virat

  • ଭଗବାନଙ୍କ ଶରଣରେ ବିରାଟ

    ଭଗବାନଙ୍କ ଶରଣରେ ବିରାଟ କୋହଲି । ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକଆ ମ୍ୟାଚରେ ମଧ୍ୟ୍ୟ ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲେ । ଦ୍ଵିତୀୟ ଦିନିକିଆ ଭାରତ ହାରିଥିବା ବେଳେ ବିରାଟଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଦୀର୍ଘ ଅଢେଇ ବର୍ଷ ହେବ ବିରାଟଙ୍କ ବ୍ୟାଟରୁ ଗୋଟିଏ ହେଲେ ଶତକ ଆସିନାହିଁ । ଯାହାକି କୋହଲି ଙ୍କ ଫର୍ମକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖରାପ ଫର୍ମ ଓ ସମାଲୋଚନା ଭିତରେ ବିରାଟଙ୍କୁ ଲଣ୍ଡନର ଏକ ଭଜନକୀର୍ତ୍ତନ ସମାରୋହରେ ଦେଖିବାକୁ ମିଳିଛି । ପତ୍ନୀ ଅନୁଷ୍କା ଶର୍ମାଙ୍କ ଏହି କାର୍ଯ୍ୟକ୍ରମରେ ବିରାଟଙ୍କୁ ଦେକିବାକୁ ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

    ଏହି କୀର୍ତ୍ତନ ପ୍ରସିଦ୍ଧ ଗାୟକ କୃଷ୍ନ ଦାସ ଆୟୋଜନ କରିଥିଲେ । ଭକ୍ତି ସଙ୍ଗୀତ ଗାୟକ ବାବେ ଜଣାଶୁଣା କୃଷ୍ନା ଦାସଙ୍କର ଏହି କାର୍ଯ୍ୟକ୍ରମ ଲଣ୍ଡନ ୟୁନିଅନ ଚାପେଲରେ ଆୟୋଜନ କରାଯାଇଥିଲା । ଯେଉଁଟି ସାମିଲ ହୋଇଥିଲେ ବିରାଟ । କେବଳ ଶତକ ନୁହେଁ ୬ ମାସ ହେବ ବିରାତ ଅର୍ଧଶତକ ଟିଏ ମଧ୍ୟ୍ୟ ମାରିନାହାଁନ୍ତି । ଶେଷ ଥର ୱେଷ୍ଟେଇଣ୍ଡିଜ୍ ବିପକ୍ଷରେ ଫେବୁଆରୀ ମାସରେ ଅର୍ଧଶତକ ହାସଲ କରିଥିଲେ । କୋଲକତାରେ ଖାଳାଯଇତିବା ଏହି ମ୍ୟାଚରେ ବିରାଟ ଅର୍ଧଶତକ ହାସଲ କରିଥିଲେ । ଏହା ପରେ କୌଣସି ଫର୍ମାଟରେ ବିରାଟ ଅର୍ଧଶତକ ହାସଲ କରିନାହଁନ୍ତି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button