TRADITIONAL GAME COMPETITION

  • ପାରମ୍ପରିକ ଗ୍ରାମୀଣ କ୍ରିଡା ଆୟୋଜନ

    ବ୍ରହ୍ମପୁର: ମହଳା କ୍ରୀଡ଼ାର ବିକାଶ  ପାଇଁ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଖେଳପଡ଼ିଆରେ ଆୟୋଜିତ ହୋଇଛି କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ । ସହରର ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁ ମହିଳା କ୍ରୀଡ଼ା ଅନୁଷ୍ଠିତ ହୋଇଛି ।  ଠିଆ ପୁଚି, ବସା ପୁଚି, ଦଉଡ଼ି ଡ଼ିଆଁ, ଖପରା ଡ଼ିଆଁ, ଶଙ୍ଖ ଫୁଙ୍ଖା, ହୁଳହୁଳି, କଉଡ଼ି ଖେଳ ଭଳି ବିଭିନ୍ନ ଖେଳରେ ଭାଗ ନେଇଥିଲେ ଛାତ୍ରୀ ମାନେ ।

    କୁମାରପୁର୍ଣ୍ଣିମା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଗଣପର୍ବ କୁମାରପୁର୍ଣ୍ଣିମା ପାଇଁ ଗାଁଠୁ ସହର ଏବେ ଉତ୍ସବ ମୁଖର। ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଖେଳପଡ଼ିଆ ଠାରେ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁର ଅନୁଷ୍ଠିତ ହୋଇଯାଇଛି କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଆଜି ବିଭିନ୍ନ ପାରମ୍ପାରିକ ଗ୍ରାମୀଣ ମହିଳା କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ସହରର ବହୁ ବିଦ୍ୟାଳୟରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ । ଠିଆ ପୁଚି, ବସା ପୁଚି, ଦଉଡ଼ି ଡ଼ିଆଁ, ଖପରା ଡ଼ିଆଁ, ଶଙ୍ଖ ଫୁଙ୍ଖା, ହୁଳହୁଳି, କଉଡ଼ି ଖେଳ ଭଳି ବିଭିନ୍ନ ପାରମ୍ପାରିକ ଖେଳରେ ମଜ୍ଜି ଯାଇଥିଲେ ଛାତ୍ରୀ ମାନେ । ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକରେ ଏଭଳି ପାରମ୍ପାରିକ କ୍ରୀଡ଼ା ଖେଳାଯାଉନାହିଁ । ଯାହାଫଳରେ ଅନେକ ଏହି କ୍ରୀଡ଼ା ସମ୍ପର୍କରେ ଜାଣି ନାହାନ୍ତି। ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

    ତେବେ ପାରମ୍ପାରିକ ଗ୍ରାମୀଣ ମହିଳା କ୍ରୀଡ଼ାର ବିକାଶ ଓ ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ୧୨ ବର୍ଷ ହେଲା ଏଭଳି କୁଆଁର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।  ପାରମ୍ପାରିକ ଗ୍ରାମୀଣ ମହିଳା କ୍ରୀଡ଼ାକୁ ବଞ୍ଚାଇ ରଖିବା ସହିତ ବର୍ତ୍ତମାନର ଆଧୁନିକ ଯୁଗରେ, ସମ୍ପୃକ୍ତ କ୍ରୀଡ଼ାକୁ ଆହୁରି ଲୋକଲୋଚନାକୁ ଆଣିବା ନିମନ୍ତେ ଏହି ପ୍ରୟାସ ଆଗାମୀ ଦିନରେ ମଧ୍ୟ  ଜାରୀ ରହିବ ବୋଲି କହିଛନ୍ତି କାର୍ଯ୍ୟକ୍ରମର ଆୟୋଜକ ।

    ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Back to top button