ରାଜନୀତି

ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ

ପାଟନ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସନ୍ତୋଷ କୁମାର । ଜେଡିୟୁ ସହ ତାଙ୍କ ଦଳ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ଏଚଏଏମ) ମଧ୍ୟ ସରକାରର ଅଂଶ ବିଶେଷ ରହିଛି । ହେଲେ ଏଚଏଏମକୁ ଏବେ ଜେଡିୟୁରେ ଲୀନ କରିବାକୁ ଚାପ ପଡ଼ୁଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ସେ କହିଛନ୍ତି, “ଆମ ଦଳର ଅସ୍ଥିତ୍ୱ ଏବେ ବିପଦରେ । ମୁଁ ଏହାର ସୁରକ୍ଷା ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ।”

ସନ୍ତୋଷ କହିଛନ୍ତି ଯେ ମୁଁ ମୋର ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛି । ମୋର ଇସ୍ତଫା ପାଇଁ କେବଳ ଗୋଟିଏ କାରଣ ଅଛି । ଆମର ଦଳକୁ ଜେଡିୟୁ ସହ ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯେତେବେଳେ ଆମେ ଆମର କର୍ମୀ, ବିଧାୟକମାନଙ୍କ ସହ ଆଲୋଚନା କଲୁ, ସମସ୍ତେ ମିଶ୍ରଣ ପାଇଁ ମନା କରିଦେଲେ । ମିଶ୍ରଣ ପ୍ରସ୍ତାବ ଜେଡିୟୁ ପକ୍ଷରୁ ଆସିଥିଲା । ଆମେ ଜେଡିୟୁର ଭାବନାକୁ ସମ୍ମାନ କରୁ, କିନ୍ତୁ କିଛି ପ୍ରସଙ୍ଗରେ ଆମର ଦଳ ମଧ୍ୟ ଗଠନ ହୋଇଛି, ତେଣୁ ଆମେ ସଂଗ୍ରାମର ରାସ୍ତାରେ ଚାଲିବାକୁ ଉଚିତ ମନେ କଲୁ ।

Related Articles

Leave a Reply

Your email address will not be published.

Back to top button