ଯାଜପୁର

ଜେଏସପିଏଲ ସମ୍ମୁଖରେ ଟ୍ରକ ମାଲିକଙ୍କ ଧାରଣା

ଚମ୍ପୁଆ : ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ଆଞ୍ଚଳିକ ଟ୍ରକ ମାଲିକ ସଂଘ ପକ୍ଷରୁ ଜେଏସପିଏଲ ଦେଓଝର ଖଣିରୁ ପୁନର୍ବାର ପରିବହନ କାର୍ଯ୍ୟ ଚାଲୁ କରିବା ଦାବୀ ରେ ଜେଏସପିଏଲ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଜଣା ପଡିଛି l ସୂଚନା ଅନୁଯାୟୀ, ଗତ ଏକ ବର୍ଷ ହେବ ଜେଏସପିଏଲ କମ୍ପାନୀ ଓ ଆଞ୍ଚଳିକ ଟ୍ରକ ମାଲିକ ସଂଘ ମଧ୍ୟ୍ୟ ରେ ଏକ ଚୁକ୍ତିନାମା ହୋଇ ଥିଲା, ସେଥିରେ ପ୍ରତ୍ୟେକ ଦିନ ୪0ଟି ଟ୍ରକ ଜେଏସପିଏଲ ଦେଓଝର ଠାରୁ ଜେଏସପିଏଲ ଅନୁଗୁଳ କୁ ପରିବହନ କାର୍ଯ୍ୟ ରେ ନିୟୋଜିତ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା l ଚୁକ୍ତି ମୁତାବକ କିଛି ଦିନ ଠିକ ଠାକ ଚାଲିଲା l ମଝିରେ ମଝିରେ କିଛି ଦିନ ବନ୍ଦ ମଧ୍ୟ୍ୟ ରହୁ ଥିଲା l ଆଜକୁ ପ୍ରାୟ ଏକ ମାସ ହେବ କମ୍ପାନୀ ପରିବହନ କାର୍ଯ୍ୟ କୁ ସମ୍ପୂର୍ଣ ରୂପେ ବନ୍ଦ କରି ଦିଆ ଯାଇଛି l ଏହା ପରେ ଟ୍ରକ ମାଲିକ ସଂଘ ତରଫରୁ ପୁନର୍ବାର ପରିବହନ କାମ କୁ ଚାଲୁ କରିବା ପାଇଁ ଚିଠି ମାଧ୍ୟ୍ୟମରେ ଅନୁରୋଧ କରାଯାଇଥିଲା l କିନ୍ତୁ କମ୍ପାନୀ ବିଭିନ୍ନ ଆଳ ଦେଖାଇ ପରିବହନ କାର୍ଯ୍ୟ କୁ ବନ୍ଦ କରିବା ପାଇଁ ଯୋଜନା କରି ଥିବା ଜାଣିବାକୁ ମିଳିଛି l ପୁନର୍ବାର ଚାଲୁ କରିବା ପାଇଁ କମ୍ପାନୀ ଦିନ ପରେ ଦିନ ଗଡେଇ ଚାଲିଛି l କମ୍ପାନୀ ର ଏପରି ମନୋଭାବ ଯୋଗୁ ଟ୍ରକ ମାଲିକ ମାନେ ଟ୍ରକ ଋଣ ପରିଶୋଧ କରିବା ପାଇଁ ଅକ୍ଷମ ହେବାକୁ ବସିଲେଣି ଓ ପରିବାର ଚଳାଇବା ନିମନ୍ତେ କଷ୍ଟକର ହୋଇ ପଡିଲାଣି l ଫଳରେ ବାଧ୍ୟ ହୋଇ ଟ୍ରକ ମାଲିକ ମାନେ ଜେଏସପିଏଲ କମ୍ପାନୀ ର ମୁଖ୍ୟ ଫାଟକ ସାମନାରେ ଭୀଷଣ ବର୍ଷା ସତ୍ୱେ ଧାରଣା ରେ ବସିଥିବା ଦେଖା ଯାଇଛି l କମ୍ପାନୀ କର୍ତ୍ତୃପକ୍ଷ ଏଥି ପାଇଁ ଧ୍ୟାନ ଦେବାକୁ ଟ୍ରକ ମାଲିକ ସଂଘ କର୍ମ କର୍ତ୍ତା ମାନେ ଦାବୀ କରି ଟ୍ରକ ଚାଲିବା ଦାବିରେ ଅଡ଼ି ବସିଛନ୍ତି ।

Related Articles

Leave a Reply

Your email address will not be published.

Back to top button