ବାଟେଘାଟେ କାର୍ଯ୍ୟକ୍ରମ ଆରମ୍ଭ

ଆଜି ଠାରୁ ପୁଣି ଥରେ ଆରମ୍ଭ ହୋଇଛି ଲୋକପ୍ରିୟ କାର୍ଯ୍ୟକ୍ରମ ବାଟେଘାଟେl କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ବନ୍ଦ ଥିଲା ଏହି କାର୍ଯ୍ୟକ୍ରମ। ପ୍ରଧାନପାଟ ରୋଡ଼ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୁଆଁଖାଇ ଭେଟଘାଟ ସହ ଆୟୋଜିତ ହୋଇଛି ବାଟେଘାଟେ କାର୍ଯ୍ୟକ୍ରମ। ତେବେ ଏଥିରେ ସମସ୍ତ ବର୍ଗର ମନୋରଞ୍ଜନ, କ୍ରୀଡା, ସଂଗୀତ, ସ୍ୱାସ୍ଥ୍ୟ ଯାଞ୍ଚ ଆଦିର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛିl ଏଥିସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଝୋଟି ଚିତା, ଚିତ୍ରାଙ୍କନ ସହ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖି ଥିବା ବେଳେ ରାମ୍ପ ସୋ ମଧ୍ୟ ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିଥିଲା l ପ୍ରଧାନପାଟର ଖୋଲା ପରିବେଶରେ ସକାଳୁ ସକାଳୁ ଏଭଳି କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ କରାଯାଇଥିବାରୁ ବିଭିନ୍ନ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *