wife

  • ମିଛ କହି ବିବାହ କରିବା ପଡ଼ିଲା ମହଙ୍ଗା

    କଥାରେ ଅଛି ବିବାହ ହେଉଛି ପବିତ୍ର ସାମାଜିକ ବନ୍ଧନର ପ୍ରତୀକ। ବର କନ୍ୟା ଯେତେବେଳେ ପରସ୍ପରର ହାତ ଧରନ୍ତି ଓ ଅଗ୍ନିକୁ ସାକ୍ଷୀ ରଖି ବିବାହ କରନ୍ତି। ସେଠି ସତ ଓ ବିଶ୍ୱାସର ଡୋରି ସାତ ଜନମକୁ ବନ୍ଧା ହୋଇଗଲା ବୋଲି ବିବେଚନା କରାଯାଇଥାଏ। ହେଲେ ଏଠି ଆମେ ଏମିତି ଏକ ଯୁବକର କଥା କହିବୁ, ଯେ ମିଛ ଉପରେ ମିଛ କହି କିଭଳି ବିବାହ ତ କରିଥିଲା। ତା ଉପରେ ବି ମିଛର ସିରିଜ୍ ଏମିତି ଜାରି ରଖିଲା କି, ତା କଥାରେ ଭଳି ଯାଇ ଶ୍ୱଶୂର ଘର ବି ଜାଲରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ତା ପଛରେ ଖର୍ଚ୍ଚ କଲେ। ଶେଷରେ ଏଭଳି ଧୂର୍ତ୍ତ ବର ଓ ତା ବାପାକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ମିଛ କହି ବିବାହ କରିବା ଶେଷରେ ମହଙ୍ଗା ପଡ଼ିଲା।

    ଘଟଣାଟି ମହାସମୁନ୍ଦରୁ ଆସିଛି। ଯୁବକ ଜଣକ ବେରୋଜଗାର ଥିଲା। କିନ୍ତୁ ଚାକିରୀ କରୁଥିବାର ମିଛ ନିଯୁକ୍ତି ପତ୍ର ଦେଖାଇ ପତ୍ନୀ ଓ ଶ୍ୱଶୁରାଳୟକୁ ଚକମା ଦେଇଥିଲା। କେବଳ ଏତିକି ନୁହେଁ, ସାଢେ ୧୦ ଲକ୍ଷରୁ ଅଧିକ ଟଙ୍କାର ଚୂନ ବି ଲଗାଇଥିଲା ଶ୍ୱଶୁରଘରକୁ। ଆଉ ଏହାକୁ ପରେ ଜାଣିପାରି ପତ୍ନୀ ଧୋକା ଖାଇଥିବାର ମାମଲା ରୁଜୁ କରିଥିଲେ ଥାନାରେ। ପୀଡିତା ଯୋଗିତା ସାବତ ଅଭିଯୋଗ କରିଥିଲେ କି, ଭାରତ ସାଓଙ୍କ ସହ ସେ ରୀତିନୀତି ସହ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଭାରତ ଓ ତାଙ୍କ ଶ୍ୱଶୁର ଘାସିରାମ ମିଛ କହି ତାଙ୍କ ଘରେ ବନ୍ଧୁ ବାନ୍ଧିଥିଲେ। ପୁଅ ସରକାରୀ ଚାକିରୀ କରୁଛି।

    ଜିଲ୍ଲା ସହକାରୀ ବ୍ୟାଙ୍କରେ ଆକାଉଣ୍ଟ ଅଫିସର ଅଛି ବୋଲି କହିଥିଲେ। ଆଉ ବିବାହ ପରେ ଭାରତ କାହିଁକି ଚାକିରୀକୁ ଯାଉନି ବୋଲି ଜାଣିବାକୁ ଚାହିଁବାରୁ କୁଆଡ଼େ ତାଙ୍କୁ ବ୍ୟାଙ୍କ ଚାକିରୀରୁ ବହିଷ୍କାର କରାଯାଇଛି ବୋଲି ମିଛ ସୂଚନା ଦେଇଥିଲେ। ଏହା ପରେ ପୁଣି ପୁଲିସ ବିଭାଗରେ ଡିଏସପି ଚାକିରୀ ପାଇଁ ଚୟନ ହୋଇଛନ୍ତି ବୋଲି ଆଉ ଏକ ମିଛ କହିଥିଲେ। ଏହାକୁ ନେଇ ଜାଲି ନିଯୁକ୍ତିପତ୍ର ଦେଖାଇ ପତ୍ନୀ ଓ ଶ୍ୱଶୁରଘରର ବିଶ୍ୱାସ ଜିତିଥିଲେ। ଟ୍ରେନିଂର ଦସ୍ତାବିଜ୍ ଦେଖାଇ ପତ୍ନୀଙ୍କ ବାପା ଓ ଭାଇଙ୍କଠୁ ୧୦ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଆଉ ପତ୍ନୀ ଏ ସବୁ ମିଛ ବୋଲି ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ତୁରନ୍ତ ପୁଲିସ ଭାରତ ଓ ତାଙ୍କ ବାପାଙ୍କୁ ଗିରଫ କରି ପଚରାଉଚୁରା ପରେ ସବୁ ସତ ଓଗାଳିଥିଲେ ଉଭୟ। ଉଭୟ ବାପ ପୁଅଙ୍କୁ ନ୍ୟାୟିକ ରିମାଣ୍ଡକୁ ପଠାଇ ଦିଆଯାଇଛି।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ହୋଟେଲ ରୁମରେ ପ୍ରେମିକ ସହ ଥିଲେ ପତ୍ନୀ, ପହଞ୍ଚିଲେ ପତି, ତା ପରେ…

    ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଏକ ହୋଟେଲରେ ଶୁକ୍ରବାର ଘଟିଛି ଅଭାବନୀୟ ଘଟଣା। ହୋଟେଲ ରୁମରେ ପତ୍ନୀଙ୍କ ପ୍ରେମିକଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ। ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୁଲିସ ମୁତାବକ, ଦିଲ୍ଲୀର ଦୁଇ ମହିଳା ମନାଲି ଆସି ଏକ ହୋଟେଲରେ ରହିଥିଲେ। ମହିଳାଙ୍କ ମଧ୍ୟ ମଧ୍ୟରୁ ଜଣେ ବିବାହିତା ମହିଳା ଥିଲେ। ସେମାନେ ହୋଟେଲରେ ରୁମ ନେବା ପରେ ବିବାହିତା ମହିଳା ତାଙ୍କ ପୁରୁଷ ବନ୍ଧୁ ସନିଙ୍କୁ ସେଠାକୁ ଡକାଇଥିଲେ। ସନି ଆସିବା ପରେ ଉଭୟ ସେଠାରେ ରହିଥିଲେ। ପରଦିନ ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚିବା ଯାଇଥିଲେ ଓ ସନିକୁ ସେଠାରେ ଦେଖି ରାଗରେ ହିତାହତ ଜ୍ଞାନ ଭୁଲିଯାଇଥିଲେ।

    ଏହା ପରେ ପକେଟରୁ ବନ୍ଧୁକ ବାହାର କରି ସନିକୁ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ମଧ୍ୟ ହତ୍ୟା କରିଛନ୍ତି ବୋଲି ମହିଳା ଜଣକ ପୁଲିସକୁ ସୂଚନା ଦେଇଛନ୍ତି। ହୋଟେଲ କର୍ମଚାରୀଙ୍କ ଅନୁଯାୟୀ, ସକାଳୁ ସକାଳୁ ହଠାତ୍ ହୋଟେଲ ଭିତରୁ ଗୁଳି ମାଡ ଶବ୍ଦ ଶୁଭିଥିଲା। ଏହା ଶୁଣି ସେଠାକୁ ଯାଇ କର୍ମଚାରୀ ଦେଖନ୍ତି ତ ଦୁଇଟି ମୃତଦେହ ସେଠାରେ ପଡିଥିଲା ଓ ହୋଟେଲ ରୁମର ଚଟାଣରେ ରକ୍ତ ବହୁଥିଲା। ହୋଟେଲ କର୍ମଚାରୀଙ୍କ ସୂଚନା ପାଇ ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିଛି ଓ ଫରେନ୍ସିକ ଟିମ ସେଠାରେ ପହଞ୍ଚି ସେମାନଙ୍କ ତଦନ୍ତ ଆରମ୍ଭ କରି ଦେଇଛି।

  • ଯୁବକ ର ୯ଟି ପତ୍ନୀ…

    ଜଣେ ପୁରୁଷ ୮ ଜଣଙ୍କୁ ଏକା ସାଙ୍ଗରେ ବାହା ହୋଇଛନ୍ତି । ଏମତି ଘଟଣା ସାରା ବିଶ୍ବରେ ବିରଳ । ପୁର୍ବରୁ ତାଙ୍କର ସ୍ତ୍ରୀ ଥିଲା । କିନ୍ତୁ କଣ ପାଇଁ ୮ ଜଣଙ୍କୁ ପୁଣି ବାହା ହେଲେ ତାହା ଏକ ବଡ ପ୍ରଶ୍ନ । ଧର୍ମ ଓ ସଂସ୍କୃତି ଦୃଷ୍ଟିରୁ ଏହି ବିବାହ କୁ ପରିବାର ବର୍ଗ ଗ୍ରହଣ କରିନାହାଁନ୍ତି ।ଗତ ବର୍ଷ ୮ ଜଣ ଝିଅ କୁ ବାହା ହେଲା । ଏହି ବିବାହ ପରେ ପତ୍ନୀ ସଂଙ୍ଖ୍ୟା ୯ ରେ ପହଞ୍ଚିଲା l ମହାଭାରତରେ ପଞ୍ଚୁପାଣ୍ଡବ ଦ୍ରୌପଦୀ ଙ୍କୁ ବିବାହ କରିଥିଲେ । କିନ୍ତୁ ଏ ଯୁବକ ଜଣଙ୍କ ୯ ଜଣଙ୍କୁ ବାହା ହୋଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପରେ ଜଣେ ପତ୍ନୀ ତା ଠାରୁ ଅଲଗା ହୋଇଗଲେ ବର୍ତ୍ତମାନ ଏହି ଯୁବକ ୮ ଜଣ ପତ୍ନି କୁ ନେଇ ଜୀବନଯାପନ କରୁଛନ୍ତି । ସେ ଯୁବକ ହେଉଛନ୍ତି ବ୍ରାଜିଲ୍ ର ଅର୍ଥର ଓ ଉର୍ସ । ପ୍ରଥମ ପତ୍ନୀ ହେଉଛନ୍ତି ଲୁଆନା ।

    ଲୁଆନା ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ମଡେଲ କହିବା କଥା ସମସ୍ତ ସ୍ତ୍ରୀ ଙ୍କ ସହତି ତାଙ୍କର ବୈବୈହାକ ଜୀବନ ଭଲ ଅଛି । ତାଙ୍କ ପ୍ରଥମ ସ୍ତ୍ରୀ ଲୁଆନା ଙ୍କ କହିବା କଥା ଏହି ବାହାଘର ର ଉଦ୍ଦେଶ୍ୟ ହେଉଛି ତାଙ୍କ ସ୍ବାମୀ ଙ୍କୁ ଖୁସି ରଖିବା । ଅର୍ଥର ପତ୍ନୀ ଆର୍ଥ ଙ୍କ ସମେତ ବାକି ୭ ଜଣ ପତ୍ନୀ କୁ ଖୁ ରଖିବା ପାଇଁ ଆର୍ଥର ନଥିବା ବେଳେ ଡେଟିଙ୍ଗ କରନ୍ତି । ଆର୍ଥର ଙ୍କ ବିବାହ ପରେ ଆଉ ଗୋଟିଏ ହୃଦୟ ହୋଇଗିଲା । ଏହି ବିବାହ ପରେ ଉବୟ ଙ୍କ ପ୍ରତି ବିଶ୍ବାସ ବଢିଯାଇଛି । ସମସ୍ତ କହନ୍ତି ଏକାଧିକ ବିବାହ ଫଳରେ ଘରେ ଅଶାନ୍ତି ହେବା ସହିତ ସାମାଜିକ ଜୀବନ ବାଧାପ୍ରାପ୍ତ ହୁଏ । କିନ୍ତୁ ଏ କ୍ଷେତ୍ରରେ ସମ୍ପୁର୍ଣ ଓଲଟା ହୋଇଚି । ଲୁଆନା ଓ ଅର୍ଥର ପରଷ୍ପର କୁ ଅଧିକ ଭଲପାଇବା ସହତି ଭରସା ଓ ବିଶ୍ବାସ ବୃଦ୍ଧି ପାଇଛି । ଏହା ତାଙ୍କ ଉଭୟ ଙ୍କ ପାଇଁ ବରଦାନ ସଦୃଶ । ସବୁ ନୁଆ ପତ୍ନୀ ତାନିଆ , ଏମିଲି, ସିଟିୟା , ଓ ଥାଏନେ ଙ୍କ କହିବା କଥା ଅର୍ଥର ସେମାନଙ୍କର ସମସ୍ତ ଆବଶ୍ୟକତା ପୁରଣ କରନ୍ତି ତାଙ୍କ ଉପରେ ସମସ୍ତେ ପୁରା ଫିଦା ଅଛନ୍ତି ।

    ଇଣ୍ଟେଲିଜଣ୍ଟ ,ଦୟାଳୁ ଭଲ ମଣିଷ । ସବୁ ପତ୍ନୀ ମାନଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ବାହାଘର ପ୍ରଥମେ ସମସ୍ତ ନା ମନେରଖିବା କଷ୍ଟ ଲାଗୁଥିଲା । କିନ୍ତୁ ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଲାଣି । ଆର୍ଥ ସମସ୍ତ ପତ୍ନୀ ଙ୍କୁ ନିଜ ଦାଦୀ ଙ୍କ ସହ ମିଶାଇଥିଲା । ତାଙ୍କ ଘର ଲୋକ ଏମାନଙ୍କୁ ଗ୍ରହଣ କେଲ ନାହିଁ । ତଥାପି ଏହାକୁ ଖାତିର ନକିର ସ୍ବାଭାବିକ ଭାବରେ ଜୀବନ ଝାପନ କରୁଛନ୍ତି । ଅନ୍ୟ ମାନଙ୍କ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି । ଆର୍ଥର ଙ୍କ ଠାରୁ ଅନ୍ୟ ମାନେ ଶିକ୍ଷା ଲାଭ କେଲ ପରିବାର ମଧ୍ୟ୍ୟରେ କୌଣସି ଆଶାନ୍ତି ସୃଷ୍ଟି ହେବ ନାହିଁ । ଏକାଧିକ ବିବାହ କଲେ ମଧ୍ୟ୍ୟ ସମଝୋତା ସହ ସମସ୍ଚେ ରହିବେ ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
  • ବହୁ କଷ୍ଟ ପରେ ସେଲଫି ଗୋଟେ ନେଲେ…

    ସେଲଫି ମାନିଆ ର ମାୟାରେ ସମସ୍ତେ ବାୟା । ଛୁଆ ଠାରୁ ବଡ ପର୍ଯ୍ୟନ୍ତ ସେଲଫି ନେବା ପାଇଁ ସମସ୍ତେ ବ୍ୟାକୁଳ । ସେଲଫି ନେବା ପାଇଁ ସ୍ଥାନ କାଳ ପାତ୍ର କିଛି ନାହିଁ । ୟିଏ ଯେଉଁଠି ପାରିଲା ସେଲଫି ଉଠାଇଲା । ସେଲଫି ନେବା ପାଇଁ ନା ଅନୁମତି ଦରକାର ନା ରହିଛି କଟକଣା । ସୁଖଃ ହେଉ କି ଦୁଖଃ ସେଲଫି ନେବା ଏକ ମାନସିକତାରେ ପରିଣତ ହେଲାଣି । ସେଲଫି ଏମତି ଭାଇରାଲ ହୋଇଛି ଯେ ୭ କୋଟି ଲୋକ ଦେଖିଲେଣି । କେମିତି ହୋଇଛି ଏହି ସେଲଫି ନଦେଖିଲେ ବିଶ୍ବାସ କରିହେବ ନାହିଁ ।


    ହୃଦୟ କୁ ଛୁଇଁଲା ଭଳି ଘଟଣା । ଦେଖିଲେ ହୃଦୟ ତରଳି ଯିବ । ମ୍ୟାଥ୍ୟୁ ବେନି ଇନଷ୍ଟାଗ୍ରାମ ବ୍ୟାବହାରକାରୀ । ନିଜ ଇନଷ୍ଟା ଆକାଉଣ୍ଟରେ ହାର୍ଟ ର ଇମୋଜି ସହ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଏହା କଣ ତୁମେ ପଚାର । ସର୍ଟ କ୍ଲିପ ରେ ଜନଗହଳିପୁର୍ଣ ମେଟ୍ରୋ ଟ୍ରେନ ଭିତରେ ନିଡଜ ପତ୍ନୀ ଙ୍କ ସେଲଫି ଚୋରି କରିବା ପାଇଁ ସତର୍କତାର ସହ ଉଦ୍ୟମ କରୁଛନ୍ତି ।


    ମେଟ୍ରୋ ଟ୍ରେନ ରେ ଦମ୍ପତ୍ତି ଯାତ୍ରା କରୁଛନ୍ତି । ପ୍ରବଳ ଭିଡ ରେ ମହିଳା ଜଣଙ୍କ ତାଙ୍କ ଦୁପଟ୍ଟା ଠିକ କରିବାକୁ ଲାଗିଥିବା ବେଳେ ଚତୁରତାର ସହ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି ତାଙ୍କ ସ୍ବାମୀ । ଚେଷ୍ଟା ବେକାର ଗଲାନି ସଫଳ ମଧ୍ୟ୍ୟ ହେଲେ । ଏହି ଦୃଶ୍ୟ କୁ ୭ କୋଟି ଲୋକ ଦେଖି ସାରିଲେଣି । ଘଟଣା ଟି ଦେଖିବା ପାଇଁ ବେଶ ମଜାଦାର ।

Back to top button