Ganjam

ଚୋରି ହୋଇଥିବା ୫୨.୦୪ ଗ୍ରାମ୍ ସୁନା ଏବଂ ୧୦୦ ଗ୍ରାମ୍ ରୂପା ଅଳଙ୍କାର ଉଦ୍ଧାର : ୫ ଗିରଫ

ଗଞ୍ଜାମ : ବ୍ରହ୍ମପୁର ଟାଉନ୍ ଥାନା ତୁଳସୀ ନଗର ଅଷ୍ଟମ ଲେନ୍ ରେ ଗତ ୨୫ ତାରିଖରେ ଘରେ କେହି ନଥିବା ବେଳେ କେତେକ ଦୁର୍ବୃତ ଘରେ ପଶି ସୁନା ଓ ରୂପା ଅଳଙ୍କାର ଚୋରି କରିନେଇଥିବା ଜଣାପଡିଛି । ସି.ଏଚ. ଭାସ୍କରରାଓ ଆଚାରୀ ସୀମାଞ୍ଚଳ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ ମାନେ ତାଙ୍କ ଘରେ ପଶି ଚୋରି କରିଥିଲେ । ସେ ସୀମାଞ୍ଚଳରୁ ଫେରି ଚୋରି ସମ୍ପର୍କରେ ଜାଣିବା ପରେ ଟାଉନ୍ ଥାନାରେ ଏନେଇ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ କରିଥିଲା । ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୫୨.୦୪ ଗ୍ରାମ୍ ସୁନା ଏବଂ ୧୦୦ ଗ୍ରାମ୍ ର ରୂପା ଅଳଙ୍କାର ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଇର୍ଫାନ ବାଗ୍, ଏସ.କେ. ଆଶୁ, ମହମ୍ମଦ ଭାସିର୍, ଏସ.କେ. ସମୀର ଏବଂ ଜାକିର ହୁସେନ ମଲ୍ଲିକ । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୧୯୯/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଚୋରି ସୁନା ରୂପା ଅଳଙ୍କାର ଜବତ କରାଯାଇ ସି.ଏଚ. ଭାସ୍କରରାଓ ଆଚାରୀଙ୍କୁ ଫେରସ୍ତ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button