terror attack

  • କରାଚି ପୁଲିସ ମୁଖ୍ୟାଳୟରେ ଆତଙ୍କୀ ଆକ୍ରମଣ, ୫ ଆତଙ୍କୀ ମୃତ

    କରାଚି: ପାକିସ୍ତାନର କରାଚିସ୍ଥିତ ପୁଲିସ ମୁଖ୍ୟାଳୟରେ ଟିଟିପି ଆତଙ୍କବାଦୀ ସଂଗଠନର ଆକ୍ରମଣ ପଣ୍ଡ କରିବା ସହ ୫ ଜଣ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ। ସେପଟେ ଆତଙ୍କବାଦୀଙ୍କ ଗୁଳିରେ ୩ ସୁରକ୍ଷାବଳ କର୍ମକର୍ତ୍ତାଙ୍କ ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ପୁଲିସ  ମୁଖ୍ୟାଳୟକୁ ନିଜ କବଜାକୁ ନେଇଛି ସୁରକ୍ଷାବଳ।

    ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପାଞ୍ଚ ମହଲାର ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟା ୧୦ ମିନିଟରେ କିଛି ଆତଙ୍କବାଦୀ ପ୍ରବେଶ କରିଥିଲେ। ୪ ଘଣ୍ଟା ଧରି ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ପୁଲିସ ଗୁଳିରେ ତିନି ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ନିଜକୁ ବିସ୍ଫୋରଣ କରି ଉଡାଇଦେଇଥିଲେ। ଏହି ବିସ୍ଫୋରଣରେ କୋଠାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ ଆତଙ୍କବାଦୀଙ୍କ ଗୁଳିରେ ୨ ପୁଲିସ କର୍ମୀ, ୧ରେଞ୍ଜର କର୍ମୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଓ ୧୭ ଜଣ ଆହତ ହୋଇଛନ୍ତି।

    ତେବେ ଆକ୍ରମଣକାରୀଙ୍କ ସଂଖ୍ୟାକୁ ନେଇ ବିରୋଧାଭାଷ ଦେଖାଦେଇଛି। ପୁଲିସ ମୁତାବକ ୮ ଜଣ ଆତଙ୍କୀ ପୁଲିସ ମୁଖ୍ୟାଳୟକୁ ପ୍ରବେଶ କରିଥିଲେ। ସେପଟେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୁତାବକ, ୫ ଜଣଙ୍କ ମୃତ୍ୟୁ ହେବା ପରେ କୋଠାକୁ ସୁରକ୍ଷାବଳ ନିଜ ଅକ୍ତିଆରକୁ ନେଇ ଅନ୍ୟମାନଙ୍କୁ ଖୋଜୁଛି। ଯାଞ୍ଚ ଶେଷ ପରେ କେତେ ଜଣ ଆତଙ୍କୀ ଥିଲେ ତାହା ସ୍ପଷ୍ଟ ହେବ। ଆତଙ୍କବାଦୀ ଆସିଥିବା ଦୁଇଟି କାରକୁ କୋଠାରୁ ଆଗ ଓ ପଛରୁ ଜବତ କରାଯାଇଛି।

    ଏହା ପୂର୍ବରୁ ଶୁକ୍ରବାର ଦିନ ଜଣେ ଆତ୍ମଘାତୀ ଆତଙ୍କବାଦୀଙ୍କ ଆକ୍ରମଣକୁ ପଣ୍ଡ କରିଥିଲା ସୂଚନାବଳ।

  • ଆଫଗାନିସ୍ତାନରେ ପୁଣି ଆତ୍ମଘାତି ବିସ୍ଫୋରଣ

    କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଆତ୍ମଘାତି ବିସ୍ଫୋରଣ। କାବୁଲର ଏକ ଶିକ୍ଷା କେନ୍ଦ୍ରରରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରତର ଥିବା କାବୁଲ ପୋଲିସ ସୂଚନା ଦେଇଛି।

    ଆତଙ୍କବାଦୀଙ୍କ ଟାର୍ଗେଟରେ ତାଲିବାନ ସରକାର। ପୁଣି ଆଫଗାନିସ୍ତାନ କାବୁଲରେ ଆତ୍ମଘାତି ବିସ୍ଫୋରଣ। ଏଥର କାବୁଲରେ ଥିବା ଏକ ଶିକ୍ଷାନୁଷ୍ଠାନ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଶୁକ୍ରବାର ସକାଳ ସାଢେ ୭ଟା ସମୟରେ ଏହି ବିସ୍ଫୋରଣ ପଶ୍ଚିମ କାବୁଲର ଦଶାତୀ ବାରଚି ଅଞ୍ଚଳରେ ଥିବା ପିଡି ୧୩ର କାଜ୍‌ ଶିକ୍ଷାକେନ୍ଦ୍ରରେ ଘଟିଛି। ଏଥିରେ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ଆହାତ ହୋଇ ଆମ୍ୱୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାବୁଲ ନିକଟରେ ଥିବା ଶିୟା ବହୁଳ ଅଞ୍ଚଳକୁ ଟାର୍ଗେଟ କରି ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଛି। ଏହି ଅଞ୍ଚଳରେ ହେଉଛି ଏକ ଶିୟା-ମୁସଲିମ ପ୍ରାଧାନ୍ୟ ଅଞ୍ଚଳ। ଏଠାରେ ବହୁଳଅଞ୍ଚଳର ହଜାର ସମ୍ପ୍ରଦାୟ ବାସକରିଥାନ୍ତି। କାବୁଲ ପୋଲିସ ସୂଚନା ଅନୁଯାୟୀ, ଏହି ଶିକ୍ଷାଅନୁଷ୍ଠାରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୱଳୟରେ ହେବାକୁ ଥିବା ଏଣ୍ଟ୍ରେସ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଏହି ସମୟରେ ଆତ୍ମଘାତି ଆକ୍ରମଣ ହୋଇଥିଲା। ଯେଉଁଥିରେ ଆକ୍ରମଣକାରୀ ନିଜେ ନିଜକୁ ଏହି ବିସ୍ଫୋରଣରେ ଉଡାଇ ଦେଇଥିଲା।

    Foreign troops with NATO-led Resolute Support Mission investigate at the site of a suicide attack in Kabul, Afghanistan September 5, 2019. REUTERS/Omar Sobhani

    ସେପଟେ ଏହି ଘଟଣା ସୂଚନା ପାଇବା ପରେ ତାଲିବାନ ସରକାର ତରଫରୁ ସେଠାରେ ବ୍ୟାପକ ବ୍ୟବସ୍ତା କରାଯିବା ସହ ଅନେକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଏହି ଆତ୍ମଘାତି ବିସ୍ଫୋରଣ କିଏ କରିଛି ତାନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନଥିବା ସୂଚନା ଦେଇଛନ୍ତି ଜଣେ ତାଲିବାନୀ ଅଧିକାରୀ।  

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ପୁଣି ଆତଙ୍କୀ ଆକ୍ରମଣ, ୩ ଆହତ

    ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଗତ ଦୁଇ ଦିନ ଭିତରେ ତୃତୀୟ ଆତଙ୍କୀ ଆକ୍ରମଣ ହୋଇଛି। ଶନିବାର ସଂଧ୍ୟାରେ ଶ୍ରୀନଗରର ଅଲି କଦଲରେ ସୁରକ୍ଷାବଳଙ୍କ ଉପରେ ଆତଙ୍କୀ ପୁଣି ଆକ୍ରମଣ କରିଛନ୍ତି। ସୁରକ୍ଷା ବଳ ଉପରେ ଆତଙ୍କବାଦୀ ଗ୍ରେନେଡ ମାଡ କରିବାକୁ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।
    ଏହା ପୂର୍ବରୁ ଶୁକ୍ରବାର ଦିନ ଜମ୍ମୁର ଅନନ୍ତନାଗ ସ୍ଥି ବିଜବେହରା ଓ ବାନ୍ଦିପୋରାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଯେଉଁଥିରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ପୁଲିସକର୍ମୀ ଆହତ ହୋଇଥିଲେ। ସୂଚନାଯୋଗ୍ୟ, ଘାଟିରେ ଲଗାତର ଟାର୍ଗେଟ କିଲିଂ ଜାରି ରହିଛି।

Back to top button