vote

  • ଦିଲ୍ଲୀରେ ଏମସିଡି ନିର୍ବାଚନ

    ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟକୁ ଆଖିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସମ୍ୱେଦନଶୀଳ ଅଂଚଳରେ ଗତକାଲିଠୁ ପେଟ୍ରୋଲିଂ କରି କଡା ସୁରକ୍ଷା ବନ୍ଦୋବସ୍ତ କରିବା ସହ ସିସିଟିଭି କ୍ୟାମେରା ଲଗାଯାଇଛି। ଏଥିସହ ଭୋଟ ଦେବା ପାଇଁ ଆସୁଥିବା ଦିବ୍ୟଙ୍ଗ ଓ ବୟସ୍କବ୍ୟକ୍ତଙ୍କ ପାଇଁ ଟ୍ରାଇ ସାଇକେଲର ବ୍ୟବସ୍ଥା କରାଯାଇଛି । ଦିଲ୍ଲୀରେ ମୋଟ ୧୩ ହଜାର ୬୬୫ ବୁଥର ମତଦାନ ଚାଲିଛି। ସେଥିମଧ୍ୟରୁ ୬୮ଟି ଆଦର୍ଶ ମତଦାନ କେନ୍ଦ୍ର ଓ ୬୮ଟି ପଙ୍କ ପୁଥ ଭାବେ ଚିହ୍ନଟ କରାଯାଇଛି। ଏମସିଡି ନିର୍ବାଚନରେ ପ୍ରଥମ ଥ ପାଇଁଭୋଟରଙ୍କୁ ମତଦାନ କେନ୍ଦ୍ରକୁ ମୋବାଇଲ ନେଇଯିବାକୁ ଅନୁମତି ଦେଇଛନ୍ତି ନିର୍ବାଚନ କମିସନ। ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ମୋଟ ୧ କୋଟି ୪୫ ଲକ୍ଷରୁ ଅଧିକ ଭୋଟର ନିଜ ମତ ଅଧିକାର ସାବ୍ୟସ୍ତ କରି ୧ ହଜାର ୩୪୯ ପ୍ରାର୍ଥିଭ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦିଲ୍ଲୀ ନଗର ନିଗମର ୨୫୦ ଓ୍ୱାର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୧ ହଜାର ୩୪୯ ପ୍ରାର୍ଥି।  

  • ଜମୁଛି ଧାମନଗର ପ୍ରଚାର ମୈଦାନ

    ଭଦ୍ରକ: ଧାମନଗରେ ପ୍ରଚାର ଧମାକା। ଗଳିକନ୍ଦିରେ ଉଡ଼ୁଛି ଦଳୀୟ ବାନା। ଘରକୁ ଘର ବୁଲୁଛନ୍ତି ହେବିୱେଟ। ବିଜେପି ତରଫରୁ କେନ୍ଦ୍ରୀୟ ନେତା ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେଡ଼ି କଂଗ୍ରେସ ମଧ୍ୟ ଟାଣୁଆ ନେତା ଓ ପ୍ରଭାବୀ ପ୍ରଚାରକଙ୍କୁ କାମରେ ଲଗାଇଛନ୍ତି। ବିଜେପି ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ଓ ରାଷ୍ଟ୍ରିୟ ମୁଖପାତ୍ର ସମ୍ୱିତ ପାତ୍ର। ବିଭିନ୍ନ ସ୍ଥାନରେ ରୋଡ଼ ଶୋ କରି ସୂର୍ଯ୍ୟବଂଶି ସୁରଜ ପାଇଁ ମାଗିଛନ୍ତି ଭୋଟ । ସ୍ୱାଭିମାନର ମାଟି ଧାମନଗରରେ ଏଥର ଶାସକ ଦଳର ଟ୍ରାକ୍ ରେକର୍ଡ ବଦଳିବା ନିଶ୍ଚୟଁ ବୋଲି ଦୃଢୋକ୍ତି ଦେଖାଇଛନ୍ତି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣଙ୍କ ପାଇଁ ପିସିସି ସଭାପତି ଓ କଂଗ୍ରେସ ବିଧାୟକମାନେ ପ୍ରଚାର କରିଛନ୍ତି। ବିଜେପି ଓ ବିଜେଡ଼ି ରାଜ୍ୟବାସୀଙ୍କୁ ଠକିଛନ୍ତି। ତେଣୁ ଏଥର ଭୋଟର କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବେ ବୋଲି କହିଛନ୍ତି ।

    ସେପଟେ ଶେଷ ପର୍ଯ୍ୟାୟ ପ୍ରଚାରକୁ ଜୋରଦାର କରିଛି ବିଜେଡ଼ି। ମାଳମାଳ ମନ୍ତ୍ରୀଙ୍କ ସହ ଉପକୂଳିଆ ବିଧାୟକମାନେ ଧାମନଗରରେ ଡେରା ପକାଇଛନ୍ତି। ଏମିତିକି ପଞ୍ଚାୟତଓ୍ୱାରୀ ଜଣେ ଜଣେ ମନ୍ତ୍ରୀଙ୍କୁ ପ୍ରଚାର କମାଣ ଧରେଇ ଦିଆଯାଇଛି। ତେବେ ବିଜେଡ଼ି କହିଛି ଜିତିବୁ ନିଶ୍ଚୟଁ, ତାହା ପୁଣି ବୃହତ୍ତ ବ୍ୟବଧାନରେ। କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ପ୍ରଭାବଶୂନ୍ୟ କହି କଟାକ୍ଷ କରିଛି ଦଳ।

    ତେବେ ମତଦାନ ସମୟ ପାଖେଇ ପାଖେଇ ଆସୁଛି। ତେଣୁ ସ୍ୱାଭାବିକ ଭାବେ ପ୍ରଚାର ମୈଦାନ କମ୍ଫିବା ଥୟ। ଏବଂ ରାଜନୈତିକ ଆରୋପ ପ୍ରତ୍ୟାରୋପ ଯେହେତୁ ଜାରି ରହିଛି ତେଣୁ କାହାକୁ ସ୍ଥାନୀୟ ଲୋକ ଭରଷା କରିବେ ଓ କାହା ବିରୋଧରେ ଜନମତ ଯିବ ତାର ହିସାବକିତାବ ଚାଲିଛି ।।

  • ୪ ଉପରାଷ୍ଟ୍ରପତି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ

    ଆଜି ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦବୀ ଉପରାଷ୍ଟ୍ରପତି ପଦ ପାଇଁ ସଂସଦ ଭବନ ପରିସରରେ ଭୋଟିଂ ହୋଇଛି। ଷୋଡ଼ଶ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ଜଗଦୀପ ଧନକର ଓ ମିଳିତ ବିରୋଧୀ ଦଳର ମାର୍ଗାରେଟା ଆଲଭା ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେବେ ଆଜି ଯାଏ କେବଳ ୪ ଜଣ ଉପରାଷ୍ଟ୍ରପତି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ଦେଶର ପ୍ରଥମ, ଦ୍ୱିତୀୟ, ସପ୍ତମ ଓ ନବମ ଉପ-ରାଷ୍ଟ୍ରପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ୧୯୫୨ରେ ଦେଶର ପ୍ରଥମ ଉପ-ରାଷ୍ଟ୍ରପତି ନିର୍ବାଚନ ବେଳେ ଦୁଇ ଜଣ ପ୍ରାର୍ଥୀ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଆଉ ଜଣେ ସେଖ୍ ଖାଦିର୍ ହୁସେନ୍ ପ୍ରତିଦ୍ୱନ୍ଦିତା କରିବାକୁ ଓହ୍ଲାଇଥିଲେ।

    ଉଭୟ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ଯାଞ୍ଚ ପରେ ହୁସେନଙ୍କର ନାମାଙ୍କନକୁ ଖାରଜ କରିଦେଇଥିଲେ ରିଟର୍ଣ୍ଣିଂ ଅଫିସର। ଆଉ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୋଲି ଏପ୍ରିଲ ୨୫, ୧୯୫୨ରେ ଘୋଷଣା କରାଯାଇଥିଲା। ୧୯୫୭ରେ ବି ଦ୍ୱିତୀୟ ଥର ପାଇଁ ଏହି ପଦବୀକୁ ବିନା ପ୍ରତିଦ୍ୱନ୍ଦିତାରେ ଆଉ ଥରେ ନିର୍ବାଚିତ ହୋଇଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। ମେ ୧୨, ୧୯୫୭ରେ ତାଙ୍କର କାର୍ଯ୍ୟକାଳ ସରୁଥିବା ବେଳେ ଏପ୍ରିଲ ୨୩, ୧୯୫୭ରେ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ପୁଣି ଥରେ। ଦେଶର ସପ୍ତମ ଉପରାଷ୍ଟ୍ରପତି ଭାବରେ ୧୯୭୯ରେ ମହମ୍ମଦ ହିଦ୍ୟାତୁଲ୍ଲା ନିର୍ଦ୍ୱନ୍ଦରେ ନିର୍ବାଚିତହୋଇଥିଲେ। ଅଗଷ୍ଟ ୩୧, ୧୯୭୯ରେ ସେ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ। ଫେବୃଆରୀ ୧୯୬୮ରୁ ଡିସେମ୍ୱର ୧୯୭୦ ଯାଏ ସିଜେଆଇ ଥିଲେ ହିଦ୍ୟାତୁଲ୍ଲା। କେବଳ ଉପରାଷ୍ଟ୍ରପତି ନୁହେଁ, ଦେଶର କାମଚଳା ରାଷ୍ଟ୍ରପତିଭାବରେ ବି ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ ହିଦ୍ୟାତୁଲ୍ଲା। ନବମ ଉପ-ରାଷ୍ଟ୍ରପତି ଭାବରେ ୧୯୮୭ରେ ଡକ୍ଟର ଶଙ୍କରଦୟାଲ ଶର୍ମା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। କିନ୍ତୁ ସ୍କ୍ରୁଟିନି ଅଫିସର ନାମାଙ୍କନ ଯାଞ୍ଚ ପରେ କେବଳ ଶଙ୍କର ଦୟାଲ ଶର୍ମାଙ୍କ ନାମାଙ୍କନ ପତ୍ର ବୈଧ ବୋଲି ଘୋଷଣା କରିଥିଲେ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ପରେ ହିଁ ଶଙ୍କରଦୟାଲ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଥିଲା।

    ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button