ଅବିଭାଗିକୃତ
ସୁସଜ୍ଜିତ ସହର, ଉତ୍ସାହିତ ଭକ୍ତ

ଆସନ୍ତାକାଲି ଠାରୁ ଏଗାର ଦିନ ବ୍ୟାପି ଆରମ୍ଭ ହେବାକୁ ଯାଉଛି ଗଣପର୍ବ ଧନଧାତ୍ରୀ ମା” ଗଜଲକ୍ଷ୍ମୀଙ୍କ ପୂଜା। ମା”ଗଜଲକ୍ଷ୍ମି ପୂଜା ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି। ତେବେ ଏନେଇ ଢେଙ୍କାନାଳର ପ୍ତସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ସହରର ସମୁଦାୟ ୩୮ ଗୋଟି ପୂଜା ପେଣ୍ଡାଲରେ ଚାଲିବ ଲକ୍ଷ୍ମୀଙ୍କ ପୂଜା। ଏହାରି ଭିତରେ ପୂଜା ମଣ୍ଡପ ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁ-ଉଚ୍ଚ ତୋରଣ , ସୁଦୃଶ୍ୟ ଆଲୋକ ମାଳାରେ ସହର ଝଲସି ଉଠୁଛି। ସେପଟେ ଶାନ୍ତିଶୃଙ୍ଖଳାର ସହକାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ନେଇ ସମ୍ପୂର୍ଣ୍ଣ ତତ୍ପର ରହିଛି ଜିଲ୍ଲା ପ୍ରଶାସନ।