WHATSAPP

  • ଆର.ଏସ.ଏସ କାର୍ଯ୍ୟାଳୟ କୁ ବୋମାମାଡ ଧମକ

    ଉତ୍ତରପ୍ରଦେଶ ର ଲକ୍ଷ୍ନୌ ଏବଂ ଉନ୍ନାଓରେ ଥିବା ଆରଏସଏସ କାର୍ଯ୍ୟାଳୟକୁ ବୋମା ବିସ୍ଫୋରଣ ଧମକ ମିଳିଛି l ଘଟଣାରେ ପୋଲିସ FIR ପଞ୍ଜିକୃତ କରିଛି | ଆରଏସଏସ କାର୍ଯ୍ୟାଳୟଗୁଡିକ ବିସ୍ଫୋରଣ ହେବ ବୋଲି ଧମକ ଦେଉଥିବା ହ୍ବାଟ୍ସଆପ୍‌ ବାର୍ତ୍ତା ପଠାଯାଇଥିଲା | ସାଇବର ସେଲର ସାହାଯ୍ୟରେ, ବାର୍ତ୍ତା ପଠାଇଥିବା ନମ୍ବର ଚିହ୍ନଟ ହେବ ବୋଲି କହିଥିଲା ଲକ୍ଷ୍ନୌ ପୋଲିସ l ଆନ୍ତର୍ଜାତୀୟ ନମ୍ବରରୁ ଏହି ମେସେଜ ହିନ୍ଦୀ, ଇଂରାଜୀ ଏବଂ କନ୍ନଡରେ ଆରଏସଏସ ସଦସ୍ୟ ନୀଲକାନ୍ତ ତିୱାରୀଙ୍କୁ ପଠାଯାଇଥିଲା |ସାଇବର ସେଲର ସାହାଯ୍ୟରେ, ମେସେଜ୍ ପଠାଇଥିବା ନମ୍ବରକୁ ଚିହ୍ନଟ କରାଯିବ ବୋଲି ପୋଲିସ ପକ୍ଷ ରୁ ସୂଚନା ଦିଆଯାଇଥିଲା l

    ପୋଲିସ ଧମକପୂର୍ଣ୍ଣ ମ୍ୟାସେଜ ଆସିଥିବା ହ୍ୱାଟସଆପ୍‌ ନମ୍ବର ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ କରିଥିଲା । ଏହାପରେ ସେହି ନମ୍ୱରର ଲୋକେସନ୍‌ ତାମିଲୁନାଡ଼ୁବୋଲି ଜଣା ପଡ଼ିଥିଲା। ଏହାପରେ ସେଠାକାର ସ୍ଥାନୀୟ ପୋଲିସକୁ ସମ୍ପର୍କ କରାଯାଇଥିଲା। ଫଳରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାକାର ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

Back to top button