ୍ଟ୍ରରେ ଖେଳାଯିବ । ଚତୁର୍ଥ ମ୍ୟାଚ୍ ଅଗଷ୍ଟ ୧୨ ରେ ସେଣ୍ଟ୍ରାଲ୍ ବ୍ରାଉଡର୍ ରେଜିଓନାଲ ପାର୍କ ଷ୍ଟାଡିୟମ୍ ଟର୍ଫ୍ ଗ୍ରାଉଣ୍ଡ, ଲାଉଡରହିଲ୍, ଫ୍ଲୋରିଡା, ଯୁକ୍ତରାଷ୍ଟ୍ରରେ ଅନୁଷ୍ଠିତ ହେବ ଏବଂ ସିରିଜର ଆନ୍ତିମ ତଥା ପଞ୍ଚମ ମ୍ୟାଚ୍ ଅଗଷ୍ଟ ୧୩ ତାରିଖ ଦିନ ସମାନ ସ୍ଥାନରେ ଖେଳାଯିବ । ଟେଷ୍ଟ ସିରିଜକୁ ୧-୦ ରେ ଜିତିବା ପରେ ଭାରତ ଏକ ଦିନିକିଆ ଅନ୍ତର୍ଜାତୀୟ ସିରିଜକୁ ୨-୧ ରେ ଆକ୍ତିଆର କରିଛି ।

Related Articles

Leave a Reply

Your email address will not be published.

Back to top button