TELENGANA

  • ପଦାରେ ପଡିଲା କେସିଆର-ସୁନ୍ଦରରାଜନ କଳି

    () ଗଣତନ୍ତ୍ର ଦିବସ ଅବସରରେ ତେଲେଙ୍ଗାନା ରାଜ୍ୟପାଳ ତାମିଲାସାଇ ସୁନ୍ଦରରାଜନ ହାଇଦ୍ରାବାଦର ରାଜଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଆଶ୍ଚର୍ଯ୍ୟର କଥା, ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗ ଦେଇନାହାନ୍ତି। ତେବେ ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା କଥା, କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥିବାରୁ ଅନେକ ପ୍ରଶ୍ନ ଉଠିଛି। 

    ପଦାରେ ପଡିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ। ଆଜି ଗଣତନ୍ତ୍ର ଦିବସକୁ ସାରା ଦେଶ ଧୁମଧାମରେ ପାଳନ କରୁଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସଂସଦ ଭବନ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ହେଲେ ରାଜନୈତିକ ବିବାଦ କାରଣରୁ ଆଜି ତେଲେଙ୍ଗାନାରେ ଦେଖିବାକୁ ମିଳିଛି ବିବାଦୀୟ ଦୃଶ୍ୟ। ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମିଳିତ ଭାବେ ରାଜଭବନ ପରିସରରେ ପତାକା ଉତ୍ତୋଳନ କରିବାର ବିଧି ଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ଗୁରୁବାର ଦିନ ତେଲେଙ୍ଗାନା ରାଜଭବନ ପରିସରରେ ଆୟୋଜିତ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଏକାକୀ ପତାକା ଉତ୍ତୋଳନ କରିଛନ୍ତି। ଏହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି। ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ହାଇଦ୍ରାବାଦ ଠାରେ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ଗୋଲଡେନ ଗ୍ଲୋବସ ପୁରସ୍କାର ବିଜେତା ଓ ଓସ୍କାର ନାମାଙ୍କିତ ନାଟୁ ନାଟୁ ଗୀତର ସଂଗୀତକାର ଏମଏମ କେରାବନୀ ଓ ଗୀତିକାର ଚନ୍ଦ୍ରବୋଷଙ୍କୁ ସମ୍ମାନୀତ କରିଛନ୍ତି। ଏହା ପୂର୍ବରୁ ସେ ଅନେକ ସମୟ ଧରି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଅପେକ୍ଷା କରିଥିଲେ ବି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ପହଞ୍ଚିନଥିବା ଦେଖିବାକୁ ମିଳିଥିଲା।

    ତେଲେଙ୍ଗାନା ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି କାରଣରୁ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ଯେଉଁ ଭାଷଣ ପଢିଥାନ୍ତି ତାହାକୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରି ପ୍ରଦାନ କରାଯିବାର ନିୟମ ଥିଲେ ବି ତେଲେଙ୍ଗାନା ସରକାର ରାଜ୍ୟପାଳଙ୍କୁ ଏହି ଭାଷଣ ପଠାଇନଥିଲେ। ସେପଟେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳ ବିଧାନସଭାର ଉଭୟ ସଦନରେ ସମ୍ୱୋଧିତ କରିବାର ପରମ୍ପରା ଥିଲେ ବି ଏଥର ରାଜ୍ୟପାଳ ସଦନକୁ ସମ୍ୱୋଧିତ କରିବେ ନାହିଁ ବୋଲି ଜଣାପଡିଛି। କେସିଆର ସରକାରଙ୍କୁ ନେଇ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଅଭିଯୋଗ କରିଛନ୍ତି କି କାର୍ଯ୍ୟାଳୟ ସମ୍ପର୍କିତ ପ୍ରୋଟୋକଲ ପାଳନ କରାଯାଉନାହିଁ। ଏହା ସହ କେସିଆର ସରକାରଙ୍କ କିଛି ବିଧାୟକଙ୍କ ନାମରେ ମଧ୍ୟ ରାଜ୍ୟପାଳଙ୍କର ଅଭିଯୋଗ ରହିଛି।

    ଗୋଟିଏ ପଟେ ରାଜଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସିକନ୍ଦରାବାଦରେ ବିରୁଲା ସୈନିକ ସ୍ମାରକ ମଇଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

    ପ୍ରେମଲତା ବାରିକଙ୍କ ରିପୋର୍ଟ

  • ତେଲେଙ୍ଗାନାରେ ଫୁଟିବ ପଦ୍ମ: ମୋଦି

    ହାଇଦ୍ରାବାଦ: ତେଲେଙ୍ଗାନା ବ୍ୟାପୀ ଫୁଟିବ ପଦ୍ମ। ଏପରି ଦ୍ରୁଢୋକ୍ତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଦିନ ତେଲେଙ୍ଗାନାର ବେଗୁମପେଟ କ୍ଷେତ୍ରରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିବା ଅବସରରେ ମୋଦି ତେଲେଙ୍ଗାନାରେ ପଦ୍ମ ଫୁଟିବ କହିବା ସହ ଗତ ଲୋକସଭା ନିର୍ବାଚନରେ ବିଜେପି କର୍ମକର୍ତ୍ତାଙ୍କ ପାଇଁ ଦଳ ୩୦୦ରୁ ଅଧିକ ଆସନ ଜିତିଥିବା କହିଥିଲେ।

    ନିକଟରେ ମୁନୁଗୋଡେ ଉପନିର୍ବାଚନର ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାରେ ସୂର୍ଯ୍ୟଦୋୟ ହେବ ଓ ରାଜ୍ୟ ବ୍ୟାପୀ ପଦ୍ମ ଫୁଟିବ। ଏହି ଆସନରୁ ବିଜେପି ୮୬ହଜାର ଭୋଟ ହାସଲ କରିଥିଲା। ଅବଶ୍ୟ ବିଜେପି ପ୍ରାର୍ଥୀ କୋମାଟିରେଡ୍ଡି  ରାଜଗୋପାଳ ରେଡି ଏହି ଆସନରେ ହାରିଥିଲେ, କିନ୍ତୁ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।

    ମୋଦି କହିଛନ୍ତି, ମୁନୁଗୋଡେ ଉପନିର୍ବାଚନ ବେଳେ ବିଜେପି ଆଶାତୀତ ଭାବେ ଭୋଟ ହାସଲ କରିଛି। ବିଜେପି କର୍ମକର୍ତ୍ତାମାନେ ଗୋଟିଏ ଆସନକୁ ପୂରା ତେଲେଙ୍ଗାନା ସରକାରକୁ ଆସିବାକୁ ବାଧ୍ୟ କରାଇଥିଲେ। ଏହି ନିର୍ବାଚନରୁ ତେଲେଙ୍ଗାନାବାସୀଙ୍କ ଆଶୀର୍ବାଦ ପଦ୍ମ ଉପରେ ରହିଥିବା ସ୍ପଷ୍ଟ ହୋଇଛି।

    ଆଗକୁ ମୋଦି କହିଥିଲେ, ତେଲେଙ୍ଗନା ସହ ବିଜେପିର ନିବିଡ ସମ୍ପର୍କ ରହିଛି। ୧୯୮୪ରେ ଯେତେବେଳେ ଆନ୍ଧ୍ରରୁ ବିଜେପି ୨ଟି ଆସନ ହାସଲ କରିଥିଲା ଗୋଟିଏ ଆସି ଥିଲା  ତେଲେଙ୍ଗାନାର ହନମକୋଣ୍ଡା।

  • ସ୍ଥାନୀୟ ଲୋକଙ୍କ ସହାୟତାରେ ଏଡିଲା ଏକ ଅଘଟଣ

    ହାଇଦ୍ରାବାଦ: ତେଲେଙ୍ଗାନାର ମେହବୁବ ନଗରରେ ଏକ ବଡ ଦୁର୍ଘଟଣାରୁ  ଅଳ୍ପକେ ବର୍ତ୍ତିଲା ସ୍କୁଲ ବସ୍। ଶୁକ୍ରବାର ଦିନ ବନ୍ୟା ଯୋଗୁଁ ପାଣିରେ ଉବୁଟୁବୁ ରାସ୍ତାଘାଟ । ଏଠାରେ ଏକ ସ୍କୁଲ ବସ ପିଲାଙ୍କୁ ନେଇ ଯାଉଥିବା ବେଳେ  ପ୍ରାୟ ଅଧା ବନ୍ୟା ଜଳରେ ବୁଡି ଯାଇଥିଲା। ଏହି ବସରେ ପ୍ରାୟ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ରହିଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ବସରୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ବସରୁ ଉଦ୍ଧାର ସମୟର  ଭିଡିଓ ଏବେ ସାମ୍ନାକୁ ଆସିଛି।

    ମେହବୁବ ନଗରର ଡେପୁଟି କମିଶନର କହିଛନ୍ତି ଯେ, ଏହି ଘଟଣା ସକାଳ ପ୍ରାୟ ୯ଟା ବେଳେ ଘଟିଛି। ୨୦ଜଣ ପିଲାଙ୍କୁ ନେଇ ଯାଉଥିବା ବସ୍ ମାଚନପଲ୍ଲୀ ଏବଂ ସିଗୁର ଗଡ୍ଡା ଟଣ୍ଡା ମଧ୍ୟରେ ଥିବା ଅଣ୍ଡରପାସରେ ଫସି ଯାଇଥିଲା।

    ଅଧିକାରୀ କହିଛନ୍ତି ଯେ, ବସ୍ ଡ୍ରାଇଭର ପିଲାମାନଙ୍କୁ ସକାଳୁ ସ୍କୁଲକୁ ନେଇଯାଉଥିବା ସମୟରେ ଏହି ଅଘଟଣା ଘଟିଛି। ବସ୍ ଡ୍ରାଇଭରକୁ ପାଣିର ଗଭୀରତା ବିଷୟରେ ଜଣାନଥିଲା। ଯେଉଁଥିପାଇଁ ବସଟି ବନ୍ୟା ଜଳରେ ଅଧା ବୁଡିଯାଇଥିଲା। ସ୍ଥାନୀୟ ଲୋକମାନେ ବସ ବୁଡିଯିବାର ଦେଖି ଧାଇଁ ଯାଇ ପିଲାମାନଙ୍କୁ ବସ ଭିତରୁ ବାହାର କରିଥିଲେ।

    ଲୋକଙ୍କ ସହାୟତାରେ ସମସ୍ତ ପିଲାମାନଙ୍କୁ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି। ଏଥିରେ କୌଣସି ପିଲାମାନଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହାପରେ ବସଟିକୁ ପାଣି ଭିତରୁ ବାହାର କରାଯାଇଥିଲା।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button