ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ

ପୁରୀ: ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଆଜି ପୁଣି କାର୍ତ୍ତିକ ଧର୍ମ ମାସର ପ୍ରଥମ ସୋମବାର। ଏନେଇ ଚଳଞ୍ଚଳ ସମସ୍ତ ଶୈବପୀଠ। ଭକ୍ତଙ୍କ ଭିଡ ଶିବମନ୍ଦିରରେ ଦେଖିବାକୁ ମିଳିଛି।ଏହି ଅବସରରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତଧାରୀ ମାନେ କାର୍ତ୍ତିକ ବ୍ରତ ପାଳନ କରିଛନ୍ତି। ସକାଳୁ ସକାଳୁ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରି ବୃନ୍ଦାବତୀଙ୍କୁ ପୂଜା କରିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ 3ହଜାର ହବିଷ୍ୟାଳିଙ୍କ ଲାଗି ଏକ ମାସ ଧରି ରହିବା ଏବଂ ମହା ପ୍ରସାଦ ସେବନ ସହ ଜଗନ୍ନାଥ ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀ ମୋଚି ସାହି ସ୍ଥିତ କଲ୍ୟାଣ ମଣ୍ଡପ ସମେତ 5 ଟି ସ୍ଥାନ ରେ ରହିବେ ହବିଷ୍ୟାଳି l ଏଥି ସହ ଆଜି ଅପରାହ୍ନ ରେ ହବିଷ୍ୟାଳିଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ବୃନ୍ଦାବତୀ ନିବାସକୁ ହବିଷ୍ୟାଳିଙ୍କ ଉଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ଗଞ୍ଜାମଜିଲ୍ଲାର ବୁଗୁଡା ଠାରୁ ମାତ୍ର ୩ କି.ମି ଦୂରତାରେ ରହିଥିବା ପର୍ଯ୍ଯଟନ କ୍ଷେତ୍ର ବୁଦ୍ଧଖୋଲ ଠାରେ ଭିଡ ପରିଲିକ୍ଷିତ ହୋଇଛି। ଏଠାରେ ବାବା ପଞ୍ଚମହାଦେବଙ୍କ ଶୈବପୀଠ ରହିଛି। ଏହି ଶୈବପୀଠରେ ଶ୍ରାବଣମାସ ଓ କାର୍ତ୍ତୀକ ମାସରେ ନାହିଁନଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। କାର୍ତ୍ତୀକ ମାସରେ ହବିଶିଆଳି ମାନେ ଏହି ଶୈବପିଠରେ ପୂଜାବିଧି କରିବାସହ ହବିଶ ଅନ୍ନ ଖାଇ ଥାନ୍ତି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *