winner

  • କ୍ୟାନସର ସହ ସଙ୍ଘର୍ଷ…ଦ୍ୱାଦଶରେ ୯୭.୭୫ ପ୍ରତିଶଥ ନମ୍ଭର

    କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସିଯାଏ । ନିଜର ଦୃଢ ଇଛାଶକ୍ତି ଆଗରେ ସବୁ କିଛି ହାର ମାନେ । ନିଜର ଦୃଢ ଇଛାଶକ୍ତି ଆଗରେ କ୍ୟାନସର ଭଳି ମାରାତ୍ମକ ରୋଗ ହାର ମାନିଛି । କ୍ୟାନସର ସହ ସଂଙ୍ଘର୍ଷ କରି ସଫଳତା ପାଇଛନ୍ତି । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୋର ପ୍ରତିମା ତିୱାରୀ ଏପରି କରିଦେଖାଇଛନ୍ତି । ଯାହା ସମସ୍ତଙ୍କ ପାଇଁ ଉଦାହାରଣ । ଉତ୍ତରପ୍ରଦେଶ ର ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପ୍ରତିମା ତିୱାରୀ ୯୭.୭୫ ପ୍ରତିଶଥ ନମ୍ଭର ରଖି ପାସ କରିଛନ୍ତି । ପ୍ରତିମା କ୍ୟାନସର ସହ ସଙ୍ଘର୍ଷ କରୁଥିବା ବେଳେ ନିଜ ପାଠ ପଢା ପ୍ରତି କୌଣସି ଅବହେଳା କରିନାହାଁନ୍ତି । ହସପିଟଲାରେ କ୍ୟାନସର ପାଇଁ ଚିତ୍କିସା ହେଉଥିବା ସମୟରେ ମଧ୍ୟ୍ୟ ସେ ପାଠ ପଢି ସଫଳତା ଅର୍ଜନ କରିଥିଲେ ।

    ଅସୁସ୍ଥତା ପାଇଁ ପାଠ ପଢାରେ କୌଣସି ସମୟ ନଥିଲା । ଯେତେବେଳେ ସମୟ ମିଳେ ସେ ପାଠ ପଢୁଥିଲେ । ପ୍ରତିମା ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଗତବର୍ଷ ଅକ୍ଟୋବରେ ପ୍ରତିମା ଲିୟୁକୋମିଆରେ ପୀଡତ ହୋଇଥିଲେ । ଏହା ଜାମିବା ପରେ ତାଙ୍କ ସ୍ୱପ୍ନ ଭାଙ୍ଗିଯାଇଥିଲା । ହାର ମାନିନଥିଲେ। ଚିତ୍କିସା ସହ ପାଠ ପଢି ଏତେ ମାର୍କ ରଖିତିଲେ ଯେ ତାହା ସମସ୍ତ ଙ୍କ ପାଇଁ ଉଦାହରଣ । ବାସ୍ତବରେ ଏ କଥା ନଶୁଣିଲେ କେହି ବିଶ୍ବାସ କରିବେ ନାହିଁ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button