Malkangiri

କର୍ମାଙ୍କ ପରି ଆଉ ଜଣେ ବଣ୍ଡା ଛାତ୍ରୀ ସମିତା ନିଜ ପଢା ଖର୍ଚ୍ଚ ପାଇଁ ସାଜିଛନ୍ତି ଶ୍ରମିକ

ମାଲକାନଗିରି : ଆଦିମ ବଣ୍ଡା ଜନଜାତୀ ର ମେଧାବୀ ଛାତ୍ରୀ ଏବେ ଦିନ ମଜୁରୁଆ । ନିଜ ପଢା ଖର୍ଚ୍ଚ ବହନ କରିବା ଲାଗି ମୁଲ ଲାଗୁଛନ୍ତି ମାଲକାନଗିରି ଜିଲ୍ଲାର ଯୁକ୍ତ ଦୁଇ ବାଣିଜ୍ୟ ଟପ୍ପର । ତାହା ପୁଣି ମାଲକାନଗିରି ଜିଲ୍ଲା ସଦର ମହକୁମାରେ । ବଣ୍ଡା ଜନଜାତୀ ଙ୍କ ଉତଥାନ ଲାଗି ବର୍ଷ ବର୍ଷ ଧରି ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟ କାରୀ ହୋଉ ଥିଲେ ହେଁ ମାଲକାନଗିରି ବଣ୍ଡା ସମ୍ପ୍ରଦାୟ ର ଏହି ଉଚ୍ଚ ଶିକ୍ଷୀତ ଯୁବତୀଙ୍କ ଏହି ସଂଘର୍ଷ କୁ ନେଇ ଏବେ ଚାରି ଆଡେ ଚର୍ଚା ।ବଣ୍ଡା ଯୁବତୀଙ୍କ ସଂଘର୍ଷର କାହାଣୀ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଏବେ ଦିନ ମଜୁରିଆ । ପଥର ପରି ମୁଣ୍ଡ ଉପରେ ତାଙ୍କର ରହିଛି ଅନେକ ବୋଝ । ତେଣୁ ବାଲି ପଥର ଓ ଗୋଡି ସିମେଂଟ ପରି ବୋଝ ବହିବା ପାଇଁ ଆଦୌ ତାଙ୍କର ଶଙ୍କା ନାହିଁ । କାରଣ ପାଠ ପଢି ବଡ଼ ମଣିଷ ହେବାକୁ ସଙ୍କଳ୍ପ କରିଛନ୍ତି ସେ । ନାଁ କର୍ମା ମୁୁଦୁଲି । ଘର ମାଲକାନଗିରି ବଣ୍ଡା ଘାଟିର ପଡେଇଗୁଡା ଗାଁ । ଗତ ବର୍ଷ ମାଲକାନଗିରି ଗୋବିନ୍ଦପାଲି ଏସ୍ଏସ୍ଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାଣିଜ୍ୟରେ ୮୨ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇ ଥିଲେ କର୍ମା । ଘରର ବଡ ଝିଅ ଓ ଆର୍ଥିକ ଅନାଟନ ଯୋଗୁ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଥିଲେ କର୍ମା । ତେବେ ତାଙ୍କ ବହି ବସ୍ତାନୀ ସହ ହଷ୍ଟେଲ ଖର୍ଚ୍ଚ ଗାଁକୁ ଆସି କାମ କରୁଛନ୍ତି କର୍ମା ।ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବାପରେକରମାଙ୍କୁ ସବୁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପାଠପଢ଼ା ପାଇଁ ସ୍କଲାରସିପ୍ ସହିତ ତାଙ୍କ ପରିବାରକୁ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି ।ପ୍ରଶାସନର ସୂଚନା ଅନୁସାରେ, 5T ସଚିବଙ୍କ ନିର୍ଦ୍ଦେଶରେ କରମା ମୁଦୁଲିଙ୍କୁ ଭେଟି ଆଲୋଚନା କରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ତାଙ୍କର ପାଠପଢା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।ସେହିପରି

କର୍ମାଙ୍କ ପରି ସମିତା ମୁଦୁଲି ମଧ୍ୟ ଗୋବିନ୍ଦପାଲି ଏସଏସଡି ହାୟର୍ ସେକେଣ୍ଡାରୀ ସ୍କୁଲରୁ ଯୁକ୍ତ ଦୁଇ କଳାରେ ଉତୀର୍ଣ ହୋଇ ବିଜୁ ପଟ୍ଟନାୟକ କଲେଜ ଗୋବିନ୍ଦପାଲି ଠାରେ ପାଠ ପଢୁଛ ନ୍ତି । ତେବେ ରି-ଆଡମିଶନ ଫି” ବାବଦକୁ ୩ ହଜାର ଟଙ୍କା ଆବଶ୍ୟକ ପଡୁଥିବାରୁ ସମିତା ମଧ୍ୟ ମାଲକାନଗିରି ସଦର ମହୁକମାକୁ ଆସି କର୍ମାଙ୍କ ସହ ଏକ ଠିକା କ୍ୟାମ୍ପରେ ରହି ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଆଉ ଦୈନିକ ୨୨୦ ଟଙ୍କା ରୋଜଗାର କରି ପଢା ଖର୍ଚ୍ଚ ପାଇଁ ସଂଚୟ କରୁଛନ୍ତି ।

ସମୁଦ୍ର ପତନ ଠାରୁ ପ୍ରାୟ ୫ହଜାର ଫୁଟ ଉଚ୍ଚ ବଣ୍ଡାଘାଟିରେ ଦୁଇଟି ପଂଚାୟତର ୩୨ଟି ଗାଁ ରେ ପ୍ରାୟ ୭ହଜାରରୁ ଉଦ୍ଧ୍ୱର୍ ବଣ୍ଡା ଜନଜାତିର ଲୋକେ ବସବାସ କରନ୍ତି । ପୂର୍ବ ଅପେକ୍ଷା ଏବେ ବଣ୍ଡା ଜନଜାତିଙ୍କ ଶିକ୍ଷା ହାରରେ ଅନେକଟା ଉନ୍ନତୀ ଆସୁଥିଲେ ହେଁ ଉଚ୍ଚଶିକ୍ଷା ଲାଗି ଉଚିତ ପ୍ରୋତ୍ସାହନ ନ ଥିବା ଯୋଗୁଁ ଅଧିକାଂଶ ଯୁବତୀ ଅଧାରୁ ପାଠ ଛାଡି ଦାଦନ ଖଟୁଛନ୍ତି କିମ୍ବା ହୋଟେଲରେ କାମ କରିବାକୁ ବାଧ୍ୟ ହେଉଛନ୍ତି ।

Related Articles

Leave a Reply

Your email address will not be published.

Back to top button