ଗୁଣି ଗାରେଡି ସନ୍ଦେହ

Spread the love

ଗଞ୍ଜାମ: ଗୁଣି ଗାରେଡିକୁ କେନ୍ଦ୍ରକରି ମହିଳାଙ୍କୁ ହତ୍ୟା ଓ ଚାରି ପରିବାରକୁ ଆକ୍ରମଣ ଘଟଣାକୁ ନେଇ ଦୁଇଦିନ ଧରି ଚର୍ଚ୍ଚାରେ ରହିଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳି ଗ୍ରାମ ଆଜି ହୋଇଛି ଜନଶୂନ୍ୟl ଗ୍ରାମରେ କୋଳାହଳ ପରିବର୍ତ୍ତେ ସୃଷ୍ଟି ହୋଇଛି କୋକୁଆ ଭୟl ଗ୍ରାମ ବାହାରେ ପୋଲିସ ପ୍ରହରା ଦେଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ହେଉ କି ଗାଁରେ ରହୁଥିବା ୨୦୦ ଘରେ ଝୁଲୁଛି ତାଲାl କେବଳ ହାତଗଣତି ବୟସ୍କ ଓ ଛୋଟ ଛୋଟ ଶିଶୁ ଗ୍ରାମରେ ରହିଛନ୍ତି।  ତେବେ ଏହି ଘଟଣାରେ ବର୍ତମାନ ସୁଦ୍ଧା ପୋଲସ 5 ଟି ମାମଲା ରୁଜୁକରି 33 ଜଣଙ୍କୁ କୋର୍ଟ ଚଳାଣ କରିଥିବା ବେଳେ ଅନେକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛିl

ଗ୍ରାମରେ ସୃଷ୍ଟି ହୋଇଥିବା ଅପ୍ରୀତିକର ସ୍ଥିତି ପଛର ଅକୁହା ସତ ବଖାଣିଛନ୍ତି ଗ୍ରାମର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିl କିଛି ଦିନ ପୂର୍ବରୁ ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ହୋଇଥିଲେ ଏବଂ ଅନେକଙ୍କ ଜୀବନ ଅକାଳରେ ଚାଲିଯାଇଥିଲା। ଏହାର ପ୍ରତିକାର ନିମନ୍ତେ ଗ୍ରାମବାସୀ ଗ୍ରାମରେ ବୈଠକ କରି ତାନ୍ତ୍ରିକ ଡକାଇଥିଲେ। ତାନ୍ତ୍ରିକ ଆସି ଗ୍ରାମରେ ଗୁଣିଆ କରିଥିବା ବ୍ୟକ୍ତିଙ୍କ ସମ୍ୱଦ୍ଧରେ ସୂଚନା ଦେବାପରେ ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବୃଦ୍ଧା କହିଥିବା ବେଳେ ତାହାର କରୁଣ ପରିଣତି ଦେଖିବାକୁ ମିଳିଥିବା କୁହାଯାଉଛି l

Leave a Reply

Your email address will not be published. Required fields are marked *