Angul

ପାଲଲହଡା ଉପାନ୍ତ ଅଞ୍ଚଳରେ ଶିକ୍ଷା ବିକାଶ ବ୍ୟବସ୍ଥାର ବିକଳ ଚିତ୍ର, ପାଞ୍ଚ ଦିନ ହେବ ସ୍କୁଲ ଆସୁ ନାହାନ୍ତି ଶିକ୍ଷକ

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଶିକ୍ଷା ବିକାଶର ବିକଳ ଚିତ୍ର । ଯଉଁଠି ଶିକ୍ଷକ ମୋଟା ଅଙ୍କ ର ଦରମା ନେଇ ଶିକ୍ଷା ଦାନ କରି ଥାନ୍ତି, ହେଲେ ଏହି ଉପାନ୍ତ ଅଞ୍ଚଳରେ ସରକାରଙ୍କ ଶିକ୍ଷା ର ବିକାଶ ବୋଧହୁଏ ନାମକୁ ମାତ୍ର।  ସରକାର କହୁଛନ୍ତି ସଭିଏଁ ପଢିବେ ସଭିଏଁ ଗଢ଼ିବେ କେହି ଅଶିକ୍ଷିତ ରହିବେ ନାହିଁ । ସିଇଥିପାଇଁ ତ ରାଜ୍ୟ ସରକାର ଉପାନ୍ତ ଅଞ୍ଚଳ ରେ କୋଟି କୋଟି ଟଙ୍କା ଖର୍ଚ କରି ଚାଲିଛନ୍ତି l ହେଲେ କିଛି ଅସାଧୁ ଶିକ୍ଷକ ମାନଙ୍କ ପାଇଁ ଆଜି ଶିକ୍ଷା ବ୍ୟବସ୍ଥା ବିପଥ ଗାମୀ। ଏଠି ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ଶିକ୍ଷାର ବିକାଶ ର ବାର୍ତ୍ତା, ଏଠି ସଭିଏଁ ପଢିବା ସଭିଏଁ ଗଢିବା ସ୍ଲୋଗାନ ଲଟକି ରହିଛି କେବେଳ ସରକାରୀ କାନ୍ଥରେ। ଏମିତି କିଛି ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି  ପାଲଲହଡା ବ୍ଲକ ବନ୍ଧା ଭୂଇଁ ପଞ୍ଚାୟତ ଗଣେଶ୍ୱର ପୁର ଗାଁ ରେ ।

ସୂଚନା ଅନୁସାରେ ପାଲଲହଡା ବ୍ଲକ ର ବନ୍ଧା ଭୂଇଁ ପଞ୍ଚାୟତ ଅନ୍ତର୍ଗତ ଗଣେଶ୍ୱର ପୁର ଗାଁ  ପାଲଲହଡା ସଦର ଠାରୁ ୩୦ କିଲୋମିଟର ଦୂର  ପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ଅବସ୍ଥାଥାପିତ l ଏଠାକୁ ଯିବାକୁ ହେଲେ ଭଲ ଖଣ୍ଡେ ରାସ୍ତା ନଥିବାରୁ ଗାଁ ଲୋକ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥନ୍ତି l ତେବେ ଏହି ପାହାଡ ଘେର ଗାଁ ରେ ଶିକ୍ଷାଦାନ ପାଇଁ ଅନେକ ବର୍ଷରୁ ଏକ ପ୍ରାଥମିକ ବିଦ୍ୟାଳୟ ଅଛି  l ଏହି ଛାତ୍ର ଛାତ୍ରୀ ମନଙ୍କୁ ପଠ ପଢାଇବା ପାଇଁ  ଜଣେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକ ନିୟଜିତ ଅଛନ୍ତି l ହେଲେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମଣ ପ୍ରଧାନ ଓ ଅର୍ଜୁନ ମୋହନ ନାୟକଙ୍କର ଅନେକ ଦିନରୁ ଦେଖା ନାହିଁ । l ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷକ ଲଷ୍ମଣ ପ୍ରଧାନ ମଦ୍ୟ ପାନ କରି ସ୍କୁଲକୁ ଆସୁଥିବା ନେଇ ଗାଁ ଲୋକ ଓ ସ୍କୁଲ ଗାଁ କମିଟି ର ଚେୟାରମ୍ୟାନ ଭାରତୀ ବାରିକ ବ୍ଲକ ଶିକ୍ଷା ଅଧକାରୀଙ୍କ ନିକଟରେ ପୂର୍ବରୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି l

 ତେବେ ସରକାରଙ୍କ ଵିଧି ବ୍ୟବସ୍ତା ଭିତରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଜଣକ ବିଗତ ପାଞ୍ଚ ଦିନ ହେବ ସ୍କୁଲକୁ ଆସୁନଥିବା ଜଣା ପଡିଛି l ସ୍କୁଲ କୁ କୌଣସି ଶିକ୍ଷକ ଆସୁ ନଥିବାରୁ ଛାତ୍ର ଛାତ୍ରୀ ମାନେ ପାଞ୍ଚ ଦିନ ହେବ ସ୍କୁଲ ଯାଇ କେବଳ ମଧ୍ୟାନ ଭୋଜନ ଖାଇ ଘରକୁ ଫେରୁଛନ୍ତି l ତେବେ ଏଠି  ଶିକ୍ଷା ର ବିକାଶର ଡିଣ୍ଡିମ ପିଟୁଥିବା ଶିକ୍ଷା ବିଭାଗର ପାରିବା ପଣିଆ ଉପରେ ଆଙ୍ଗୁଳି ଉଠିଛି l ବୋଧେ ଶିକ୍ଷାର ବିକାଶର ଚିତ୍ର ଉପାନ୍ତ ଅଞ୍ଚଳର ଏହି ଗଣେଶ୍ୱର ପୁର ପ୍ରାଥମିକ ବିଦ୍ୟାଳୟ ରୁ ହିଁ ବାରି ହୋଇ ପଡୁଛି l ଏହି ଅଭିଯୋଗକୁ ନେଇ ଆମେ ବ୍ଲକ ଶିକ୍ଷା ଅଧକାରୀଙ୍କ ସହ ଯୋଗାଯୋଗ କରିଥିଲୁ, ହେଲେ ଯୋଗାଯୋଗ ହୋଇ ପାରି ନଥିଲା l ବ୍ଲକ ଶିକ୍ଷା ଅଧକାରୀ ଗଣେଶ୍ୱର ପୁର ବିଦ୍ୟାଳୟକୁ ନିଜେ ପରିଦର୍ଶନ କରି ସବୁ ସମସ୍ୟର ସମାଧାନ କରନ୍ତୁ ବେଲି ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି l

Related Articles

Leave a Reply

Your email address will not be published.

Back to top button