west bengal

  • ମୋଦି ଖରାପ, ଆରଏସଏସ ଭଲ: ମମତା

    ଭାରତକୁ ବିଜେପି ମୁକ୍ତ କରିବା ଲାଗି ରାଜନୀତିକ ରଣନୀତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବୟାନ ଆଲୋଡ଼ନ ସୃଷ୍ଟି କରିଛି। ଆରଏସଏସ ଏତେ ଖରାପ ନୁହେଁ। ସଂଘରେ ଏବେ ବି ଅନେକ ଭଲ ଲୋକ ଅଛନ୍ତି। ଅନ୍ତତଃ ଯେଉଁମାନେ ବିଜେପି ଭଳି ଚିନ୍ତା କରୁନାହାନ୍ତି। ଟିଏମସିର ଛବିକୁ ମଳିନ କରିବାକୁ ବିଜେପି କେଉଁ ସ୍ତରକୁ ଖସିଗଲାଣି କହି କ୍ଷୋଭ ଝାଡ଼ିବା ସହ ଏମିତି ଜାଣିଥିଲେ ରାଜନୀତି କରିନଥାଆନ୍ତି ବୋଲି କହିଛନ୍ତି ଦିଦି।

    ବିଜେପିଠୁ ଆରଏସଏସ ବହୁତ ଭଲ। ବିଜେପି ଭଳି ହୀନ ଓ ପ୍ରତିଶୋଧ ରାଜନୀତି କରେନି ସଂଘ। ସଂଘ ପରିବାରରେ ଅନେକ ଭଲ ଲୋକ ଅଛନ୍ତି, ଯେଉଁମାନେ ବିଜେପି ଭଳି ଚିନ୍ତା କରନ୍ତିନି। ଦିନେ ନା ଦିନେ ବିଜେପିର ଏଭଳି ଆଚରଣକୁ ଦେଖି ସଂଘ ପରିବାରର ଧୈର୍ଯ୍ୟଚ୍ୟୁତି ହେବ। ଟିଏମସିର ଛବିକୁ ମଳିନ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛି ବିଜେପି। ଯଦି ବିଜେପି ଏଥିରୁ ବିରତ ରହିବନି, ତେବେ ସେ କାହାକୁ ବି ଛାଡ଼ିବେନି ବୋଲି ଚେତାବନୀ ଦେଇଛନ୍ତି ଦିଦି।ସମାଜ ସେବା ଲାଗି ସେ ରାଜନୀତିକୁ ଆସିଛନ୍ତି। କିନ୍ତୁ ଏବେ ଲାଗୁଛି, ବହୁ ଆଗରୁ ରାଜନୀତି ଛାଡ଼ି ଦେଇଥିଲେ ଭଲ ହୋଇଥାଆନ୍ତା। ଆଜିକାର ରାଜନୀତି ଏତେ କଳୁଷିତ ଲାଗି ଆଜି ସେ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଅନେକ ମିଛ ବଦନାମୀର ସାମ୍ନା କରିବାକୁ ପଡ଼ୁଛି। ଏହା କେବଳ ପ୍ରତିଶୋଧ ରାଜନୀତି ନୁହଁ। ବରଂ ଖୁଲମଖୁଲା ହିଂସାର ଚିତ୍ର ଓ ଚରିତ୍ର ଅଟେ। ବନ୍ୟଜନ୍ତୁ ଓ କୋଇଲା ତସ୍କରୀ ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର ହିଁ ଦାୟୀ। କୋଇଲା ଚୋରୀରୁ ସବୁ ପଇସା କାଳିଘାଟ ଯାଉଛି କହି ବିଜେପି ଲଗାଇଥିଲା ଆରୋପ। କାଳିଘାଟ ହେଉଛି ମମତାଙ୍କ ଆବାସ। ଦିଦି ଏହା ଉପରେ କାଉଣ୍ଟର କରିଛନ୍ତି କି, ଏ ଅର୍ଥ କଅଣ ମାଆ କାଳୀଙ୍କ ପାଖକୁ ଯାଉଥିବା କଥା ବିଜେପି କହୁଛି କି।

    ବେଆଇନ ସମ୍ପତ୍ତି ଠୁଳ ନେଇ କୌଣସି ସତ୍ୟତା ପ୍ରମାଣିତ ହେଲେ, ତାଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଳାଇ ଦିଆଯାଉ ବୋଲି କହିଛନ୍ତି ଦିଦି। ଲୋକଙ୍କ ସ୍ୱାଧୀନତା ଛଡ଼ାଇବାକୁ ପେଗାସସ୍, ଲୋକଙ୍କ ଘରୁ ଅର୍ଥ ଅସୁଲି ଲାଗି ଇଡି ଓ ସିବିଆଇକୁ ଲଗାଉଛି ବିଜେପି। ଏବେ ମିଡିଆ ଟ୍ରାଏଲ ଚାଲିଛି। ମିଡିଆ, ନ୍ୟାୟପାଳିକା ଓ ବିରୋଧୀ ରାଜନୀତି ଦଳକୁ ବିଜେପି ଡରାଉଛି।ସେପ୍ଟେମ୍ୱର ୨ରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କୋଇଲା ଚୋରୀ ମାମଲାରେ ଇଡିରେ ହାଜର ଲାଗି ସମନ କରାଯାଇଛି।

    • ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
  • କଳା ଡାଏରୀ ଓ ୪୨ କୋଟିର ରହସ୍ୟ

    ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମହାଘୋଟାଲାର ତଦନ୍ତରେ ମିଳୁଛି ପୁଳା ପୁଳା ଟଙ୍କା । ଅର୍ପିତା ମୁର୍ଖାର୍ଜୀଙ୍କ ଦ୍ଵିତୀୟ ଘରୁ ଇଡି ପୁଣି ୨୦ କୋଟି ଟଙ୍କା ସହ ୩ କେଜି ସୁନା ଜବତ କରିଛି । ମେସିନ ଲଗାଇ ଇଡି ପକ୍ଷରୁ ଟଙ୍କା ଗଣା ଚାଲିଛି । ଏହାକୁ ମିଶାଇ ଏହି ମହାଘୋଟାଲାରେ ୪୨ କୋଟି ଟଙ୍କା ଜବତ କରାଯାଇଛି । ପୁର୍ବରୁ ଅର୍ପିତାଙ୍କ ଘରୁ ୨୨ କୋଟି ଟଙ୍କା ଜବତ କରାଯାଇଥିଲା । ଯେଉଁଥିରେ ଭାରତୀୟ ମୁଦ୍ରା ସହ ବିଜେଶୀ ମୁଦ୍ରା ମଧ୍ୟ୍ୟ ଥିଲା । ଏହି ସମୟରେ ଅର୍ପିତାଙ୍କ ଘରୁ ୨୦ ରୁ ଅଧିକ ଫୋନ ବିଭିନ୍ନ କମ୍ପାନୀର କାଗଜପତ୍ର ଜବତ କରାଯାଇଛି । ଅର୍ପିତାଙ୍କ ଦ୍ଵିତୀୟ ଘର ବ୍ଲାକ ଟାଉନ ଆର୍ପାଟମେଣ୍ଟରେ ବିପୁଳ ଟଙ୍କା ଲୁଚାଇ ରଖାଯାଇଥିବା ଇଡିକୁ ସୁଚନା ମିଳିଥିଲା । ଏହାକୁ ଆଧାର କରି ଇଡି ପକ୍ଷରୁ ତାଙ୍କ ଘର ରେଡ କରାଯଆଇଥିଲା । ମେସିନ ଲଗାଇ ଟଙ୍କା ଗଣାଯଆଇଥିଲା ।

    ଏହି ଘଟଣାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାର୍ଟାର୍ଜୀଙ୍କୁ ଗିରଫ କରାଯାଇଛି । ଇଡି ପକ୍ଷରୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରାଯାଉଛି । ଖାସ କରି ଏକ କଳା ଡାଏରୀ କୁ ନେଇ ଇଡି ତାଙ୍କୁ ତନାଘନା କରି ପ୍ରଶ୍ନ କରୁଛି । ସେହି ବ୍ଲାକ ଡାଏରୀ ଯାହାକୁ ଇଡି ଚଢାଉ ସମୟରେ ଅର୍ପିତାଙ୍କ ଘରୁ ଜବତ କରିଛି। ଏହି ଡାଏରୀରେ ଅନେକ ଗୁଡିଏ ରହସ୍ୟ ଲୁଛି ରହିଛି ବୋଲି ଇଡି ସନ୍ଦେହ କରୁଛି ଯାହାର ପର୍ଦ୍ଦାଫାଶ ହୋଇପାରିବ ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ଅର୍ପିତା ମୁଖାର୍ଜୀ କିଏ? କଣ ତାଙ୍କର ଓଡିଶା ସମ୍ପର୍କ

    ଶୁସାନ୍ତ ସିଂ ରାଜପୁତଙ୍କ ସହିତ ସଂଲିଷ୍ଟ ରିୟା ଚକ୍ରବର୍ତ୍ତୀ ଙ୍କ ଓଡିଶା ଲିଙ୍କ ହେଉ କିମ୍ଭା ଗଞ୍ଜେଇ ଚୋରା ଚାଲାଣ ସମୟରେ ଓଡିଶାର ଗଞ୍ଜେଇ ର ଚାହିଦା କିଭଳି ବଲିଉଡରେ ରହିଛି ସେ ନେଇ ଗଣମାଧ୍ୟ୍ୟମରେ ଖବର ପ୍ରସାରିତ ହେବା । ଆଉ ବର୍ତ୍ତମାନ ଏବେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଙ୍କ ଓଡିଶା ଲିଙ୍କ ରହିତିବା ସୁଚନା ମିଳିଛି । ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅର୍ପିତା । ତେବେ ଅର୍ପିତା ମୁଖାର୍ଜୀ କିଏ । କଣ ତାଙ୍କର ଓଡିଶା ସହ ସମ୍ପର୍କ । କେମିତି ହେଲା ଓଡିଶା ସହ ତାଙ୍କର ଲିଙ୍କ ।

    ଆସନ୍ତୁ ଜାଣିବା ତାଙ୍କ ଲିକଙ୍କ ସମ୍ପର୍କରେ । ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଅଧିକାଶଂ ଫିଲ୍ମିରେ ସାଇଡ ରୋଲ ନଜର ଆସିଥିଲେ । ସୁପରଷ୍ଟାର ପ୍ରସନଜିତ୍ ସହ ମଧ୍ୟ୍ୟ କାମ କରିଛନ୍ତି । ଓଡିଆ ଫିଲ୍ମିରେ ମଧ୍ୟ୍ୟ ଅର୍ପିତା ଅଭିନୟ କରିଛନ୍ତି । “ମୁଁ କଣ ଏତେ ଖରାପ” ଫିଲ୍ମରେ ଅଭିନୟ କରିଛନ୍ତି . ତାମିଲ୍ ଫିଲ୍ମରେ ମଧ୍ୟ୍ୟ ଅଭିନୟ କରିଛନ୍ତି । ଉନ୍ନୟନ ସଂଙ୍ଘ କମିଟିର ଅଧକ୍ଷ ଅଛନ୍ତି ପାର୍ଥ ଚାଟାର୍ଜୀ ।

    ପଶ୍ଚିମବଙ୍ଗରେ ବଡ ଦୁର୍ଗାପୁଜା କମିଟି ମଧ୍ୟ୍ୟରୁ ଏହା ଅନ୍ୟତମ ।୨୦୧୯ ଓ ୨୦୨୦ ରେ ଏହି କମିଟି ପାଇଁ ପ୍ରମୋସନ କରିଥିଲେ ଅର୍ପିତା । ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ଘରକୁ ବାରମ୍ଭାର ଯାଉଥିବା ସୁଚନା ମିଳିଛି । କିନ୍ତୁ କଣ ପାଇଁ ଯାଉଥିଲେ । ଯିବା ପଛରେ କଣ ଉଦ୍ଦେଶ୍ୟ ରହିଛି । ତାହା ସଠିକ ଭାବରେ ବର୍ତ୍ତମାନ ସୁଦ୍ଦା ଜଣାପଡିନାହିଁ । କିଛି ନା କିଛି ସମ୍ପର୍କ ରହିଛି । ନଚେତ ତାଙ୍କୁ ନେଇ ଏତେ ଜୋର ଚର୍ଚ୍ଚା ହେବା କଥା ନୁହେଁ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ନୃତ୍ୟ କରି ଚର୍ଚ୍ଚାରେ ଦିଦି…ଦେଖନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡ଼ିଓ

    ପାରମ୍ପାରିକ ନୃତ୍ୟ କରି ଚର୍ଚ୍ଚାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ସବୁବେଳେ କିଛି କଥା କୁ ନେଇ ଚର୍ଚ୍ଚାରେଥାନ୍ତି , କେବେ  ସେ ଭିଡ଼ ମଧ୍ୟରେ ଫୁଟବଲ୍ ଫିଙ୍ଗନ୍ତି ତଃ କେବେ ସେ ନିଜର ସରଳତା ସହିତ ସମର୍ଥକଙ୍କ ହୃଦୟରେ ପ୍ରବେଶ କରନ୍ତି | ଏଥର ମମତା ପଶ୍ଚିମବଙ୍ଗର ଆଲିପୁରଡୁଆରରେ ଲୋକ କଳାକାରଙ୍କ ସହ ନାଚୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି l ଜାତୀୟ ଗଣମାଧ୍ୟମ ଅନୁଯାୟୀ ମମତା ବାନାର୍ଜୀ ଏଠାରେ ଏକ ଜଣବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ସେ ଲୋକ କଳାକାରମାନଙ୍କ ସହିତ ପାରମ୍ପାରିକ ନୃତ୍ୟ କରିଥିଲେ |

Back to top button