ଭୁବନେଶ୍ୱର: ଆଗକୁ ରହିଛି ମାଙ୍କ ଦଶହରା ପୂଜା। ଏନେଇ ଗାଁଠୁ ସହର ଚଳଚଞ୍ଚଳ। ଏନେଇ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଦଶହରା ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏଥର ଫିକା ପଡିପାରେ ଦଶହରା। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ଉପକୂଳ ଓଡିଶାରେ ବଢିବ ବର୍ଷାର ପ୍ରଭାବ। ଏ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ତାରିଖ ଯାଏ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now