ଦଶ ବର୍ଷ ଧରି ସମ୍ପୂର୍ଣ୍ଣ ହୋଇପାରୁନି ନିର୍ମାଣ କାର୍ଯ୍ୟ

ଢେଙ୍କାନାଳ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିମନ୍ତେ ଦଶ ବର୍ଷ ପୂର୍ବେ ପ୍ରାୟ ଏକ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା ୧୮ ଟି କ୍ୱାଟର। ସେଥିରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୨୮ଲକ୍ଷ୍ୟ ଟଙ୍କାରେ ନିର୍ମିତ ୮ଟି କ୍ଵାଟର ଏବେ ଭୁତ କୋଠି ପାଲଟିଛି। ଦୀର୍ଘ ଦଶ ବର୍ଷ ପରେ ବି ସମ୍ପୂର୍ଣ ହୋଇ ପାରୁନି ନିର୍ମାଣ କାମ।
ସେପଟେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଭଡା ଘରେ ରହି ଖର୍ଚ୍ଚାନ୍ତ ହେଉଛନ୍ତି କର୍ମଚାରୀ। ଏ ନେଇ କର୍ମଚାରୀମାନେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତ। କିନ୍ତୁ ଆଜି ପର୍ଯ୍ୟନ୍ତ କାହାରି ଦୃଷ୍ଟି ଏହି କୋଠା ଉପରେ ପଡୁନାହିଁ। ତେଣୁ ଆଗାମୀ ଦିନରେ ଏ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସେପଟେ ଏହା ପଞ୍ଚାୟତ ରାଜ ବିଭାଗର କାର୍ଯ୍ୟ ତେଣୁ ଆମ ପାଖରେ କୌଣସି ଖବର ନଥିବା କହିଛନ୍ତି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ । ଅନ୍ୟପଟେ ଅଭିଯୋଗ ଆସିବା ପରେ ତାର ସମ୍ପୂର୍ଣ ତଥ୍ୟ ବାହାର କରିଛୁ ଟଙ୍କା ଅଭାବରୁ କାର୍ଯ୍ୟ ଅସମ୍ପୂଣ ହୋଇ ପଡ଼ିରହିଛି । ତେଣୁ କାର୍ଯ୍ୟ ସମ୍ପୂଣ ନିମନ୍ତେ କେତେ ଟଙ୍କା ଆବଶ୍ୟକ ତାର ଆକଳନ କରି ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଭୁବନ ବିଡ଼ିଓ ।