ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନ ଉପରେ ଆଜି ସକାଳେ ଏକ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ପୋଲିସ ଏହାର ତଦନ୍ତ କରୁଛି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ନୋ ଫ୍ଲାଇଙ୍ଗ ଜୋନ୍ ମଧ୍ୟରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ଵରେ ନିୟୋଜିତ ଏସପିଜି ଆଜି ସକାଳେ ଏହା ଉପରେ ଏକ ଡ୍ରୋନ୍ ଉଡୁଥିବା ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଡ୍ରୋନ୍ ଭଳି ଦେଖାଯାଉଥିବା ଏହି ବସ୍ତୁକୁ ଅଦ୍ୟାବଧି ଠାବ କରାଯାଇନାହିଁ । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ସହିତ ମଧ୍ୟ ଯୋଗଯୋଗ କରାଯାଇଥିଲା । ସେମାନେ ମଧ୍ୟ ଏପରି କୌଣସି ବସ୍ତୁକୁ ପାଇନଥିବା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button