ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଜନ୍ମ ସ୍ଥାନ ସୁଆଣ୍ଡୋ ଗ୍ରାମ ଓ ସତ୍ୟବାଦୀ ସ୍ଥିତ ସମାଧି ପିଠ। ସ୍ୱେଛାସେବୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳର ନେତାମାନେ ବେଶ ଧୁମଧାମର ସହିତ ପାଳନ କରୁଛନ୍ତି ଗୋପବନ୍ଧୁଙ୍କ ୧୪୫ ତମ ଜନ୍ମଜୟନ୍ତୀ। ସମାଧି ପୀଠ ଠାରେ ନାମ ସଙ୍କୀର୍ତ୍ତନ ସହିତ କଂଗ୍ରେସ ପୂର୍ବତନ pcc ସଭାପତି ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି। ସେପଟେ ଭୁବନେଶ୍ୱର ୟୁନିଟ ୮ର ଗୋପବନ୍ଧୁ ଛକ ନିକଟରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅନେକ ରାଜନେତାଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଛନ୍ତି। ସେପଟେ ବିଧାନସଭାରେ ମଧ୍ୟ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଛି। ବାଚସ୍ପତି ବିକ୍ରମ ଆରୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅପର୍ଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ସତ୍ୟବାଦୀ ଚେତନାର କର୍ଣ୍ଣଧାର ତେଣୁ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ, ମାନବବାଦୀ ଭାବଧାରା ଓଡ଼ିଆ ଜାତି ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅନେକ ରାଜନେତା ମତପ୍ରକାଶ କରିଛନ୍ତି।