ବନ୍ଧା ହେଲେ ଲେଡି ବ୍ଳାକମେଲର୍‌

Spread the love

ଭୁବନେଶ୍ୱର: ଗିରଫ ହେଲା ବ୍ଲାକ୍‌ମେଲର ମହିଳା। ରାଜନେତା, ପ୍ରୋଜକ ଏବଂ ବଡ ବ୍ୟବସାୟୀମାନଙ୍କୁ କରୁଥିଲା ଟାର୍ଗେଟ। ସୋସିଆଲ ମିଡିଆ ଜରିଆରେ ସାଙ୍ଗ ହୋଇ କରୁଥିଲେ ବ୍ଲାକ ମେର୍ଲିଂ। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ ଥିଲା ଏହି ମହିଳାଙ୍କର। ଏମିତି ବ୍ଲାକ୍‌ମେଲିଂ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌। ତାଙ୍କ ନାଁ ଅର୍ଚ୍ଚନା ନାୟକ।  ତାଙ୍କ ଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ ଜବତ କରିଛି। ସେ ପେନ୍‌ଡ୍ରାଇଭରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୁଲିସ୍‌ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶୁକ୍ରବାର ଅର୍ଚ୍ଚନାଙ୍କୁ ମହିଳା ଥାନା କିମ୍ବା ଖଣ୍ଡଗିରି ଥାନା ପୁଲିସ୍‌ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *