ଓଡ଼ିଶା

ଦିନ ପରେ ମିଳିଲେ ନିଖୋଜ ଅମ୍ରିତ

() ନିଖୋଜ ନାବାଳକ ଅମ୍ରିତର ମିଳିଲା ସନ୍ଧାନ l ଖୁସିରେ ବାପା ବାଣ୍ଟିଲେ ମିଠା l ଗତ ଗୁରୁବାର ଦିନ ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା କୁରାଳ ଗାଁର ଅମ୍ରିତ ପାତ୍ର ସାଇକେଲ ଯୋଗେ ଟିଉସନ ଯାଇଥିଲା l ଟିଉସନରୁ ଫେରିବା ପରେ କୁଆଡେ ନିଖୋଜ ହୋଇଯାଇଥିଲା l ଓଡଗାଁ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ତଦନ୍ତ କରିଥିଲେ l ଆଜି ସକାଳୁ ଅମ୍ରିତ ର ସନ୍ଧାନ ମିଳିଲା ପରେ ପୋଲିସ ଚଳାଇଛି ତଦନ୍ତ l

୫ ଦିନ ପରେ ମିଳିଲା ନିଖୋଜ ଅମ୍ରିତ  l ଆଉ ଅମ୍ରିତ କୁ ପାଇ  ଖୁସିରେ ବିମୋହିତ ପରିବାର ଓ ବାପା ମା l ତେବେ ଅମ୍ରିତ ନିଖୋଜ ନେଇ ଲାଗିରହିଛି ସସପେନ୍ସ l ନିଖୋଜ, ଅପହରଣ ନା ଡ୍ରାମା  ଏ ସବୁ ପ୍ରଶ୍ନ ଉଙ୍କି ମାରୁଛି ବୁଦ୍ଧିଜୀବୀ ମହଲରେ l ସୋମବାର ସକାଳ ୮ଟା ସମୟ ରେ ଏକ ଘର ଭିତରେ ଅମ୍ରିତ ରହି ଡାକ ଛାଡିଥିଲା l ପାଖରେ ପାଣି ନେବାପାଇଁ ଆସିଥିବା ମହିଳା ଦେଖି ଗ୍ରାମବାସୀ ଙ୍କୁ ଡାକିଥିଲେ l ସଂଗେ ସଂଗେ ସ୍ଥାନୀୟ ସରପଞ୍ଚ ଓ ବାପା ମା ଯାଇ ପୁଅକୁ ଉଦ୍ଧାର କରିଥିଲେ l ସେହି ଘର ମଧ୍ୟରେ ତାକୁ ହାତ ଗୋଡ଼ ବାନ୍ଧି ରଖାଯାଇଥିବା ସେ କହିଥିଲା l ପରେ  ଓଡଗାଁ ପୋଲିସ ଗାଁକୁ ଆସି ଅମ୍ରିତ କୁ ଉଦ୍ଧାର କରି ଥାନାକୁ ଆଣିଛି l

ଗତ ଗୁରୁବାର ଦିନ ସନ୍ଧ୍ୟାରେ ଟ୍ୟୁସନ ଯାଇ ଆଉ ଘରକୁ ଫେରି ନଥିଲା ଅମ୍ରିତ । ନିଖୋଜ ନେଇ ଅଭିଯୋଗ ପରେ ଓଡଗାଁ ପୋଲିସ, ନୟାଗଡ sp, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଓ 4 ଟି ସ୍ୱାର୍ଡ ଗଠନ କରି ଚାଲିଥିଲା ତଦନ୍ତ l ସୋମବାର ଅମ୍ରିତ ର ସନ୍ଧାନ ପରେ ଓଡଗାଁ ଥାନାକୁ ଅଣାଯାଇ  ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଛି l

ଘଟଣାରେ ୨ ଜଣ ଯୁବକ କୁ ଅଟକ ରଖିଛି ଓଡଗାଁ ପୋଲିସ l ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ପୋଲିସ।

ଦେବବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button