UNEMPLOYED

  • ଇଂଜିନିୟର କରୁଛନ୍ତି ଜୋତା ସିଲେଇ…

    ପେଟ ପୋଷ ନାହିଁ ଦୋଷ । ଯେତେବେଳେ ଜଣଙ୍କ ପେଟ ପୋଡିଯାଉଥିବା ସେତେବେଳେ ସେ କିଛି ଦେଖେନାହିଁ । ମାନ ସମ୍ମାନ ଇଜ୍ଜତ କିଛି ମାନେ ରଖେନା । କାରଣ ପେଟ ପାଇଁ ନାଟ । ପେଟ ଚାଖଣ୍ଡେ ପାଇଁ ଛୋଟ ରୁ ବଡ ସମସ୍ତେ କାମ କରୁଛନ୍ତି ତଫାତ କେବେଳ ଏତିକି କିଏ କମ ଦରମା ପାଉଛି ତ ଆଉ କିଏ ଅଧିକ । କିନ୍ତୁ ଖଟୁଛନ୍ତି ସମସ୍ତେ ।ଉଦ୍ଦେଶ୍ୟ ଗୋଟିଏ ରୋଜଗାର କରିବା । କେନ୍ଦ୍ର ସରକାର କହିଥିଲେ ବର୍ଷକୁ ୨ କୋଟି ଚାକିରି ଦିଆଯିବ । ପ୍ରଥମ ପାଞ୍ଚ ବର୍ଷ ଶାସନ ଭାର ପୁର୍ଣ କରିବା ପରେ ଦିତ୍ବୟ ପାଳିତ ତୃତୀୟ ବର୍ଷ ରେ ପହଞ୍ଚିଲାଣି । ନିଯୁକ୍ତି କେତେ ପାଇଛନ୍ତି ଏ ନେଇ କୌଣସି ସଠିକ ତଥ୍ୟ ପ୍ରଦାନ କରାଯାଇନାହିଁ । ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ଇଂଜିନିୟର କିନ୍ତୁ ପେଟ ପାଟଣା ପାଇଁ ଜୋତା ସିଲେଇ କରୁଛନ୍ତି ।

    ବଞ୍ଚିବା ପାଇଁ ଇଜନିୟର ଙ୍କ ପାଖରେ ଜୋତା ସିଲେଇ ଛଡା କୌଣସି ବିକଳ୍ପ ନଥିଲା । ତାମିଲନାଡୁର ଶିବଗାଙ୍ଗ ଜିଲ୍ଲାର ଇଂଜିନିୟର କାର୍ତ୍ତିକ । ସିଭିଲ ଇଂଜିନିୟର ପାଠ ସରିବା ପରେ ତାଙ୍କୁ ଚାକିର ଅଫର ମିଳିଲା । ଯାହା ଅପର ଆସିଲା ତାହା ଅପେକ୍ଷା ଚାକିରି ନକରି ଜୋତା ସିଲେଇ କୁ ଅଧିକ ପସନ୍ଦ କଲେ କାର୍ତ୍ତିକ । ମାସକୁ ୪ ରୁ ୫ ହଜାର ଟଙ୍କା ଜଣେ ଗ୍ରାଜୁଏଟ ଇଂଜିନିୟର ଦରମା ପାଇବ ତାହା ଅପେକ୍ଷା ବେକାର ରହିବା ଭଲ । ସାମ୍ପ୍ରତିକ ପରିସ୍ଥିତି ରେ ବଜାର ଦରଦାମ ଯାହା ୪ ରୁ ୫ ହଜାର ଟଙ୍କାରେ ଚଳିବା ଅସମ୍ଭବ ଗୋଟିଏ ପ୍ରକାର । ଶେଷରେ ତାଙ୍କ ବାପାଙ୍କର ଜୋତା ସିଲେଇ ଦୋକାନ ଥିଲା । ଏହି ଦୋକାନରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ କହିଛନ୍ତି ସରକାର ଯଦି ତାଙ୍କୁ ଚାକିର ପ୍ରାଦନ କରନ୍ତି ତେବେ ତାଙ୍କ ପାଇଁ ଏହା ବଡ ସାହାର୍ଯ୍ୟ ହେବ ।

    ସୋସିଆଲ ମିଡିଆରେ ଏହି ନିଜ୍ୟୁସେୟାର ହେବା ପରେ ବିଭିନ୍ନ ମତ ପ୍ରକାଶ ପାଇଲା ।ଆମ ଦେଶରେ ଜଣେ ଇଂଜିନିୟର ଙ୍କ ଦରମା ଜଣେ ମୁଲିଆ ଠାରୁ ମଧ୍ୟ୍ୟ ୫ ଗୁଣା କମ୍ । ଜଣେ ଶ୍ରମିକ ର ସର୍ବନିମ୍ନ ମଜୁରୀ ୫ ଶହ ଟଙ୍କା ଅର୍ଥାତ୍ ମାସକୁ ୧୫ ହଜାର ଟଙ୍କା କିନ୍ତୁ ଇଂଜିନିୟର ପାଠ ପଢିଲେ ନା ମିଳୁଛି ରୋଜଗାର ନା ମିଳୁଛି ସମ୍ମାନ । କେହି କହିଛନ୍ତି ସରକାର ପ୍ରାଇଭେଟ ସେକ୍ଟର ରେ ସାଲାରୀ ର ସଂସ୍କାର ଆଣିବା ଦରକାର । କାରଣ ଜଣେ ସରକାର ଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯାହା ଦରମା ପାଉଛି ପ୍ରାଇଭେଟ ସେକ୍ଟରରେ ଉଚ୍ଚ ପଦବୀରେ ଥିବା ଲୋକ ଦରମା ତା ଠାରୁ ମଧ୍ୟ୍ୟ କମ୍ ।

    ସେଥିପାଇଁ ଘରୋଇ ଚାକିର ପାଇଁ ସରକାର ନିର୍ଦ୍ଦିଷ୍ଟ ନୀତି ନୀୟମ ଦରମାରେ ସଂସ୍କାର ଆଣିବା ଆବଶ୍ୟକ । ଆଉ କେତକ ସ୍ଥାନରେ ଇଂଜିନିୟର ମାନେ ୧୫ ରୁ ୨୦ ହଜାର ଦରମା ପାଇଁ ଦିନତମାମ କାର୍ଯ୍ୟ କରୁଛନ୍ତି । ଏହା ଆମର ଶିକ୍ଷା ବ୍ୟବସ୍ଥା ଓ ସରକାର ଙ୍କ ପ୍ରତି ସମାଲୋଚନା ନୁହେଁ କି । ଜଣେ ଟୁଇଟର ୟୁଜର କେନ୍ଦ୍ର ମନ୍ତ୍ରୀ ନୀତନ ଗଡକରୀ ଙ୍କୁ ଟ୍ୟାଗ କରିଛନ୍ତି । ସେ ଲେଖିଛନ୍ତି ଜଣେ ଇଂଜିନିୟର କିଭଳି ଚାକିର ଆବଶ୍ୟକ କରୁଛି । ଏ ଘଟଣା ପ୍ରଚାର ହେବା ପରେ ରାଜ୍ୟ ସରକାର ହୁଅନ୍ତୁ କେନ୍ଦ୍ର ସରକାର ଉଭୟ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
  • ମୁଁ ମୋ ଭାଇକୁ ହତ୍ୟା କରିଛି, ମୋତେ ଗିରଫ କର…

    ମୃତ୍ୟୁ କେତେବେଳେ ଆସିବ ତାହା କାହାକୁ ଜଣ ନାହିଁ । ସମୟ କେତେବେଳେ କେଉଁ ମୋଡ ନେବ ତାହା କହିବା କଷ୍ଟ। ଖୁସି ର ମାହୋଲ ତ କେବେ ଦୁଖଃ କଳା ବାଦଲ ଆପଣଙ୍କ ଜୀବନକୁ ଅନ୍ଧାକାର ଭିତରକୁ ଠେଲି ଦେବ । ସେଥିପାଇଁ କୁହାଯାଇଛି ସମୟ ବଡ ବଳବାନ। ଜେଲ ନା ଶୁଣିଲେ ସାଧାରଣରେ ଭୟ କରନ୍ତି । କଥା ଛଳରେ ଜେଲ କୁ ମାମୁଁ ଘର ବୋଲି ସମ୍ଭୋଧନ କରନ୍ତି ।

    ଭୁଲ କଲେ ଲୋକ ମାନେ କହନ୍ତି ମାମୁଁ ଘର ଯିବୁ ମାଗଣାରେ ଡାଲି ଭାତ ଖାଇବୁ । ଜେଲ ର ଅନ୍ୟ ନାମ ମାମୁଁ ଘର ମଜାରେ କହନ୍ତି । ମୁଁ ମୋ ଭାଇ କୁ ମାରିଛି । ମତେ ଆରେଷ୍ଟ କର । ଏହା ସୌକ ରେ ନୁହଁ ମଣିଷ ପରିସ୍ଥିତି ର ଦାସ। ପରିସ୍ଥିତି ଏପରି ହେଲା ଦୁଇ ଥର ଖାଇବା ଯୋଗାଡ କରିବା କଷ୍ଟ ହେଲା । ଜେଲରେ ରହି ସରକାର ଙ୍କ ପଇସା ଦୁଇ ଥର ଖାଇବା ପାଇଁ ମିଛରେ ଜେଲ ଯିବାକୁ ପସନ୍ଦ କଲେ ।

    ବଡ ଭାଇ କୁ ମାରିଥିବା ନେଇ ବନସୋଦ୍ରୋନି ପୋଲିସ ଷ୍ଟେସନ ସାଉଥ କୋଲକତା ଆଗରେ ସମର୍ପଣ କରି ଜେଲ ଗଲେ । କିନ୍ତୁ ପ୍ରକୃତରେ ସେରିବ୍ରାଲ ଷ୍ଟ୍ରୋକ ରେ ମରିଛନ୍ତି । ଜେଲ ଯିବାକୁ ବିକଳ୍ପ ରାସ୍ତା ବାଛି ଜୀବନ ଅତିବାହିତ କରିବା ଛଡା କିଛି ରାସ୍ତା ନଥିଲା । ଅଭାବେ ସ୍ବାଭାବ ନଷ୍ଟ । ସାଉଥ କୋଲକାତା ନିରଞ୍ଜନପଲ୍ଲୀ ରେ ଦେବାଶିଷ ଚକ୍ରବର୍ତ୍ତୀ ଓ ଶୁଭାଶିଷ ରହୁଥିଲେ ।

    ତାଙ୍କ ମା ସେରାମିକ ଇନିଷ୍ଟିଚ୍ୟୁଟ୍ ଯାଦବପୁର ରେ ଚାକିରି କରୁଥିଲେ ।ମା ଙ୍କ ଅବସର ପରେ ୩୫ ହଜାର ଟଙ୍କା ପେନସନ ପାଉଥିଲେ । ମା ଙ୍କ ପରେ ଦେବାଶିଷ ବଡ ପୁଅ ଭାବରେ ସେହି କମ୍ପାନୀ ରେ କାମ କଲେ କିନ୍ତୁ କିଛି ଦିନ କାମ କରିବା ପରେ ତାଙ୍କ ଆଖି ଖରାପ ହେଲା । କାମ କରିବା ସମ୍ଭବ ହେଲା ନାହିଁ ତାଙ୍କ ପକ୍ଷରେ ଫଳରେ ତାଙ୍କୁ ୧୫ ହଜାର ଟଙ୍କା ପେନସନ ମିଳିଳା ।

    ତାଙ୍କ ସାନ ଭାଇ ଶୁଭାଶିଷ୍ ମଧ୍ୟ୍ୟ ମାଲଦା ରେ ଚାକିର କରୁଥିଲେ କିନ୍ତୁ ୨୦୧୭ ରୁ ତାଙ୍କ ଚାକିର ନାହିଁ । ସମୟ ବଦଳିବା ସହତି ପରିସ୍ଥିତି ବଦଳିଲା ଶେଷରେ ବେରୋଜଗାର ହେବାରୁ ଘର ଛାଡି ଅନ୍ୟତ୍ର ଗଲେ ଚଳିବା ତାଙ୍କ ପକ୍ଷରେ କଷ୍ଟ ହେଲା । ମାନିସକ ଚାପ ଫଳରେ ବଡ ଭାଣ ମୃତ୍ୟୁବରଣ କଲେ । ଅନ୍ୟ ଉପାୟ ନପାଇ ସାନ ଭାଇ ର ମୃତ୍ୟୁ ପାଇଁ ନିଜକୁ ଦାୟି କରି ଜେଲ ର ରାସ୍ତା ବାଛିନେଲେ । ହିନ୍ଧିରେ କୁହାଯାଇଛି ୱକ୍ତ ୱକ୍ତ କି ବାତ୍ ହେ । ସମୟ ସମୟର କଥା । କାଲି କେହି ଦେଖିନାହାଁନ୍ତି କାଲି କଣ ହେବ କେହି କେହିପାରିହେ ନାହିଁ ।ଆଜିକୁ ନେଇ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button