ଓଡ଼ିଶା

ବିଜେପି ସାଂସଦ ବ୍ରିଜ ଭୁଷଣ ସିଂଙ୍କୁ ଗିରଫ ଦାବି, ସିପିଆଇର ବିଶାଳ ଶୋଭାଯାତ୍ରା

ଜୟପୁର : ବିଜେପି ଏମପି ବ୍ରିଜ ଭୁଷଣ ସିଂଙ୍କୁ ଗିରଫ ଦାବି କରି କୋରାପୁଟ ଜିଲା ସିପିଆଇ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏକ ମାସରୁ ଉର୍ଦ୍ଧ୍ଵ ହେବ ଦିଲ୍ଲୀର ଯନ୍ତର ମନ୍ତର ଠାରେ କୁସ୍ତି ପହଲବାନ ମାନେ ଧାରଣାରେ ବସିଛନ୍ତି । କିନ୍ତୁ, ବିଜେପି ସାଂସଦ ସିଂଙ୍କ ବିରୋଦ୍ଧରେ କୌଣସି ପ୍ରକାର କାଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହାର ପ୍ରତିବାଦ କରି ଆଜି ସିପିଆଇ ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳଙ୍କ ନେତୃତ୍ଵରେ ଜୟପୁର ଶ୍ରମିକ କର୍ମଚାରି ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରି ରାଷ୍ଟ୍ରପତିଙ୍କୁ ଡାକ ଯୋଗେ ୭ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କେନ୍ଦ୍ରରେ ଚାଲିଥିବା ସରକାରଙ୍କୁ ହଟାଅ, ଦେଶ ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ, ବେଟି ବଢାଓ, ବେଟି ପଢାଓ ନାରା କୁଆଡେ ଗଲା, କେନ୍ଦ୍ର ସରକାର ଜବାବ ଦିଅ, ମହିଳା କୁସ୍ତି ପହିଲବାନ ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ, ବିଜେପି ସାଂସଦ ବ୍ରିଜ ଭୁଷଣ ସିଂଙ୍କୁ ତୁରନ୍ତ ଗିରଫ କରାଯାଉ, ମହିଳା କୁସ୍ତି ପହିଲବାନଙ୍କ ଉପରେ ପୋଲିସର ଆକ୍ରମଣ ବନ୍ଦ କରାଯାଉ, କେନ୍ଦ୍ର ସରକାରଙ୍କ ଅମଳରେ ନାରୀ ନିଯ୍ୟତନା, ଗଣ ଧର୍ଷଣ ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟି ଚାଲିଥିବାରୁ କୋରାପୁଟ ଜିଲା ସିପିଆଇ ଏହାର ଘୋର ନିନ୍ଦା କରିଛି ।

ଏହି ଶୋଭାଯାତ୍ରାରେ ରାମକୃଷ୍ଣ ଦାସ, ସତ୍ୟବ୍ରତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Back to top button