କୋର୍ଟଜାତୀୟରାଜନୀତି

ରିଜିଜୁଙ୍‌କ ବୟାନ ଉପରେ ସିବଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁଙ୍କ ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ କପିଲ ସିବଲ।  ସୋମବାର ରିଜିଜୁ କହିଥିଲେ କି, ସୋମବାରକୁ ନିଜ ବୟାନରେ କହିଥିଲେ କି, ନ୍ୟାୟପାଳିକାର କ୍ଷମତା ହ୍ରାସ କରିବା ଦିଗରେ କୌଣସି ପଦକ୍ଷେପ ଉଠାଇ ନାହିଁ। ରିଜିଜୁଙ୍କ ଏପରି ବୟାନ ପରେ ମଙ୍ଗଳବାର କପିଲ ସିବଲ ଟ୍ବିଟ କରି କହିଛନ୍ତି, ଆପଣଙ୍କ ବିବାଦିତ ବୟାନ ନ୍ୟାୟପାଳିକାକୁ ମଜବୁତ କରିବାକୁ ଥିଲା!

କିରନ ରିଜିଜୁ ସୋମବାର ଦିଲ୍ଲୀର ତିଷ ହଜାରୀ କୋର୍ଟରେ ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ କି, ମୋଦି ସରକାର ନ୍ୟାୟପାଳିକାର ଶକ୍ତି ହ୍ରାସ କରିବାକୁ କୌଣସି ପଦକ୍ଷେପ ନେଇନାହିଁ। ନ୍ୟାୟପାଳିକା ଓ ସରକାରର ବିଚାରଧାରାରେ ଅନ୍ତର ଥାଇପାରେ, କିନ୍ତୁ ଏହାର ଅର୍ଥ ନୁହେଁ କି, ଆମେ ପରସ୍ପର ଉପରେ ଆକ୍ରମଣ କରୁଛୁ ବା ଆମ ଭିତରେ ମହାଭାରତ ଚାଲିଛି।

ଆଇନ ମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟାଶୀଳ ହୋଇ ରାଜ୍ୟସଭା ସାଂସଦ ଓ ବରିଷ୍ଠ ଓକିଲ କପିଲ ସିବଲ ଟ୍ବିଟ କରି ସରକାର ଉପରେ ଆକ୍ରମଣ କରିଛନ୍ତି। ଟ୍ବିଟରେ ସିବଲ ଲେଖିଛନ୍ତି, ରିଜିଜୁଙ୍କ ଆଉ ଏକ ନିଆରା ବୟାନ- ମୋଦି ସରକାର ନ୍ୟାୟପାଳିକାର କ୍ଷମତା ହ୍ରାସ କରିବାକୁ କିଛି କରି ନାହିଁ… ତେବେ ଆପଣଙ୍କ ଏପରି ବୟାନ ନ୍ୟାୟପାଳିକାକୁ ଆହୁରି ମଜବୁତ କରିବାକୁ ଥିଲା। ଆପଣଙ୍କୁ ଏମିତି ଲାଗୁଥିବ, ହେଲେ ଆମ ଓକିଲଙ୍କୁ ଏମିତି ଲାଗୁନାହିଁ।

କଲେଜିୟମ ସିଷ୍ଟମକୁ ନେଇ କେନ୍ଦ୍ର ଓ ନ୍ୟାୟପାଳିକା ମଧ୍ୟରେ ଲଗାତର ବୟାନବାଜି ଜାରି ରହିଛି। ସରକାର କଲେଜିୟମ ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବା ବେଳେ ସୁପ୍ରିମକୋର୍ଟ  କଲେଜିୟମ ବ୍ୟବସ୍ଥାକୁ ବଳବତ୍ତର ରଖିବା ସପକ୍ଷରେ ରହିଛି। ଆଇନ ମନ୍ତ୍ରୀ ସବୁଠାରୁ ଅଧିକ ବୟାନବାଜି କରୁଛନ୍ତି ନ୍ୟାୟପାଳିକା ଉପରେ। ନିକଟରେ ଆଇନ ମନ୍ତ୍ରୀ କିରନ ରିଜିଜୁ ନ୍ୟାୟପାଳିକା ଉପରେ ଆକ୍ରମଣ କରି କହିଥିଲେ କି, ଜନତା ନ୍ୟାୟାଧୀଶମାନଙ୍କ ଚୟନ କରୁ ନାହିଁ। ତେଣୁ ସେ ନ୍ୟାୟାଧୀଶକୁ ବଦଳାଇ ପାରିବ ନାହିଁ, ଯେମିତି କରନ୍ତି ସରକାର କ୍ଷେତ୍ରରେ। ହେଲେ ଜନତା ନ୍ୟାୟାଧୀଶଙ୍କୁ ଦେଖୁଛି। ଜନତା ସେମାନଙ୍କ ନିଷ୍ପତ୍ତି, କାମ କରିବା ଶୈଳୀ ଓ ନ୍ୟାୟ ଦେବା ପ୍ରଣାଳୀ ଉପରେ ତୀକ୍ଷ୍ନ ନଜର ରଖିଛି ବୋଲି ରିଜିଜୁ କହିଥିଲେ।  

Related Articles

Leave a Reply

Your email address will not be published.

Back to top button