ଅବିଭାଗିକୃତ
ଗ୍ୟାରେଜରେ ଫାଟିଲା ଏୟାର କମ୍ପ୍ରେସର

କଟକ: ଗ୍ୟାରେଜରେ ଫାଟିଲା ଏୟାର କମ୍ପ୍ରେସର, ଜଣେ ଆହତ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନିଆଳି ଥାନା ବଙ୍ଗାଳୀ ସାହି ଛକରେ ଥିବା ଏକ ଗ୍ୟାରେଜରେ। ତେବେ ଗ୍ୟାରେଜ କର୍ମଚାରୀ ମାନେ ଦୋକାନରେ ଏୟାର କମ୍ପ୍ରେସର ଦ୍ଵାରା ଗୋଟିଏ ଗାଡ଼ିକୁ ରଙ୍ଗ କରୁଥିବା ବେଳେ କମ୍ପ୍ରେସର ଟି ଫାଟି ଯାଇଥିଲା। ଯାହା ଫଳରେ ଗ୍ୟାରେଜ ଟିଣ ଚାଦର୍ ଉଡ଼ିଯିବା ସହିତ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତେବେ ପ୍ରଶାସନର ଅଙ୍କୁଶ ରହୁ ନଥିବାରୁ ରାସ୍ତା ପାର୍ଶ୍ବରେ ଛତୁ ଫୁଟିଲା ଭଳି ଏବେ ଅନେକ ଅନୁଷ୍ଠାନ ରହିଛି। ଯାହା ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।