tshirt

  • କାହିଁକି ବୟକଟ୍ ହେଉଛି ଫ୍ଲିପକାର୍ଟ ?

    ସୁଶାନ୍ତ ସିଂ ରାଜପୁତ ବଲିଉଡର ଜଣେ ଚର୍ଚ୍ଚିତ ଚେହେରା ଥିବା ସମୟରେ ଆଜି ବି ତାଙ୍କୁ ନେଇ ଚର୍ଚ୍ଚା । ବର୍ତ୍ତମାନ ସେ ଦୁନିଆରେ ନାହାଁନ୍ତି ସତ ମାତ୍ର ଲୋକ ମାନଙ୍କ ମନରେ ରାଜ କରୁଛନ୍ତି । ଆଜିବି ତାଙ୍କ ପ୍ରଶଂସକ ତାଙ୍କୁ ମନେ ପକାଉଛନ୍ତି ତାଙ୍କ ଗୁଣଗାନ କରୁଛନ୍ତି । ଠିକ ଏହି ସମୟରେ ଇ କର୍ମସ କମ୍ପାନୀ ଫ୍ଲିପକାର୍ଟ ଏପରି କାମ କରିଛି ଯାହାକୁ ନେଇ ଫ୍ରିପକାର୍ଟ ଏବେ ବିବାଦ ଘେରକୁ ଚାଲିଆସିଛି । ସୋସିଆଲ ମିଡିଆରେ ବୟକଟ ଫ୍ଲିପକାର୍ଟ ନିଆଁ ଭଳି ଭାଇରାଲ ହେଉଛି ।

    କଥାଟା କ’ଣ ଆସନ୍ତୁ ଜାଣିବା । ଫ୍ଲିପକାର୍ଟ ଏକ ଟି ସାର୍ଟରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଫଟୋ ଛାପିଛି । ଯେଉଁଥିରେ ସୁଶାନ୍ତ ସିଂ ଙ୍କ ଫଟୋ ରହିବା ସାଙ୍ଗକୁ ଲେଖାହୋଇଛି “ଡିପ୍ରେସନ” । ବର୍ତ୍ତମାନ ଏହି ଟି ସାର୍ଟକୁ ଦେଖି ଫ୍ୟାନ ମାନଙ୍କ ମଧ୍ୟ୍ୟରେ ରାଗ ଦେଖାଦେଇଛି । ସେଥିପାଇଂ ଫ୍ରିପକାର୍ଟକୁ ବୟକଟ କରିବା ପାଇଁ ଫ୍ୟାନ ମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କେବଳ ଫ୍ଲିପକାର୍ଟ ନୁହେଁ ଆମଜନ ମଧ୍ୟ୍ୟ ଏହି ଟି ସାର୍ଟ ବିକ୍ରି କରୁଥିବାରୁ ଏହାକୁ ବ୍ୟାନ କରିବା ପାଇଁ ଫ୍ୟାନ ବୟକଟ ଫ୍ଲିପକାର୍ଟ ଏବଂ ବୟକଟ ଆମାଜନ ହ୍ୟାସଟ୍ୟାଗ ଟ୍ୱିଟର ଏବଂ ଅନ୍ୟାନ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
Back to top button