uber

  • ଉବର ଡ୍ରାଇଭରଙ୍କ ଉତ୍ପୀଡନ: ୫୦୦ରୁ ଅଧିକ ମହିଳାଙ୍କ ଅଭିଯୋଗ

    ୱାସିଂଟନ: ଆମେରିକାରେ ୫୦୦ରୁ ଅଧିକ ମହିଳା ଉବର ଟେକ୍ନୋଲୋଜି ଇନକ ଉପରେ କରିଛନ୍ତି ମକଦମା।  ଉବର ଡ୍ରାଇଭରମାନେ ମହିଳାଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ, ଯୌନ ଉତ୍ପୀଡନ ଦେଉଥିବା ଅଭିଯୋଗ ହୋଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଉବର ବିରୋଧରେ ୨୦୧୪ରୁ ଯୌନ ଉତ୍ପୀଡନ ଓ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି।

    ଉବର ମାତ୍ର ଦୁଇ ସପ୍ତାହ ନିଜ ଦ୍ବିତୀୟ ସୁରକ୍ଷା ରିପୋର୍ଟ ଜାରି କରିଛି, ଯେଉଁଥିରେ କୁହାଯାଇଛି କି, ୨୦୧୯ ଓ ୨୦୨୦ରେ ଯୌନ ଉତ୍ପୀଡନର ୫ଟି ସବୁଠାରୁ ଗମ୍ଭୀର ସହ ମୋଟ ୩,୮୨୪ ଅଭିଯୋଗ ରହିଛି। ଏଥିରେ ଅଶାଳୀନ ଶାରୀରିକ ଅଙ୍ଗଭଙ୍ଗି, ବଳପୂର୍ବକ ଚୁମ୍ବନ, ବଳାତ୍କାର ସାମିଲ ରହିଛି।

    ଏହାକୁ ନେଇ କମ୍ପାନୀ ନିକଟରେ ବହୁ ଅଭିଯୋଗ ଆସିଛି, କିନ୍ତୁ ଏହାର ବାସ୍ତବିକତା ସ୍ପଷ୍ଟ ହୋଇନାହିଁ। ତେବେ କମ୍ପାନୀ ଯାତ୍ରୀଙ୍କ ସୁରକ୍ଷା ପାଇଁ ବହୁ କିଛି ପଦକ୍ଷେପ ନେଇପାରିବ। ଆକ୍ରମଣ ଉପରେ ନିୟନ୍ତ୍ରଣ ଆଣିବାକୁ କ୍ୟାମେରା ଇନଷ୍ଟଲେସନ, ଡ୍ରାଇଭରଙ୍କ ପୃଷ୍ଠଭୂମିର ଯାଞ୍ଚକୁ ଅଧିକ କଡା କରିବା, ଚେତାବନୀ ପ୍ରଣାଳୀ ଜାରି କରିବା ଅବାଶ୍ୟକ ବୋଲି କୁହାଯାଇଛି।  ତେବେ ଉବର ବିରୋଧରେ ୫୫୦ ମାମଲା ଥିବା ବେଳେ ୧୫୦ ମାମଲାର ଯାଞ୍ଚ ଚାଲିଛି।

Back to top button