ukraine

  • ୟୁକ୍ରେନକୁ ଭାରତର ସମର୍ଥନ

    ନ୍ୟୁୟର୍କ:  ଜାତି ସଂଘର ସୁରକ୍ଷା ପରିଷଦ ବା ୟୁଏନଏସସିର ବୈଠକରେ ୟୁକ୍ରେନ ସମ୍ବୋଧନକୁ ଭାରତ ସମର୍ଥନ କରିଛି। ୟୁଏନଏସସିର ଭର୍ଚୁଆଲ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମର ଜେଲେନ୍‌ସ୍କିଙ୍କୁ  ଯୋଗଦେବା ପାଇଁ ହୋଇଥିବା ଏକ ଭୋଟିଂରେ ଭାରତ ଜେଲେନ୍‌ସ୍କିଙ୍କୁ ସମର୍ଥନ କରିଛି।

    ବୈଠକ ଆରମ୍ଭରେ ରସିଆର ୟୁନାଇଟେଡ ନେସନରେ ନିୟୋଜିତ ଋଷ ରାଷ୍ଟ୍ରଦୂତ  ଭାସିଲି ଏ ନେବେଞ୍ଜିଆ ଭିଡିଓ କନଫେରେନ୍ସିଂରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣକୁ ନେଇ ଭୋଟ ପାଇଁ ଅନୁରୋଧ କରିଥିଲେ। ଏହି ଭୋଟିଂକୁ ଋଷ ବିରୋଧ କରିଥିବା ବେଳେ ଚୀନ ଭୋଟିଂରୁ ନିଜକୁ ଦୂରେଇ ରଖିଛି।

  • ୟୁକ୍ରେନରୁ ଖାଦ୍ୟ ଶସ୍ୟ ରପ୍ତାନୀ ହେଉଛି ସ୍ୱାଭାବିକ

    ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ୟୁକ୍ରେନର ଓଡେସା ବନ୍ଦରରୁ ଖାଦ୍ୟ ଶସ୍ୟ ବୋଝେଇ ଏକ ଜାହାଜ ସୋମବାର ବାହାରିଛି। ଆସନ୍ତା କାଲି ଏହି ଜାହାଜ ଇସ୍ତାନବୁଲ ବନ୍ଦରରେ ପହଞ୍ଚିବ ବୋଲି ତୁର୍କୀ ସାମରିକ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ କି, ଓଡେସା ବନ୍ଦରରୁ ସୋମବାର ସକାଳ ୮.୩୦ରେ ପ୍ରଥମ ଶସ୍ୟ କାର୍ଗୋ ସିପ ବାହାରିବ।

    ସ୍ପଟନିକ ନ୍ୟୁଜ ଏଜେନ୍ସି ସୂଚନା ଅନୁଯାୟୀ, ତୁର୍କୀ ରାଷ୍ଟ୍ରପତିଙ୍କ ମୁଖପାତ୍ର ଇବ୍ରାହିମ କାଲିନ ଏହା ଉପରେ ରବିବାର ସୂଚନା ଦେଇ କହିଥିଲେ କି, ଆସନ୍ତା କାଲି ସକାଳେ ପ୍ରଥମ ଶସ୍ୟ ଜାହାଜ ୟୁକ୍ରେନରୁ ବାହାରିବ। ସେହିପରି ତୁର୍କୀ ରାଷ୍ଟ୍ରପତି ରେସେପ ଟାୟିପ ଏର୍ଡୋଗାନ ମଧ୍ୟ କହିଥିଲେ କି, ଆସନ୍ତା ଦିନରେ ବ୍ଲାକ ସି ଦେଇ ଶସ୍ୟ ରପ୍ତାନୀ ଆରମ୍ଭ ହେବାକୁ ଯାଉଛି।

    ଋଷ-ୟୁକ୍ରେନ ଯୁଦ୍ଧ ପରେ ୟୁକ୍ରେନର ଓଡେସା ବନ୍ଦର ବନ୍ଦ ହୋଇପଡିଥିଲା। ଏହାକୁ ନେଇ ବିଶ୍ବବ୍ୟାପୀ ଖାଦ୍ୟ ସଂକଟ ଦେଖାଦେଇଛି। ତେଣୁ ସମୁଦ୍ର ପଥ ଦେଇ ଶସ୍ୟ ପରିବହନକୁ ଆଗାମୀ ଦିନରେ ଗୁରୁତ୍ବ ଦିଆଯାଇ ଖାଦ୍ୟ ସଂକଟ ଦୂର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ତାସ ନ୍ୟୁଜ ଏଜେନ୍ସି ପକ୍ଷରୁ ଏର୍ଡୋଗାନଙ୍କ ବୟାନ ଉପରେ ଖବର ପ୍ରକାଶ ପାଇଥିଲା।

    ଏର୍ଡୋଗନ ଆହୁରି କହିଥିଲେ କି, ତୁର୍କୀ କୂଟନୀତି ଆଧାରରେ ୟୁକ୍ରେନ ସଂକଟ ଦୂର କରିବା ପାଇଁ କାର୍ଯ୍ୟ କରୁଛି। ଯେପର୍ଯ୍ୟନ୍ତ ୟୁକ୍ରେନ ଓ ଋଷ ମଧ୍ୟରେ ଶାନ୍ତି ସ୍ଥାପନ ହୋଇ ନାହିଁ, ଆମର ପ୍ରୟାସ ଜାରି ରହିବ। ଆମର ବିଶ୍ବାସ ଆଗାମୀ ଦିନରେ ସମସ୍ତ ସ୍ତରରୁ ଆଲୋଚନା ମାଧ୍ୟମରେ ସୁସମ୍ବାଦ ଆସିବ ବୋଲି ଏର୍ଡୋଗନ ଆଶାବ୍ୟକ୍ତ କରିଥିଲେ।

    ଏହାରି ମଧ୍ୟରେ ବିଶ୍ବ ସଂସ୍ଥାନ ୟୁରୋପିଆନ ୟୁନିଅନରେ ନିଜ ଭାଗିଦାରିତାରେ ସ୍ଥିର ରହିବା ସହ ପ୍ରକ୍ରିୟାକୁ ଆଗେଇ ନେବ ବୋଲି ୟୁରୋପୀୟ ଡ୍ରେଡ ଅଫିସରମାନେ ମତବ୍ୟକ୍ତ କରିଛନ୍ତି। ୟୁକ୍ରେନରୁ ଖାଦ୍ୟ ଶସ୍ୟ ରପ୍ତାନୀରେ ଦେଖାଦେଉଥିବା ସମସ୍ୟାକୁ ଉଭୟ ଋଷ ଓ ଆମେରିକା ବୁଝିବା ଆବଶ୍ୟକ ବୋଲି ଋଷ ଓ ତୁର୍କୀ ସାମରିକ ମନ୍ତ୍ରୀଙ୍କ ବୈଠକରେ ମତପ୍ରକାଶ ପାଇଛି। ଏହା ପରେ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ଓ ୟୁକ୍ରେନ ମନ୍ତ୍ରୀଙ୍କ ମଧ୍ୟରେ ଇସ୍ତାନବୁଲରେ ଏକ ବୈଠକରେ ୟୁକ୍ରେନରୁ ଖାଦ୍ୟ ଶସ୍ୟ ରପ୍ତାନୀ ପୁଣି ଆରମ୍ଭ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା ଓ ଋଷ ତାର ଖାଦ୍ୟ, ସାର ରପ୍ତାନୀକୁ ଦ୍ରୁତ କରିବାକୁ ଆଲୋଚନା ହୋଇଥିବା ୱାସିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଥିଲା।

    ଫଳରେ ଯୁଦ୍ଧ ପାଇଁ ବ୍ଲାକ ସିରେ ଅଟକି ରହିଥିବା  ୟୁକ୍ରେନର ୩୩ ମିଲିୟନ ଟନ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ଚାଷ ଉତ୍ପାଦକୁ ଗତିଶୀଳ କରାଯିବ। ଏହାକୁ ସ୍ଥାୟୀ ତଥା ଫଳପ୍ରଦ କରିବାକୁ ଇସ୍ତାନବୁଲରେ ଏକ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିବାକୁ ସ୍ଥିର କରାଯାଇଛି। ଏଥିରେ ୟୁଏନ, ତୁର୍କୀ, ଋଷ ଓ ୟୁକ୍ରେନ ଅଧିକାରୀ ନିୟୋଜିତ ରହିବେ।

    ଏଠାରେ ଉଲ୍ଲେଖଯୋଗ୍ୟ କି, ୟୁକ୍ରେନକୁ ବ୍ରେଡ ବାସ୍‌କେଟ କୁହାଯାଇଥାଏ। କାରଣ ବିଶ୍ବରେ ଉତ୍ପାଦିତ ହେଉଥିବା ମୋଟ ଗହମର ୧୦ ପ୍ରତିଶତ ଗହମ ୟୁକ୍ରେନରୁ ମିଳୁଥିବା ବେଳେ ୧୨-୧୭ ପ୍ରତିଶତ ମକା, ୫୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ୟୁକ୍ରେନ ଯୋଗାଇଦେଇଥାଏ। ଏହା ବ୍ୟତୀତ ୟୁକ୍ରେନ ୨୫ ମିଲିୟନ ଟନ ମକା ଓ ଗହମ ବିଶ୍ବର ସମସ୍ତ ବିକଶିତ ରାଷ୍ଟ୍ରକୁ ଯୋଗାଇଥାଏ।

    କିନ୍ତୁ ଫେବୃଆରୀ ମାସରୁ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଜାରି ଯୁଦ୍ଧ ପାଇଁ ୟୁକ୍ରେନରୁ ଖାଦ୍ୟ ଶସ୍ୟ ରପ୍ତାନୀ ଠପ ହୋଇପଡିଛି। ଫଳରେ ବିଶ୍ବର ୪୭ ପ୍ରତିଶତ ଲୋକ ମାନବୀୟ ବିପର୍ଯ୍ୟୟ ମଧ୍ୟରେ ଦିନ କାଟୁଛନ୍ତି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

  • ଅନ୍ଧାରକୁ ଠେଲି ହୋଇଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

    ଅନ୍ଧାରକୁ ଠେଲି ହୋଇଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କଲେଜ ପଢିବା ସମୟରେ ଡାକ୍ତର ହୋଇ ସେବା କରିବାର ସ୍ବପ୍ନ ଦେଖିଥିଲେ । ଭାରତ ଡାକ୍ତରଖାନାରେ ପଢିବା ଖର୍ଚ୍ଚ କୋଟିଏ ଟଙ୍କା ରୁ ଅଧିକ ହୋଇଥିବା ୟୁକ୍ରେନ ଯାଇ ଡାକ୍ତରୀ ପଢିବା ପାଇଁ ନିଷ୍ପତ୍ତି ନେଲେ ସତ୍ୟବ୍ରତ । ପ୍ରଥମ ପର୍ଯ୍ୟାୟରେ ଆଡମିସନ ବେଳକୁ ୧୦ ଲକ୍ଷ ଆବଶ୍ୟକ ପଡିଥିଲା ମଧ୍ୟ୍ୟବିତ୍ତ୍ ପିରବାରରେ ଏତେ ଟଙ୍କା ଯୋଗାଡ କରିବା ସହଜ ନଥିଲା । ଘରର ରୋଜଗାର କହିଲେ ଘରର ଚାଷବାସ ଓ ବାପାଙ୍କର ଛୋଟ ବ୍ୟବସାୟ । ବ୍ୟାଙ୍କ ରୁଣ ସାଙ୍ଗକୁ ଧାରଉଧାର କରି ପୁଅ ପାଇଁ ଟଙ୍କା ଯୋଗାଡ କରିଥିଲେ । ସତ୍ୟବ୍ରତଙ୍କ ଭଳି ଅଙ୍କିତାଙ୍କ ପରିବାର ଲୋକ ବି ଋଣ କରି ଝିଅକୁ ୟୁକ୍ରେନ ପଠାଇଥିଲେ ।

    ଯୁଦ୍ଧ ପରେ ଓଡିଶା ଫେରିଆସିବା ପରେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ପରିବାର ଓ ଶିକ୍ଷାର୍ଥୀ । ରୁଷ ଯୁଦ୍ଧ ସମୟରୁ ୟୁକ୍ରେନ ରୁ ଫେରିଆସିଥିବା ଚାକ୍ତରୀ ଛାତ୍ର ଛାତ୍ରୀ ଆଗକୁ କଣ କରିବେ ଏହାର ଉତ୍ତର ପାଇନଥିବାବେଳେ ସରକାରଙ୍କ ସହଯୋଗକୁ ଅପେକ୍ଷା କରିଛନ୍ତି । ଏବେ ଛାତ୍ର ଛାତ୍ରୀ ମାନେ ଅନଲାଇନ୍ କ୍ଲାସ କରୁଥିବା ବେଳେ ପ୍ରାକ୍ଟିକାଲ କରିପାରୁନାହାନ୍ତି । ତେଣୁ ଏ ନେଇ ତାଙ୍କୁ ସହାୟତା କରିବା ପାଇଁ ଦାବି କରିଛନ୍ତି । ଏହାର ପ୍ରତିଫଳ ଲୋୟର ପିଏଜି ଦେଖିବାକୁ ମିଳିଥିଲା । ଦୁଇଶହ ରୁ ଉର୍ଧ ଛାତ୍ର ଛାତ୍ରୀ ଧାରଣା ଦେଇଥିଲେ ।

    ଏହା ଏନଏମସି ବା ନ୍ୟାସନାଲ ମେଡିକାଲ କମିସନ ନିୟମ କୋହଳ କରି ସେମାନଙ୍କୁ ଦେଶ ଭିତରେ ଗୋଟିଏ ସମୟ ପାଇଁ ସିଟ୍ ବଢାଇ ଅଡମିସନ ପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ମେଡିକାଲ ଛାତ୍ର ଛାତ୍ରୀ ଦାବି କରିଛନ୍ତି । ପରିସ୍ଥିତି ଏପରକି ହୋଇଛି ଛାତ୍ର ଛାତ୍ରୀ ମାନେ ୟୁକ୍ରେନ ଫେରିପାରୁଛନ୍ତି ନା ଆଗକୁ ବଢିପାରୁଛନ୍ତି କେବଳ ଚାହିଁବସିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାହାର୍ଯ୍ୟ କୁ । ଯଦି ସରକାର ନଶୁଣନ୍ତି ତେବେ କଣ ହେବ ଭବିଷ୍ୟତ, ତା’ର ଉତ୍ତର ମଧ୍ୟ୍ୟ କାହା ପାଖରେ ନାହିଁ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button