ଓଡ଼ିଶାପୁରୀ

ବର୍ଷାରେ ବେହାଲ ଚାଷୀ

ପୁରୀ: ଚିନ୍ତାରେ ଗୋପ ବ୍ଲକ ଅଞ୍ଚଳର ଚାଷୀକୂଳ। ଲଗାଣ ବର୍ଷାରେ ବୁଡି ରହିଛି ଶହ ଶହ ହେକ୍ଟର ଚାଷ ଜମି। ଚଳିତ ବର୍ଷ ପ୍ରବଳ ଖରା ଯୋଗୁଁ ଖରିଫ୍ ଧାନ ଚାଷରେ ତଳି ଜଳି ଯାଇଥିବା ବେଳେ ଏପଟେ ଲାଗି ରହିଛି ମୁସୁଳ ଧାରାର ବର୍ଷା। ଏହି ସମୟରେ ଚାଷୀ ତଳି ରୁଆ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାର୍ଯ୍ୟ କରି ଚାଲିଛି। ଫଳରେ ଖରା ବର୍ଷାର ଏହି ଲୁଚକାଳି ଖେଳରେ ଗୋପ ବ୍ଲକ ଅଞ୍ଚଳରେ ହଇରାଣ ହେଉଛନ୍ତି ଶହ ଶହ ଚାଷୀ । ବ୍ଲକ ରେ ୨୧,୭୧୮  ହେକ୍ଟର ଚାଷଜମିରେ ଚାଷୀ ଖରିଫ୍ ଧାନ ଚାଷ କରାଯାଉଥିବା ବେଳେ, କିପରି ଫସଲ ଅମଳ ହେବ ସେଥିପାଇଁ ଚିନ୍ତାରେ ଚାଷୀ । ସେପଟେ ସରକାରଙ୍କ ପକ୍ଷରୁ ଆବଶ୍ୟକତା ଅନୁସାରେ ସାର,ବିହନ ମିଳୁ ନ ଥିବା ବେଳେ ମୁନା ଖୋର୍ ସାର ବିହନରେ ଅଧିକ ମାତ୍ରାରେ ଅର୍ଥ ନେଉଥିବା ଭଳି ଅଭିଯୋଗ ହୋଇଛି।

Leave a Reply

Your email address will not be published.

Back to top button