Malkangiri

ପିଇଓ ବଦଳାଇଦେଲେ ବିକାଶର ନକ୍ସା

ମାଲକାନଗିରି : ବିକାଶ ଦେଖିନଥିବା ଏବଂ ଗାଁରେ ଅଭିଶପ୍ତ ଜୀବନ ନେଇ ବଞ୍ଚୁଥିବା ଲୋକଙ୍କ ପାଇଁ ପାନୀୟ ଜଳ , ରାସ୍ତାଘାଟ , ବିଦ୍ୟୁତ ଭଳି ମୌଳିକ ସୁବିଧା ଯେପରି ସାତ ସପନ ଲାଗି ରହିଥିଲା । ସଦର ଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ଗାଁ ସରକାରୀ ଦସ୍ତାବିଜ ତଳେ ଚାପି ହୋଇ ରହିଥିଲା । ପ୍ରତିବାଦ କରି ସ୍ବର ସାଣିତ କରିବା ଲୋକେ ମଧ୍ୟ ଥରୁଟିଏ ପ୍ରଶାସନ ନିକଟରେ ପହଞ୍ଚି ବାଟ ଫିଟାଇବାକୁ କହିନଥିଲେ । ହେଲେ ଆଖି ପଡିଲା ପିଇଓଙ୍କୁ । ସରପଞ୍ଚଙ୍କୁ ଧରି ପାଦରେ ଚାଲି ଗାଁରେ ପହଞ୍ଚି ମାସକ ମଧ୍ୟରେ ଗାଁର ନକ୍ସା କରିଛନ୍ତି ପରିବର୍ତ୍ତନ । ତାହାପୁଣି ବିକାଶର ନକ୍ସା । ମୌଳିକ ସୁବିଧାକୁ ଗୁରୁତ୍ବ ଦେଇ ସୋ ଲାର ପ୍ରକଳ୍ପ ମାଧ୍ୟମରେ ଗାଁରେ ଲାଗିଛି ବିଦ୍ୟୁତ । ଏପଟେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରିଛି ପଞ୍ଚାୟତ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦାମଦୋରଗୁଡା ଗାଁର ଅଭିଶପ୍ତକୁ ଛେଦ କରି ବିକାଶର ବାଟ ଫିଟାଇଛନ୍ତି ମାଥିଲି ପିଇଓ ଅଶୋକ ମହାରଣା । ତେବେ ପିଇଓ ମହାରଣାଙ୍କ ସମସ୍ତ ଯୋଜନାକୁ ସମର୍ଥନ କରି ଗାଁରେ ବିକାଶ ତୋଳିବାକୁ ମାଥିଲି ସରପଞ୍ଚ କାନାମରାଜୁ ନାୟକ ମଧ୍ୟ ସହଯୋଗ କରିଛନ୍ତି । ଦାମଦୋରଗୁଡା ଗାଁ ଦୀର୍ଘଦିନରୁ ସରକାରୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲା । ଦଶନ୍ଧି ଦଶନ୍ଧି ପରେ ମଧ୍ୟ ଗାଁରେ ସରକାରୀ ସୁବିଧା ପାଇବାକୁ ସ୍ବପ୍ନ ଦେଖିବାକୁ ମିଳିଥିଲା । ହେଲେ ଗାଁ ସମ୍ପର୍କରେ ଜାଣିବା ପରେ ବିକାଶ ତୋଳିଛି ପଞ୍ଚାୟତ । ପ୍ରଥମେ ଗାଁରେ ବିଦ୍ୟୁତ ପାଇଁ ସୋ ଲାର ପ୍ରକଳ୍ପ ଆରମ୍ଭ କରିଥିଲା । ଏଥିରୁ ସୁବିଧା ପାଇ ଗାଁ ଲୋକେ ଅନ୍ଧାରରୁ ଆଲୋକର ମଜା ନେଇଛନ୍ତି । ସେହିପରି ଏକ ସୋଲାର ମୋଟର ମାଧ୍ୟମରେ ଚୁଆକୁ ବିଶୁଦ୍ଧ କରି ପିଇବା ପାଣିର ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ଗାଁରେ ବିଭିନ୍ନ ପ୍ରକଳ୍ପ ରଖି ବିକାଶର ମୁଖ୍ୟସ୍ରୋତ ରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଥିବା ମାଥିଲି ପିଇଓ ଅଶୋକ ମହାରଣା କହିଛନ୍ତି । ସେହିପରି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ରଖି ଲୋକଙ୍କୁ ବିକାଶ ପଥରେ ନିଆଯିବ ବୋଲି ମାଥିଲି ସରପଞ୍ଚ କାନାମରାଜୁ ନାୟକ ସୂଚନା ଦେଇଛନ୍ତି । ଅଭିଶପ୍ତ ଗାଁରେ ବିକାଶ ଦେଖାଇଥିବା ପିଇଓ ମହାରଣାଙ୍କୁ ସ୍ଥାନୀୟ ଲୋକେ ଖୁବ ପ୍ରଂଶସା କରି ଛନ୍ତି ।

Related Articles

Leave a Reply

Your email address will not be published.

Back to top button