ଓଡ଼ିଶା

ଚରଦେଇଙ୍କ କଳାସି ଯାତ୍ରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦାର ଠାରେ ପାଳିତ ହେଉଛି କଳାସି ଯାତ୍ରା । ଏହି ଯାତ୍ରା ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ବାବାଙ୍କ ମନ୍ଦିରରେ ରାଜା ରାଜୁଡା ଅମଳରୁ ପାଳିତ ହେଇ ଆସୁଛି। ଯାତ୍ରାର ମୁଖ୍ୟ ଅକର୍ଷଣ ଆଖପାଖ ଗାଁ ଗୁଡିକରୁ ଦେବୀ ଚରଦେଇ ଓ ବାବା କପିଳେଶ୍ବରଙ୍କ ପାଖରେ କଳାସି ବରୁଆ ମାନଙ୍କର ଦେଉଳ ବରଣ ଦୃଶ୍ୟ ।    

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦାର କପିଳେଶ୍ୱର ମନ୍ଦିର ପ୍ରାଚୀନ ଶୈବ ଓ ଶକ୍ତି ପୀଠ ଭାବରେ ବେଶ ଖ୍ୟାତି ଅର୍ଜନ ଲାଭ କରିଛି । ଜିଲ୍ଲାର ଅନେକ ଗାଁ ରେ କଳାସି ଯାତ୍ରା ହେଉଥିଲେ ହେଁ ବାବା କପିଳେଶ୍ୱରଙ୍କ ପୀଠରେ ମାଁ ଚରଦେଇଙ୍କ ପାଖରେ ପାଳିତ ହେଉଥିବା କଳାସି ଯାତ୍ରା ର ରହିଛି ଭିନ୍ନ ପରମ୍ପରା । କାର୍ତ୍ତୀକ ଶୁକ୍ଲ ଦଶମୀ ତିଥିରେ ଆରମ୍ଭ ହେଉଥିବା ଯାତ୍ରାରେ ୨୧ଟି ଗାଁରୁ ଦେଉଳ ଭରା ଉତ୍ସବ ପାଇଁ ବାବା କପିଳେଶ୍ୱର ଙ୍କ ପୀଠ କୁ ଆସିଥାନ୍ତି କଳାସି ବରୁଆମାନେ । ଛତି ଛତ୍ର ଓ ଘଣ୍ଟ ଘଣ୍ଟାର ଶୋଭାଯାତ୍ରା ରେ ଗାଁ ପରିକ୍ରମାକରି ଖମ୍ବ ପାଖକୁ ଆସିଥାନ୍ତି ବରୁଆମାନେ ।

ତେବେ କାର୍ତ୍ତିକ ଶୁକ୍ଲ ଦଶମି ତିଥିରେ ଦେବା ଦେବୀ ମାନେ ମହାଦେବଙ୍କୁ ବରଣ କରିବା ପାଇଁ କୈଳାସ ପର୍ବତ କୁ ଯାଉଥିବା ରୁ ଏହି ଯାତ୍ରା ର ନାମ କଳାସି ହୋଇଛି ବୋଲି ପୌରାଣିକ ମତ ରହିଛି । ବିଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ଯାତ୍ରା କେବଳ ନିତିକାନ୍ତିରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବଡ ଧୁମ ଧାମରେ ପାଳନ କରାଯାଉଛି । ଚରଦେଇ ଙ୍କ ଦର୍ଶନ ପାଇଁ ବହୁ ଦୁର ଦୁରାନ୍ତ ରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି  ।

ମାଁ ଚରଦେଇ ଙ୍କ ଠାରେ ଭକ୍ତ ମାନଙ୍କ ଅଖଣ୍ଡ ବିଶ୍ୱାସ ଯୋଗୁଁ ବର୍ଷସାରା ଏହିପୀଠ ରେ ଲୋକମାନଙ୍କ ଭିଡ ରହୁଛି ।

ଗଣପତି ବାଘଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button