USA

  • ବିଖ୍ୟାତ ଲେଖକ ସଲମାନ ରୁସ୍‌ଦିଙ୍କ ଉପରେ ଛୁରା ମାଡ

    ଭେଣ୍ଟିଲେଟର ସର୍ପୋଟରେ ବିଖ୍ୟାତ ଲେଖକ ସଲମାନ ରୁସ୍‌ଦି।  ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଲେଖର ସଲମାନ ରୁସ୍‌ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ। ବଫେଲୋ ନିକଟସ୍ଥ ଚୌଟାଉକ୍କାରେ ସଲମାନ ରୁସଦିଙ୍କ ଉପରେ ଛୁରା ମାଡ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାଲି ନ୍ୟୁୟର୍କର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ରୁସଦିଙ୍କ  ଲିଭର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବେକରେ ୧୦ରୁ ୧୫ ଥର ଛୁରିରେ ଆଘାତ ହୋଇଛି। ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ନଷ୍ଟ ହେବାର ଆଶଙ୍କା ରହିଛି। ୭୫ ବର୍ଷୀୟ ରୁସଦିଙ୍କୁ ଛୁରାମାଡ କରିଥିବା ଯୁବକକୁ ଚିହ୍ନଟ କରାଯାଇଛି। ୨୪ ବର୍ଷୀୟ ଆକ୍ରମଣକାରୀ ହାଦି ମାତରକୁ  ଗିରଫ କରିଛି ପୋଲିସ। ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଆକ୍ରମଣକାରୀକୁ ପୋଲିସ ଜେରା କରୁଛି। ଉପନ୍ୟାସ ଦ ସାଟାନିକ ଭର୍ସେସ୍ ପାଇଁ ବିବାଦୀୟ ହୋଇଥିଲେ ରୁସଦି। ରସଦିଙ୍କ ମୁଣ୍ଡ ପାଇଁ  ଇରାନ ୩ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା।

    • ଶୁଭଲକ୍ଷ୍ମୀ ସାହିଙ୍କ ରିପୋର୍ଟ
  • ଶୋଇବାର ଦକ୍ଷତା ଦେଖି ମିଳିବ ଚାକିରି

    ଆପଣ ଶୋଇବାକୁ ଭଲପାଆନ୍ତି କି ? ଆସିଛି ଏହି ଏକ ଭଲ ଖବର l ଶୋଇବାକୁ କିଏ ବା ଭଲ ନ ପାଏ । ଅଧିକାଂଶ ସମୟ ଶୋଇକରି ବିତାଇବାକୁ ଚାହୁଁଥିବା ଲୋକଙ୍କ ଲାଗି ଏହି ଖବର । ଆମେରିକାର ଏକ ମାଟ୍ରେସ୍‌ କଂପାନି ସେଭଳି ଲୋକଙ୍କୁ ଚାକିରି ଦେବାକୁ ଘୋଷଣା କରିଛି । ସେଥିପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଥିଲା ଅଗଷ୍ଟ ୧୧ । ନ୍ୟୁୟର୍କଭିତ୍ତିକ କଂପାନି କାସ୍‌ପର ଏଭଳି ଲୋକଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛି ଯେଉଁମାନଙ୍କ ନିକଟରେ ଯେକୌଣସି ପରିସ୍ଥିତିରେ ବି ଶୋଇବାର ଦକ୍ଷତା ଥିବ। କାସ୍‌ପରର ଷ୍ଟୋର ଏବଂ ସାରା ବିଶ୍ୱର ଯେକୌଣସି ବିଚିତ୍ର ସ୍ଥାନରେ ସେମାନେ ବିନା ବାଧାରେ ଶୋଇପାରୁଥିବେ।

    ଏହା ପୂର୍ବରୁ କାନାଡାର ଏକ କ୍ୟାଣ୍ଡି କଂପାନି ସମାନ ପ୍ରକାରର ଅଫର୍‌ ଘୋଷଣା କରିଥିଲା । କଂପାନି ତା’ର କ୍ୟାଣ୍ଡି ଚାଖିବାକୁ ଜଣେ ଚିଫ୍‌ କ୍ୟାଣ୍ଡି ଅଫିସର ଖୋଜୁଥିବାବେଳେ ସେଥିଲାଗି ଆବେଦନ କରିବାର ଅନ୍ତିମ ତାରିଖ ଅଗଷ୍ଟ ୩୧ ରହିଛି । କାସ୍‌ପରର ଷ୍ଟୋର ଏବଂ ସାରା ବିଶ୍ୱର ଯେକୌଣସି ବିଚିତ୍ର ସ୍ଥାନରେ ସେମାନେ ବିନା ବାଧାରେ ଶୋଇପାରୁଥିବେ । ଶୋଉନଥିବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ନିଜର ଅନୁଭୂତି ସଂପର୍କରେ ଟିକଟକ୍‌ ଷ୍ଟାଇଲରେ କଣ୍ଟେଣ୍ଟ ପ୍ରସ୍ତୁତ କରି କାସ୍‌ପର ସୋସିଆଲ ମିଡିଆ ଚ୍ୟାନେଲରେ ସେୟାର କରିବାକୁ ହେବ। ସେମାନେ କର୍ମସ୍ଥଳରେ ପାଇଜାମା ପିନ୍ଧିପାରିବେ । ଦରମା ବ୍ୟତୀତ ସେମାନଙ୍କୁ ମାଗଣାରେ କଂପାନିର ଉତ୍ପାଦ ମିଳିବ । ସେମାନେ ଚାହିଁଲେ ଏହାକୁ ପାର୍ଟ ଟାଇମ୍‌ ଭାବେ ମଧ୍ୟ କରିପାରିବେ । ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ନିଜର ଆବେଦନ ସହିତ ଟିକଟକ୍‌ରେ ଶୋଇବାର ଦକ୍ଷତାକୁ ଦେଖାଇପାରିବେ।

    ଅଭିଷେକ ପୁରୋହିତଙ୍କ ରିପୋର୍ଟ

  • ବିଶ୍ୱର ସବୁଠାରୁ ବୟସ୍କା ଏୟାରହୋଷ୍ଟ୍ରେସ

    ବିମାନ ରେ ଯାତ୍ରା କରୁଥିବା ସମୟରେ ସମସ୍ତେ ଅଳ୍ପବୟସ୍କ, ସୁନ୍ଦର ଓ ଫିଟ୍ ଏୟାରହୋଷ୍ଟ୍ରେସ ଦେଖିଥିବେ । କିନ୍ତୁ ଏମିତି ବି ଏୟାରହୋଷ୍ଟେସ ଅଛନ୍ତି ଯାହାକୁ ଦେଖିଲେ ଆପଣ ହୋସ ଉଡିଯିବ । ଆପଣ ଭାବିନଥିବେ ଏମତି ବି ଏୟାରହୋଷ୍ଟ୍ରେସ ଅଛନ୍ତି ତାହା ପୁଣି ଆପଣଙ୍କ ଜେଜେମା ବା ଆଇଙ୍କ ବୟସର ହେବେ କିନ୍ତୁ ସେ ବି ଜଣେ ଏୟାରହୋଷ୍ଟ୍ରେସ । ଆମେରିକାନ ଏୟାରହୋଷ୍ଟ୍ରେସ । ବିଶ୍ୱର ସବୁଠାରୁ ବୟସ୍କା ଏୟାରହୋଷ୍ଟ୍ରେସ । ଏତେ ବର୍ଷ ଜଣେ ଏୟାରହୋଷ୍ଟ୍ରେସ ଭାବରେ କାର୍ଯ୍ୟ କରିଛନ୍ତି । ୬୫ ବର୍ଷ ହେଲା ଚାକିର କରି ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ୮୬ ବର୍ଷୀୟ ଏୟାରହୋଷ୍ଟ୍ରେସ ବେଟେ ନେସ୍ ୬୫ ବର୍ଷ ଉତ୍ତମ ସେବା ପ୍ରଦାନ କରିଛନ୍ତି ।

    ସେଥିପାଇଁ ତ ସେ ଏବେ ଚର୍ଚ୍ଚାରେ । ୧୯୫୭ ମସିହାରେ ଚାକିର ଆରମ୍ଭ କରିଥିଲେ । ବେଟେ ନେସ୍ ଆମିରିକାର ମାସଚୁଏଟସ୍ ର ବୋଷ୍ଟନ ରେ ରହୁଛନ୍ତି । ଆମେରିକାନ ଏୟାରଲାଇନସ ରେ ସେ କାମ କରୁଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ଆମେରିକା, ବୋଷ୍ଟନ, ୱାସିଂଟନ ମଧ୍ୟ୍ୟରେ ଅଧିକାଂସ ସମୟରେ କାମ କରିଛନ୍ତି । ବିମାନ ରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାୟ ତାଙ୍କୁ ଚିହ୍ନିଛନ୍ତି । ତାଙ୍କର ଦୀର୍ଘ ବର୍ଷର କାର୍ଯ୍ୟ ସହ ଏହି ବୟସରେ କାମ କରିବା ସମସ୍ତଙ୍କୁ ଚକିତ କରିଛି । ତାଙ୍କର ଗୋଟିଏ ପୁଅ ଅଛି ସେ ଦିବ୍ୟାଙ୍କ । ସେଥିପାଇଁ ରାତିରେ କାମ ସାରି ତାଙ୍କ ପୁଅ ପାଖକୁ ଫେରି ତାର ଦେଖାଶୁଣା କରନ୍ତି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button