water

  • ପୋଖରୀରେ ବୁଡି ନାବାଳକର ମୃତ୍ୟୁ

    ଢେଙ୍କାନାଳା: ପୋଖରୀରେ ବୁଡି ନାବାଳକର ମୃତ୍ୟୁ। କାମାକ୍ଷାନଗର ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁର ଘଟଣା। ମୃତ ନାବାଳକ ହେଲେ ଅଁଳାବେରେଣୀ ଗାଁ ଜୁଆଙ୍ଗ ସାହିର ବିଭୁତି ପ୍ରଧାନଙ୍କ ପୁଅ ପ୍ରଭାକର ପ୍ରଧାନ। ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡି ଯାଇଥିଲେ ନାବାଳକ ପ୍ରଭାକର। ସାଙ୍ଗମାନେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପରିବାର ଲୋକେ ପହଞ୍ଚି ପ୍ରଭାକରକୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଗାଁରେ ଶୋକରଛାୟା ଖେଳିଯାଇଛି।

  • ଚିଲିକାରୁ 2 ନିଖୋଜ ମୃତଦେହ ଉଦ୍ଧାର

    ଖୋର୍ଦ୍ଧା: ଚିଲିକାରେ ଡଙ୍ଗା ବୁଡ଼ି  ଘଟଣା। ୨ ନିଖୋଜଙ୍କ ମିଳିଲା ମୃତଦେହ। ସ୍ଥାନୀୟ ଯୁବକଙ୍କ ଦ୍ୱାରା ମୃତ ଦେହ ଉଦ୍ଧାର। ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ଚିଣ୍ଟୁ ବୋଲି ଜଣାପଡିଛି। ଗମ୍ଭାରୀ ନିକଟ କାଳିଯାଇ କୁଦା ନିକଟରେ ଡଙ୍ଗା ବୁଡିଯାଇଥିଲା। ଭୋଜି କରିଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଅଘଟଣ ଘଟିବା ସମୟରେ ଡଙ୍ଗାରେ ୧୩ ଜଣ ଥିଲେ। ମୃତ ବ୍ୟକ୍ତି ଦୁଇଜଣଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରହ୍ମଗିରି ଥାନାରେ ଅଟକ ରଖାଯାଇଛି। ଅନ୍ୟପଟେ ମୃତ ଦୁଇଜଣ ହେଲେ ରାକେଶ ସ୍ୱାଇଁ ଓ ସୋମ୍ୟନ୍ଦ୍ର ମହାନ୍ତ । ଜଣଙ୍କ ଘର ପୁରୀ ତଳମାଳିସାହି ହୋଇ ଥିବାବେଳେ ଅନ୍ୟ ଜଣଙ୍କ ଘର ମାର୍କେଣ୍ଡାଶ୍ୱର ସାହି ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବ୍ରହ୍ମଗିରି ଥାନା ଅଧିକାରୀ କହିଛନ୍ତି ।

  • ହନ୍ତସନ୍ତ ହେଉଛନ୍ତି ବନ୍ୟା ବିପନ୍ନା

    କେନ୍ଦୁଝର:  ଉପର ମୁଣ୍ଡରେବର୍ଷା ଯୋଗୁ ବଢୁଛି ବୈତରଣୀ ନଦୀ ଜଳସ୍ତର। ଯାହାକୁ ନେଇ ତଳିଆ ଅଞ୍ଚଳ ଲୋକ ଆତଙ୍କିତ ହୋଇପଡିଛନ୍ତି। ତେବେ ଆନନ୍ଦପୁର ଉପଖଣ୍ଡରେ ଗାଁ ଭିତରେ ବନ୍ୟା ଜଳ ପ୍ରବେଶ କରିବା ସହ ଟୁକୁଣା ଶିବ ମନ୍ଦିର ମଧ୍ୟ ପାଣିରେ ବୁଡି ଯାଇଛି । ସେହିପରି ଘଷିପୁରା ବ୍ଲକ ସାଳଦେଇ,ନପଗାଁ,ବେଲଦା ଗ୍ରାମ ପାଣି ଘେରରେ ଅଛନ୍ତି। ଅନ୍ୟପଟେ ପ୍ରଶାସନିକ ସ୍ତରରେ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଉପଜିଲ୍ଲପାଳ। ସେପଟେ ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣାରେ ପୁଣି ଘାଇ। ମରାମତି ହୋଇଥିବା ଘାଇର ୧୦ ଫୁଟ ଲମ୍ବର ଅସ୍ଥାୟୀ ବନ୍ଧ ବନ୍ୟାଜଳ ରେ ଭାସିଗଲା। ଘାଇ ଯୋଗୁଁ ବ୍ୟାପକ ଅଂଚଳ ହେଲା ଜଳମଗ୍ନ।

  • ଗୁଜୁରାଟରେ ବନ୍ୟା ବିଭୀଷିକା

    ଗୁଜୁରାଟରେ ବନ୍ୟା ବିଭୀଷିକା । ରାସ୍ତାରେ ପାଣି, ଘର ଭିତରେ ଛାତି ଉଚ୍ଚାର ପାଣି । ଜଲବନ୍ଧୀ ଶହ ଶହ ଲୋକ । ଲୋକମାନେ ଭୋକ ଉପାସରେ ଅନ୍ଧାର ଭିତରେ ଫଶି ରହିଥିବା ବେଳେ ଲୋକ ସାହାର୍ଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି । ଲଘାଣ ବର୍ଷା ଫଳରେ ସ୍ଥିତି ଏମିତି ହେବ କେହି କେବେ ବିଶ୍ବାସ କରିନଥିଲେ । ପ୍ରକୃତି ଆଗରେ ସମସ୍ତେ ସମାନ । ବର୍ଷା ଜଳରେ ଭାସୁଛି ଗୁଜୁରାଟ । ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ କିଛି ସ୍ଥାନରେ ବର୍ଷା କମିଛି । ବର୍ଷା ଛାଡିଛି କିନ୍ତୁ ଦୁର୍ଦ୍ଦଶା ବଢିଛି । କେତେକ ସ୍ଥାନରେ ପାଣି ଆଉ ପାଣି । ଘର ଠାରୁ ଆରମ୍ଭ କରି ମନ୍ଦିର ମସଜିଦ ସବୁ କିଛି ପାଣିରେ ବୁଡି ରହିଛି । ଲଗାତାର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା ଜଳମଗ୍ନ ରହିଛି । ଅମ୍ଭିକା ଓ କାବେରୀ ନଦୀରେ ଏବେ ଜଳସ୍ତର ବଢିଛି ।

    ଆସନ୍ତା ୫ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୁର୍ବନୁମାନ କରିଛି । ଲୋକ ସୁରକ୍ଷିତ ରହିବା ଲାଗି ଘର ଛାତ ଉପରେ ଲୋକ ମାନେ ସାହାରା ନେଇଛନ୍ତି । ସେପଟେ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ମୁମ୍ଭାଇ ପାଇଁ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ ଭୁସ୍କଳନ ହେବା ଯୋହୁଁ ଦିନକରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ଭାଇ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ଯୋଗୁଁ ଆଖପାଖ ସ୍ଥାନକୁ ଖାଲି କରାଯାଇଛି । ସେପଟେ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି । ନାଶିକର ଦୃଶ୍ୟ ଦେଖିଲେ କେହି ନାଶିକ ବୁଲିବା ପାଇଁ ମନ କରିବେ ନାହିଁ । ଜାଣିବା କଷ୍ଟ ହେବ ନାଶିକ ର ଏହା ରାସ୍ତା ନା କେଉଁ ନଦୀ । ଦୋକାନ ବଜାର ଗାଇ ଗୋରୁ ସବୁ କିଛି ପାଣିରେ ଭାସୁଛି ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ଗାଁକୁ ଯିବାପାଇଁ ନାହିଁ ରାସ୍ତା,,,ଘରେ ଘରେ ରହିଛି ଡଙ୍ଗା

    ଦୁନିଆରେ ଆଜି ବି ଏମିତି ସ୍ଥାନ ଅଛି, ଯେଉଁଠି ଯିବା ଆସିବା ପାଇଁ ରାସ୍ତାଟିଏ ନାହିଁ। ଏହାର ଅର୍ଥ ନୁହେଁ କି, ସେଠାର ସରକାର ରାସ୍ତା ନିର୍ମାଣ କରି ନାହାନ୍ତି। ଜଳପଥ ସେଠାରେ ଯାତାୟାତର ଏକମାତ୍ର ମାଧ୍ୟମ।ତେଣୁ ଲୋକଙ୍କୁ କାର କିମ୍ୱା ବାଇକ କିଣିବାର ଦରକାର ପଡିନଥାଏ। ଲୋକେ ନିଜ ସଞ୍ଚୟରୁ ଡଙ୍ଗା କିଣିଥାନ୍ତି। ସେମିତି ଏକ ସ୍ଥାନ ବିଷୟରେ ଆସନ୍ତୁ ଜାଣିବା।ଏଭଳି ଅନେକ ଜାଗା ଅଛି ଯାହା ସେମାନଙ୍କ ବିଶେଷତା ପାଇଁ ପ୍ରସିଦ୍ଧି ଲାଭ କରିଛି। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପର୍ଯ୍ୟଟନସ୍ଥଳୀ, ଆଉ କେଉଁଠି ମନ୍ଦିର ପାଇଁ। ଆଜି ଏମିତି ଏକ ସ୍ଥାନ ସମ୍ପର୍କରେ ଜାଣିବା ଯେଉଁଠି ବିନା ରାସ୍ତାରେ ଲୋକମାନେ ବସବାସ କରୁଛନ୍ତି। କୌଣସି ଯାନବାହାନ କିଣିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ଡଙ୍ଗା ଏମାନଙ୍କ ଯାତାୟାତର ଏକମାତ୍ର ମାଧ୍ୟମ।ନେଦରଲ୍ୟାଣ୍ଡର ଗିର୍ଥନ ଏକ ଛୋଟ ଗାଁ ।

    ଗାଁଟି ଏତେ ସୁନ୍ଦର ଯେ, ଥରେ ନୁହେଁ ବାରମ୍ୱାର ସେଠାକୁ ଯିବାକୁ ଇଛା ହେବ। ଗାଁଟିର ବୈଶିଷ୍ଟ୍ୟ ଏହାକୁ ବିଶ୍ବରେ ପ୍ରସିଦ୍ଧି ଆଣିଦେଇଛି। ଏହି ଗାଁରେ ରାସ୍ତା ନାହିଁ। ତେଣୁ ଏହାକୁ ନେଦରଲ୍ୟାଣ୍ଡର ଭେନସ ମଧ୍ୟ କୁହାଯାଏ। କେବଳ ଡଙ୍ଗାରେ ଯିବାଆସିବା କରିଥାନ୍ତି ଲୋକେ। ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ଆକଷର୍ଣୀୟ। ଏହାକୁ ଦେଖିବାକୁ ଦେଶ ବିଦେଶରୁ ବହୁ ଲୋକଙ୍କ ସୁଅ ଛୁଟିଥାଏ। ଏହି ଗାଁରେ ଗାଡିମୋଟର ଚାଲୁନଥିବାରୁ ପରିବେଶ ପ୍ରଦୂଷଣର ଆଶଙ୍କା ନ ଥାଏ। ଏଠାକାର ଜନସଂଖ୍ୟା ୩ହଜାର ହୋଇଥିବା ବେଳେ ପ୍ରତ୍ୟେକ ପରିବାରର ନିଜସ୍ୱ ଡଙ୍ଗା ରହିଛି। ଶୀତଦିନରେ ଏହି ସ୍ଥାନରେ ବରଫ ଜମା ହୋଇଥାଏ। ଯେଉଁଥିପାଇଁ ଲୋକମାନେ ବରଫ ସ୍କେଟିଂକୁ ଉପଭୋଗ କରିଥାନ୍ତି। ବର୍ଷର ବିଭିନ୍ନ ସମୟରେ ଏଠାକୁ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ.
  • ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ

    ଭାରତ ଏକ ଏଭଳି ଦେଶ ଯାହାର ବିଭିର୍ଣ୍ଣ ଅଞ୍ଚଳ ପରଷ୍ପର ଠାରୁ ଭୌଗଳିକ ଭାବେ ବହୁତ ଅଲଗା l ଏକସମୟରେ କେଉଁଠି ପ୍ରବଳ ବନ୍ୟା ହୋଇ ଯୋଗାଯୋଗ ବିଛିର୍ଣ୍ଣ ହେଉଥିବା ବେଳେ ଆଉ କେଉଁଠି ମରୁଡି ପରିସ୍ଥିତି ରେ ହନ୍ତସନ୍ତ ହେଉଛନ୍ତି ଲୋକେ…ଆସନ୍ତୁ ଦେଖିବା ଏହି ରିପୋର୍ଟ
    ଭାରତ ର ଉତ୍ତରପୂର୍ବ ରାଜ୍ୟ ମେଘାଳୟ ରେ ବନ୍ୟା ବିପତ୍ତି। ବନ୍ୟାଜଳ ରେ ବ୍ରିଜ଼ ଧୋଇହୋଇ ଯୋଗାଯୋଗ ବିଛିନ୍ନ ହୋଇଛି l ଗୁରୁବାର ଦିନ ମେଘାଳୟର ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିବା କାଠ ସେତୁ ଧୋଇ ହୋଇଯାଇଛି । ମେଘାଳୟର ଦକ୍ଷିଣ ଗାରୋ ପାହାଡ ଏବଂ ପଶ୍ଚିମ ଗାରୋ ପାହାଡ ସୀମାବର୍ତ୍ତୀ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି l
    ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ଏ ପର୍ଯ୍ୟନ୍ତ ଅନେକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଆସାମର ବାରକ ଉପତ୍ୟକା ଏବଂ ଡିମା ହାସାଓ ଜିଲ୍ଲାକୁ ସଡକ ଏବଂ ରେଳ ସଂଯୋଗ ବିଛିନ୍ନ ହୋଇଛି। ସଡ଼କ କିମ୍ବା ରେଳପଥରେ ପଡୋଶୀ ରାଜ୍ୟ ତ୍ରିପୁରା, ମିଜୋରାମ ଏବଂ ଆସାମକୁ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି |


    ଅପରପକ୍ଷରେ ପଶ୍ଚିମ ରାଜ୍ୟ ମହାରାଷ୍ଟ୍ର ରେ ଭୀଷଣ ଜଳ ସମସ୍ୟା ଦେଖାଦେଇଛି l ଏକ ବାଲ୍ଟି ପାଣି ପାଇଁ ଜୀବନ କୁ ବାଜି ଲଗାଉଛନ୍ତି ଗାଁ ଲୋକ l ଖବର ଟି ମହାରାଷ୍ଟ୍ରର ମେଲଘାଟର ଖଡିଆଲ ଗାଁର, ଯେଉଁଠାରେ ଲୋକମାନେ ଏକ ବାଲ୍ଟି ପାଣି ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି l

    ଗ୍ରାମରେ କେବଳ ଦୁଇଟି କୂଅ ଅଛି ଯାହା ପ୍ରାୟ ଶୁଖି ଯାଇଥିବାବେଳେ 1500 ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ପ୍ରତିଦିନ ପାଣି ପାଇଁ 2-3 ଟ୍ୟାଙ୍କର୍ ଉପରେ ନିର୍ଭରଶୀଳ ବୋଲି ଗ୍ରାମବାସୀ କହିଛନ୍ତି। ଦୁଇଟି ଟ୍ୟାଙ୍କର୍ ମାଧ୍ୟମ ରେ ପ୍ରଥମେ ଏହି ଶୁଖିଲା କୂଅରେ ପାଣି ଢଳାଯାଏ ପରେ ଗ୍ରାମବାସୀ କୂଅରୁ ନିଜ ଜୀବନକୁ ବିପଦରେ ପକାଇ ପାଣି ନେଇଥାନ୍ତି , ଏହି ମଇଳା ପାଣି ପିଇବା ପରେ ରୋଗ ରେ ମଧ୍ୟ ପଡୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
Back to top button