WEBSITE

  • ଜୁବେରଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ବେଲ

    ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଫ୍ୟାକ୍ଟ ଚେକିଂ ୱେବ ସାଇଟ ଆଲ୍ଟ ନ୍ୟୁଜର ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଅନ୍ତରୀଣ ବେଲ ପ୍ରଦାନ କରିଛନ୍ତି। ୟୁପି ସୀତାପୁର ମାମଲାରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। ପୂର୍ବରୁ ଆଲାହାବାଦ କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଜୁବିର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ରାଜ୍ୟ ପୁଲିସକୁ ନୋଟିସ ଜାରି କରିଛନ୍ତି।

    ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜେ କେ ମାହେଶ୍ବରୀଙ୍କ ଖଣ୍ଡପୀଠ ଜୁବେରଙ୍କୁ ଅନ୍ତରୀୟ ଜାମିନ ପ୍ରଦାନ କରିଛନ୍ତି ଆଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ। ଏକ ଟ୍ୱିଟରେ ଜୁବେର ତିନି ହିନ୍ଦୁ ଦାଶନିକଙ୍କୁ ଘୃଣା ଉଦ୍ରେକ କାରୀ ଭାବେ ଉଲ୍ଲେଖ କରିବାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ଦାୟର ହୋଇଥିଲା, ଯେଉଁଥିରେ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନାକରି ଦେଇଥିଲେ।

    ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଅନ୍ତରୀଣ ଜାମିମ ୫ ଦିନ ପାଇଁ ହୋଇଥିବା ବେଳେ କୋର୍ଟ ଜୁବେରଙ୍କ ପାଇଁ କେତେକ ସର୍ତ୍ତ ଲାଗୁ କରିଛନ୍ତି। ଏଥିରେ ଜୁବେରଙ୍କୁ ମାମଲା ସମ୍ବନ୍ଧିତ କୌଣସି ଟ୍ବିଟ କରିପାରିବେ ନାହିଁ କି ସୀତାପୁର ମାଜିଷ୍ଟ୍ରେଟ କୋର୍ଟଙ୍କ କ୍ଷେତ୍ର ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜୁବେର ବେଙ୍ଗାରୁ ବା ଅନ୍ୟ କୌଣସି ସ୍ଥାନରୁ ବୈଦ୍ୟୁତିକ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ନ କରିବାକୁ ଆଦେଶ ଦେଇଛନ୍ତି।

Back to top button